ଭଉଣୀ ବାହାଘର ଦିନକ ପୂର୍ବରୁ ଆଖିବୁଜିଲା ଭାଇ: ଅଟୋରିକ୍ସା ଧକ୍କାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ରାଜକିଶୋରନଗର ୩/୩: ସୋମବାର ଅପରାହ୍ଣରେ କିଶୋରନଗର ଥାନା ମହୁଲମୁଣ୍ଡା ବାଙ୍କଠାରେ ଏକ ସଡ଼କ ଦୁର୍ଘଟଣାରେ ସ୍ୱାଧୀନ ପ୍ରଧାନ (୨୦) ନାମକ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ମୃତ ସ୍ୱାଧୀନଙ୍କ ଘର ଆଠମଲ୍ଲିକ ବ୍ଲକ୍‌ର ବାଜପୁର ଗ୍ରାମରେ । ରେଢ଼ାଖୋଲ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ରାତି ପ୍ରାୟ ୯ଟା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା ।

ପୂର୍ବରୁ ସ୍ୱାଧୀନଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା । ୫ ଭଉଣୀଙ୍କ ମଧ୍ୟରେ ଏକମାତ୍ର ପୁଅ ସ୍ୱାଧୀନ ଗୁଜରାଟରେ କାମ କରନ୍ତି । ଆସନ୍ତାକାଲି ତାଙ୍କର ମଝିଆ ଭଉଣୀଙ୍କର ବାହାଘର ଲଗ୍ନ ସ୍ଥିର ହୋଇଥିଲା । ସେଥିପାଇଁ କିଛି ଦିନ ତଳୁ ସେ ଘରକୁ ଫେରିଥିଲେ । ବାଇକ୍‌ରେ ରେଢ଼ାଖୋଲ ସଉଦା କରିବାକୁ ଯାଇଥିଲେ । ଦିନ ପ୍ରାୟ ୨ଟା ବେଳେ ଘରକୁ ଫେରୁଥିବା ବେଳେ ମହୁଲମୁଣ୍ଡା ନିକଟ ବୁଲାଣିରେ ସାମ୍ନା ପଟୁ ଆସୁଥିବା ଏକ ଅଟୋରିକ୍ସା ତାଙ୍କୁ ଧକ୍କା ଦେଇଥିଲା ।

   ସମ୍ବନ୍ଧିତ ଖବର


ଆଜି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର

କରୋନା ଭ୍ୟାକସିନ ନେବାପରେ ଦେଖାଦେଉଛି ଏସବୁ ଶାରିରୀକ ସମସ୍ୟା, ଜାଣନ୍ତୁ ସରକାର କ’ଣ କରିଛନ୍ତି ବ୍ୟବସ୍ଥା

ଓଡିଶା ହାଇକୋର୍ଟରେ ପରୀ ମାମଲା- ସିବିଆଇ ତଦନ୍ତ ପାଇଁ ଜନସ୍ୱାର୍ଥ ମାମଲା ରୁଜୁ

ଶ୍ରୀନଗରରେ ଆତଙ୍କୀ ହମଲା, ୨ ଯବାନ ସହିଦ

ଆର୍ଜେଣ୍ଟିନାର ଏହା ହେଉଛି ସେହି ସ୍ଥାନ ଯେଉଁଠି ମାରାଡୋନାଙ୍କ ମୃତ୍ୟୁ ପରେ କେହି କାନ୍ଦିଲେନି, ଉତ୍ସବ ପାଳିଲେ

କଟକ ବନଖଣ୍ଡରେ ଦେଖାଦେଲେ ଦୁଇ ବାଘ ଶାବକ- ସ୍ଥାନୀୟ ଅଞ୍ଚଳରେ ଭୟର ବାତାବାରଣ