PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଓଡ଼ିଶା ଅନଲକ୍‌ ହେବା ନେଇ ସୋସିଆଲ ମିଡିଆରେ ପ୍ରଚାର ହେଉଛି ଗୁଜବ, ସ୍ପଷ୍ଟୀକରଣ ଦେଲେ SRC- ଏଭଳି ମାର୍ଗଦର୍ଶିକା ଜାରି ହୋଇନି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୩୩୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୬ ହଜାର ପାର୍
  • ||
  • ଭୁବନେଶ୍ୱର : ଗଣପର୍ବ ରଜ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ନୂଆଦିଲ୍ଲୀ : ଆଜିଠାରୁ ରାଜଧାନୀରେ ଖୋଲିବ ମଲ୍, ବଜାର ଏବଂ ଦୋକାନ, ୫୦ ପ୍ରତିଶତ କ୍ଷମତାରେ ଚାଲିବ ମେଟ୍ରୋ
  • ||
  • ନୂଆଦିଲ୍ଲୀ : ଇସ୍ରାଇଲରେ ନେତ୍‌ନ୍ୟାହୁଙ୍କ ଯୁଗ ଶେଷ, ନଫତାଲୀ ବେନେଟ୍ ହେଲେ ନୂଆ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ରଜ ପାଇଁ ଓଟିଡିସି ଆରମ୍ଭ କଲା ‘ପିଠା ଅନ୍‌ ହ୍ୱିଲ୍‌’, ଭୁବନେଶ୍ୱର ସହ ସମ୍ବଲପୁର ଓ କଟକରେ ମିଳିବ ପିଠା
  • ||
  • ବଅଁରପାଳ : ସୁନାର ସଂସାରକୁ ଛାରଖାର କରିଦେଲା କରୋନା, ଆଗପଛ ହୋଇ ଚାଲିଗଲେ ପୁଅ-ବୋହୂ ଓ ମା, ଅନାଥ ହୋଇଗଲା ୧୪ ମାସର ଶିଶୁପୁତ୍ର
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ କନ୍ୟା ଚୋରି ନୀତି
  • ||
  • ଭୁବନେଶ୍ୱର : ଆଜି ପହିଲି ରଜ, ଗାଁଠାରୁ ସହର ସବୁଠି ଜମୁଛି ପିଠାପଣାର ଆସର
  • ||
  • ଭୁବନେଶ୍ୱର : ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ଆହୁରି ଦୁଇଦିନ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା, ୧୫ ପର୍ଯ୍ୟନ୍ତ ଧୀବରଙ୍କୁ ସମୁଦ୍ର ମନା
  • ||

ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନର ଫ୍ଲାଗ୍‌ ଅଫ୍‌ କଲେ କ୍ରୀଡ଼ା ସଚିବ

ଭୁବନେଶ୍ୱର ୧୦/୯ : ଚତୁର୍ଥ ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନ ଆସନ୍ତା ୧୨ ତାରିଖରୁ ଆରମ୍ଭ ହୋଇ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଭରେଷ୍ଟ୍‌ ଆରୋହୀ ଗଣେଶ ଜେନାଙ୍କ ନେତୃତ୍ୱରେ ଏଥର ୧୫ ଜଣ (୧୦ ବାଳକ ଓ ୫ ବାଳିକା) ଏହି ଦଳରେ ସାମିଲ ହୋଇଛନ୍ତି । ଆଜି କଳିଙ୍ଗ ଷ୍ଟାଡିୟମରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ସଚିବ ବିଶାଳ ଦେବ ଏହି ଯାତ୍ରାର ଫ୍ଲାଗ୍‌ ଅଫ୍‌ କରି ଦଳକୁ ଶୁଭେଚ୍ଛା ଜଣାଇଥିଲେ ।

ଟାଟା ଷ୍ଟିଲ୍‌ ଆଡଭେଞ୍ଚର ପାଉଣ୍ଡେସନ୍‌ର ଟେକ୍‌ନିକାଲ ସହଯୋଗରେ ୨୦୧୬ ମସିହାରୁ ଏହି ଯାତ୍ରା ପ୍ରତି ବର୍ଷ ଆୟୋଜିତ ହେଉଛି । ଦୁଇ ସ୍ତରୀୟ ଚୟନ ଶିବିର ପରେ ଚୂଡ଼ାନ୍ତ ଦଳ ଚୟନ କରାଯାଇ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଏଭରେଷ୍ଟ୍‌ ଆରୋହୀ ଗଣେଶ ଏହି ଦଳର ନେତୃତ୍ୱ ନେଇ ମାଉଣ୍ଟ ଷ୍ଟକ୍‌ କାଙ୍ଗ୍‌ରୀ ଆରୋହଣ କରିବେ।

ଆସନ୍ତା ୨୪ ତାରିଖ ସୁଦ୍ଧା ଯାତ୍ରା ଶେଷ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଦଳରେ ସାମିଲ ହେବା ପାଇଁ ମୋଟ୍‌ ୯୨ ଜଣ ଦରଖାସ୍ତ ଆହ୍ୱାନ କରିଥିଲେ । ଶେଷରେ ସେମାନଙ୍କ ମଧ୍ୟରୁ ଦୁଇ ପର୍ଯ୍ୟାୟରେ ୧୫ ଜଣ ଚୟନ ହୋଇଥିଲେ ।

ସମ୍ବନ୍ଧିତ ଖବର