ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରକୁ ଶ୍ରେଷ୍ଠ ବିମାନବନ୍ଦର ଆୱାର୍ଡ

ଭୁବନେଶ୍ୱର ୯/୯: ଯାତ୍ରୀଙ୍କୁ ସେବା ଯୋଗାଇବାରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ସବୁଠୁ ଆଗରେ । ଏୟାରପୋର୍ଟ କାଉନସିଲ୍‌ ଇଣ୍ଟରନ୍ୟାସନାଲ (ଏସିଆଇ) ପକ୍ଷରୁ ଭୁବନେଶ୍ୱର ବିମାନବନ୍ଦରକୁ ଏୟାରପୋର୍ଟ ସର୍ଭିସ୍‌ କ୍ୱାଲିଟି (ଏଏସ୍‌କ୍ୟୁ) ଆୱାର୍ଡ- ୨୦୧୮ ପ୍ରଦାନ କରାଯାଇଛି । ୨ ମିଲିଅନରୁ ୫ ମିଲିଅନ ଯାତ୍ରୀ କ୍ୟାଟେଗୋରିରେ ଗୁଣାତ୍ମକ ସେବା ପ୍ରଦାନ କରିବା ପାଇଁ ଏହି ପୁରସ୍କାର ମିଳିଛି ଭୁବନେଶ୍ୱରକୁ ।

ଇଣ୍ଡୋନେସିଆର ବାର୍ଲିଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଏସିଆ-ପ୍ୟାସିଫିକ୍‌ ରିଜନରେ ଭୁବନେଶ୍ୱରକୁ ଏହି ପୁରସ୍କାର ମିଳିଛି । ବିମାନବନ୍ଦର ନିର୍ଦ୍ଦେଶକ ଶ୍ରୀ ହୋତା ଏଥିପାଇଁ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଯାତ୍ରୀ ଓ ଷ୍ଟେକ ହୋଲ୍ଡରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭୁବନେଶ୍ୱର ପରେ ଭାରତର ଚଣ୍ଡିଗଡ଼ ଓ ଇନ୍ଦୋର ବିମାନବନ୍ଦର ମଧ୍ୟ ଏହି ବର୍ଗରେ ପୁରସ୍କୃତ ହୋଇଛନ୍ତି । ସୂଚନାଯୋଗ୍ୟ, ଏହି ପୁରସ୍କାର ପାଇଁ ସଂପୃକ୍ତ ସଂସ୍ଥା ପକ୍ଷରୁ ବିମାନବନ୍ଦରରେ ଯାତ୍ରୀମାନଙ୍କ ମତାମତ ନେଇ ସର୍ଭେ କରାଯାଇଥାଏ ।

   ସମ୍ବନ୍ଧିତ ଖବର


ସୁନା କି ଚାନ୍ଦି ନୁହେଁ, ଏଥର ସିଲଭର୍‌ ସିଟିରେ ଝଲସିବ ଜରି ମେଢ଼: ଅଳଙ୍କାର ଓ ଜରି ମେଢ଼ କାରିଗରଙ୍କର ବଢିଛି ଚାହିଦା

ରାଜ୍ୟରେ ଆଖି ବୁଜିଲେ ଆଉ ୧୫ ଜଣ ଆକ୍ରାନ୍ତ: ମୃତ୍ୟୁସଂଖ୍ୟା ୧୧୯୬କୁ ବୃଦ୍ଧି

ଦିନକରେ ଓଡ଼ିଶାରେ ୧୯୧୩ ଜଣ କରୋନା ପଜିଟିଭ‌ ଚିହ୍ନଟ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୬ ହଜାର ଡେଇଁଲା

୨୦୨୧ରେ ୨୯ ଦିନ ସରକାରୀ ଛୁଟି, କର୍ମଚାରୀଙ୍କ ୯ଟି ଛୁଟି ବେକାର ଯିବ

ହାଇଦ୍ରାବାଦ ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ନବୀନ: ୫ କୋଟି ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଟ୍ରେଲରକୁ ପିଟିଲା ସିମେଣ୍ଟ ବୋଝେଇ ଟ୍ରକ୍