PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : CHSE ଅଫିସରେ ସମ୍ମୁଖରେ ହାତ କାଟିଲେ ଛାତ୍ରୀ, ହସ୍ପିଟାଲରେ ଭର୍ତ୍ତି
  • ||
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ବିଜେପୁର ବିଜେପି ବିଧାୟକ ପ୍ରାର୍ଥୀଙ୍କ ଗାଡି ଉପରକୁ ଢେଲାମାଡ

ବରଗଡ ୧୭/୪: ଭୁବନେଶ୍ୱର ପରେ ଏବେ ବରଗଡରେ ବିଜେପି କର୍ମୀ ଓ  ପ୍ରାର୍ଥୀଙ୍କ ଉପରେ ଆକ୍ରମଣ । ବିଜେପୁର ଓ ଭଟଲିରେ ବିଜେପି କର୍ମୀଙ୍କ ଉପରେ ପ୍ରଚାର ସମୟରେ ଆକ୍ରମଣ ହୋଇଛି । ବିଜେପୁର ବିଜେପି ବିଧାୟକ ପ୍ରାର୍ଥୀ ସନତ ଗଡ଼ତିଆଙ୍କ ଗାଡ଼ି ଉପରକୁ ଢେଲା-ପଥର ମାଡ଼ ହୋଇଛି। ଢେଲା ମାଡ଼ରେ ଗାଡିର ଆଗ କାଚ ଭାଙ୍ଗି ଯାଇଛି । ଆକ୍ରମଣ ସମୟରେ ଗାଡ଼ି ଭିତରେ ସନତ ଓ ତାଙ୍କ ସମର୍ଥକ ଥିଲେ । ତେବେ କାହାରୁ କିଛି ବିଶେଷ କ୍ଷତି ହୋଇନି । ସମସ୍ତେ ସୁରକ୍ଷିତ ଅଛନ୍ତି ।

ଆଜି ସନତ ନିଜ ସମର୍ଥକଙ୍କ ସହିତ କନ୍ଧରା ଗାଁକୁ ଯାଇଥିଲେ । ସେଠାରେ ପହଞ୍ଚିବାମାତ୍ରେ ତାଙ୍କ ଗାଡ଼ି ଉପରକୁ ଟେକା ପଥର ମାଡ଼ ହୋଇଥିଲା। ଫଳରେ ତାଙ୍କ ଗାଡ଼ିର କାଚ ଭାଙ୍ଗି ଯାଇଥିଲା । ଏହାକୁ ନେଇ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ଏହି ଆକ୍ରମଣ ବିଜେଡି କରିଛି ବୋଲି ଅଭିଯୋଗ ଆଣିଛି ବିଜେପି । ଏନେଇ ସନତ ବିଜେପୁର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସେହିଭଳି ବରଗଡ଼ ଭଟଲି ନିର୍ବାଚନ ମଣ୍ଡଳୀ ତରାକନାରେ ବିଜେପି କର୍ମୀ ଙ୍କୁ ଆକ୍ରମଣ ହୋଇଛି । ବିଜେପି ନେତା ତଥା ପୂର୍ବତନ ଭଟଲି ସରପଞ୍ଚ ପ୍ରହଲ୍ଲାଦ ପ୍ରଧାନ ଏବଂ ଭଟଲି PACS ଅଧ୍ୟକ୍ଷ ଭାଗୀରଥି ପ୍ରଧାନଙ୍କୁ ତରାକନାଠାରେ ଆକ୍ରମଣ ହୋଇଛି । ଉଭୟ  ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ସମ୍ବନ୍ଧିତ ଖବର