ବିବାହ କାର୍ଡ ବାଣ୍ଟିବାକୁ ଯାଇ ଦୁର୍ଘଟଣାରେ ଚାଳିଗଲା ମାମୁଁଙ୍କ ଜୀବନ, ଭଣଜା ଗୁରୁତର

ଜୟପୁର ୧୮/୨: ଜୟପୁର ବ୍ଲକ ଶିବଗୁଡ଼ା ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ଲକ୍ଷ୍ମଣ ଗାଦବା । ଆହତଙ୍କ ନାମ କାର୍ତ୍ତିକ ଗାଦବା (୨୩) । ସଂପର୍କରେ ସେମାନେ ମାମୁ-ଭଣଜା ବୋଲି ଜଣାପଡିଛି ।

କୋଟପାଡ ବ୍ଲକ ମିତିଆ ଗାଁର ଲକ୍ଷ୍ମଣ ଓ କାର୍ତ୍ତିକ ବାଇକ୍‌ (ଓଡି୧୦ଇ-୬୯୫୮)ରେ ବିବାହ କାର୍ଡ ବାଣ୍ଟିବାକୁ ଜାମୁଣ୍ଡା ପଞ୍ଚାୟତକୁ ଆସିଥିଲେ । କାର୍ଡ ବାଣ୍ଟିବା ପରେ ଶିବଗୁଡା ଦେଇ ଗାଁକୁ ଫେରୁଥିଲେ । ଶିବଗୁଡା ବ୍ୟାଙ୍କ ନିକଟରେ ହଠାତ୍‌ ଏକ ଗାଈ ଆଗକୁ ଚାଲି ଆସିଥିଲା । ଫଳରେ ଭାରସାମ୍ୟ ହରାଇ ବାଇକ୍‌ ସହ ଉଭୟ ପଡି ଯାଇଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇ କୁମୁଲିପୁଟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଲକ୍ଷ୍ମଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଆହତ କାର୍ତ୍ତିକଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ଅବସ୍ଥା ସଙ୍କଟାପନ୍ନ ରହିଛି ।

   ସମ୍ବନ୍ଧିତ ଖବର


ରାଜ୍ୟରେ କରୋନା ନେଲା ୧୬ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୮୭କୁ ବୃଦ୍ଧି

ଓଲାଗି ନାଗାର୍ଜୁନ ବେଶ ସଂଗ୍ରହାଳୟରେ ରହିବ, ଚଳିତଥର ହେବନି ପତିତପାବନଙ୍କ ବେଶ

ରାଜ୍ୟରେ କୋଭିଡ ଟିକା ସଂରକ୍ଷଣ ପାଇଁ ଭିତ୍ତିଭୂମି ସମସ୍ୟା: ୫୦ ହଜାର ଟିକା ସଂରକ୍ଷଣ ପାଇଁ ସମ୍‌ରେ ପ୍ରସ୍ତୁତି

ଆଜିଠୁ ପଞ୍ଚୁକ, ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ

କଟକ IIFL ଶାଖାରୁ ଲୁଟ୍ ଘଟଣା : ଜଣେ ମହିଳାଙ୍କ ସମେତ ୪ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା

ମହଙ୍ଗା ପଡ଼ିଲା ଓଟିଭି ଜମି ଅନିୟମିତତା, ବେଗୁନିଆର ପୂର୍ବତନ ତହସିଲଦାର ବିବେକାନନ୍ଦ ପରିଡ଼ା ନିଲମ୍ବିତ