ବାଇକ୍ ବୋଟ୍ ଦୁର୍ନୀତି ମାମଲା: ମାଷ୍ଟର ମାଇଣ୍ଡ ବିଏନ୍ ତିଓ୍ବାରୀ ଗିରଫ, ନିଜ ଟିଭିରେ ମିଛରେ ପ୍ରଚାର କରି ଠକି ନେଇଥିଲେ ୩୫୦୦ କୋଟି

https://www.bhaskar.com/
ନୋଏଡା,୨୬।୨: ବାଇକ୍ ବୋଟ୍ କମ୍ପାନୀ ନାମରେ ୩୫୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୁକ୍ତ ବିଏନ୍ ତିଓ୍ବାରୀ ଲକ୍ଷ୍ନୌରୁ ଗିରଫ। ତିଓ୍ବାରୀଙ୍କ ଉପରେ ୫୦ ହଜାର ଟଙ୍କାର ପୁରସ୍କାର ଥିଲା। ଅଭିଯୋଗ ରହିଛି ଯେ, ସେ ନିଜର ନ୍ୟୁଜ ଚ୍ୟାନେଲରେ ବାଇକ୍ ବୋଟର ନକଲି ପ୍ରଚାର କରି ନିବେଶକଙ୍କୁ ଫଶାଇବାର ଧନ୍ଦା କରୁଥିଲେ। ନ୍ୟୁଜ ଚ୍ୟାନେଲରୁ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସହ ସମ୍ପର୍କ ଥିଲା। ୨୦୧୮ରେ ଦାଦ୍ରୀ କମ୍ପାନୀ ହେଡ୍ ଅଫିସର ଉଦଘାଟନ ପୋଲିସ ଅଧିକାରୀଙ୍କ ଦ୍ବାରା କରାଯାଇଥିଲା। ଦୁଇ ମାସ ହେବ ଏସଟିଏଫ ଟିମ୍ ତା’ଙ୍କ ସନ୍ଧାନରେ ଥିଲା। ମିରଟର ତରଭେନ୍ଦ୍ର ମଲିକ୍ କହିଛନ୍ତି, ଦାଦ୍ରୀ କୋଟ୍ ଗାଁରେ ଥିବା କମ୍ପାନୀର ଶୁଭାରମ୍ଭ ପରେ ୧୦ ଡିସେମ୍ବର ୨୦୧୮ରେ ରକ୍ତଦାନ ଶିବର ଲଗାଇ ନିବେଶକମାନେ ୬୨,୧୦୦ ୟୁନିଟ୍ ରକ୍ତ ଦାନ କରିଥିଲେ। ରକ୍ତକୁ ମଧ୍ୟ ତା’ ପରେ ବିକ୍ରି କରିଦେଇଥିଲେ।
ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ଭାଟି ବିଏସପି ନେତା, ଯିଏକି ଗୌତମବୁଦ୍ଧ ନଗର ଲୋକସଭାର ପ୍ରଭାରୀ ଥିଲେ ସେ ହିଁ କମ୍ପାନୀର ଡାଇରେକ୍ଟର ଥିଲେ, ଯିଏକି ଜେଲରେ ଅଛନ୍ତି। ଏହା ସହିତ ଲକ୍ଷ୍ନୌ ନିବାସୀ ବିଏନ୍ ତିଓ୍ବାରି ନୋଏଡାରେ ରହି ନ୍ୟୁଜ ଚ୍ୟାନେଲ ଚଳାଇଥିଲେ। ସେହି ଚ୍ୟାନେଲରେ ବାଇକ ବୋଟର ଯୋରଦାର ପ୍ରଚାର କରିଥିଲେ। ନୋଏଡାରୁ ଲକ୍ଷ୍ନୌ ପର୍ଯ୍ୟନ୍ତ ଅଧିକାରୀଙ୍କ ସହିତ ତାଙ୍କର ସମ୍ପର୍କ ଥିଲା। ମିରଟରେ ରହୁଥିବା ଅଜିତ ସିଂ ପାଓ୍ବାରଙ୍କ କହିବା ଅନୁସାରେ, ପ୍ରଚାର ପ୍ରସାର ପାଇଁ ଚ୍ୟାନେଲର ବ୍ୟବହାର କରାଯାଉଥିଲା। ବାଇକ୍ ବୋଟରେ ନିବେଶ କରାଯାଇଥିବା ଟଙ୍କାରୁ ଚ୍ୟାନେଲର ଶୁଭାରମ୍ଭ କରିଥିଲେ।
ସଞ୍ଜୟ ଭାଟି ୨୦୧୦ରେ କମ୍ପାନୀର ଶୁଭାରମ୍ଭ କରିଥିଲେ ଓ ୨୦୧୮ରେ ବାଇକ୍ ବୋଟ ସ୍କିମ୍ ଲଞ୍ଚ କରିଥିଲେ। ସ୍କିମ୍ ଅନୁସାରେ ବାଇକ୍ ଟାକ୍ସି ଆରମ୍ଭ କରାଯାଇଥିଲା। ଏହା ଅନୁସାରେ, ଜଣେ ବ୍ୟକ୍ତିଙ୍କଠାରୁ ୬୨୨୦୦ ଟଙ୍କା ନିବେଶ କରାଯାଇଥିଲା। ନିବେଶ କରିଥିବା ଲୋକଙ୍କ ଅଭିଯୋଗ ହେଉଛି ଯେ, ତାଙ୍କୁ ଟଙ୍କା ଦିଆଯାଇନଥିଲା। ପରେ ସଞ୍ଚାଳକ ଜଣକ ଫେରାର ହୋଇଯାଇଥିଲେ, ଲୋକମାନେ ମାମଲା ରୁଜୁ କରିବା ଆରମ୍ଭ କରିଦେଇଥିଲେ। ଦାଦ୍ରି କୋତଓ୍ବାଲି ଏରିଆର କୋଟ୍ ଗାଁରେ ବାଇକ୍ ବୋଟର ମୁଖ୍ୟ ଅଫିସ ତିଆରି କରାଯାଇଥିଲା। ବାଇକ୍ ବୋଟ୍ ଦୁର୍ନୀତି ସମାନାକୁ ଆସିବା ପରେ ନିବେଶକଙ୍କୁ ଲକ୍ଷାଧିକ ଟଙ୍କାର ନକଲି ଚେକ୍ ଦିଆଯାଇଥିଲା।