ବାଇକ୍ ସାନିଟାଇଜ୍ କରୁଥିଲେ କର୍ମଚାରୀ, ହଠାତ୍ ଲାଗି ନିଆଁ ଲାଗିବା ପରେ ସମ୍ପୂର୍ଣ୍ଣ ଜଳିଗଲା

ଅହମ୍ମଦାବାଦ,୧।୬: କରୋନା ଭାଇରସ୍ ଦ୍ବାରା ଲଗାତାର ଭାବରେ ବଢୁଥିବା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ପରିସ୍କାର-ପରିଚ୍ଛନ୍ନତା ଉପରେ ଅଧିକ ଧ୍ୟାନ ଦିଆାଉଛି। ଲୋକଙ୍କୁ ନିଜ ଘରେ ବ୍ୟବହାର କରାଯାଉଥିବା ସମସ୍ତ ଜିନିଷ ଓ ବାହାକୁ ସାନିଟାଇଜ୍ କରିବାକୁ କୁହାଯାଉଛି। ଗୁଜରାଟର ଅହମ୍ମଦାବାଦରେ ଏକ ବାଇକ୍ ସାନିଟାଇନ୍ କରିବା ବେଳେ ସେଥିରେ ନିଆଁ ଲାଗିଯାଇଥିଲା।

ଅହମ୍ମଦାବାଦରରେ ଏକ ଘରୋଇ କମ୍ପାନୀର ଗେଟରେ କର୍ମଚାରୀଙ୍କ ଗାଡିକୁ ସାନିଟାଇଜ୍ କରିବା ପ​‌ରେ ଭିତରକୁ ଯିବାର ଅନୁମତି ମିଳିଥାଏ। ଏହି କ୍ରମରେ ଜଣେ କର୍ମଚାରୀ ନିଜର ଗାଡିକୁ ସାନିଟାଇନ୍ କରିବା ବେଳେ ଅଚାନକ ଭାବରେ ତାଙ୍କ ବାଇକରେ ନିଆଁ ଲାଗିଯାଇଥିଲା।

ଗାଡିରେ ନିଆଁ ଲାଗିବା ମାତ୍ରେ କର୍ମଚାରୀ ଜଣକ କିଛି ବୁଝି ପାରିନଥିଲେ। ସେ ତୁରନ୍ତ ଗାଡି ଛାଡି ସେଠାରୁ ଦୌଡିକି ପଳାଇଥିଲେ। ସେଠାରେ ଥିବା ଗାର୍ଡ ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ। ନିଆଁ ଯେତେବେଳେ  ଲିଭିଥିଲା ନଥିଲା ଗାର୍ଡ ଜଣକ ଦୌଡିକି  ନିଆଁ ଲିଭା ଯନ୍ତ୍ର ନେଇକି ଆସିଥିଲେ। ଏହାପରେ ସେଠାରେ ଥିବା ଲୋକ କୌଣସି ପ୍ରକାର ଭାବରେ ନିଆଁକୁ କାବୁ କରିନେଇଥିଲେ। ସେତେବେଳେ ବାଇକଟି ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଥିଲା। ସନ୍ଦେହ କରାଯାଉଛି ଗାଡି ଷ୍ଟାର୍ଟ ଥିବା ବେଳେ ସାନିଟାଇଜରରେ ଆଲକୋହଲର ଅଧିକ ମାତ୍ରା ଥିବା କାରଣରୁ ନିଆଁ ଲାଗିଯାଇଥିଲା।

   ସମ୍ବନ୍ଧିତ ଖବର


ଆଲ୍‌କହଲ୍‌ ଭିତ୍ତିକ ହ୍ୟାଣ୍ଡ ସାନିଟାଇଜର୍‌ରେ ଲାଗିବ ୧୮% ଜିଏସ୍‌ଟି

ମୁକେଶ ବିଶ୍ୱର ଷଷ୍ଠ ଧନୀ : ସମ୍ପତ୍ତିରେ ଏଲନ୍‌ ମସ୍କ, ଲ୍ୟାରି ପେଜ୍‌ଙ୍କୁ ଟପିଲେ

ରାଜ୍ୟରେ କରୋନା ନେଲା ଆଉ ୩ ମୁଣ୍ଡ, ମୃତ୍ୟୁସଂଖ୍ୟା ୭୭କୁ ବୃଦ୍ଧି

ଭାରତୀୟଙ୍କ ମୋବାଇଲରେ ଲୁଚି ଲୁଚି ଖେଳ କରୁଛି ଟିକ୍‌ଟକ୍‌ : ପୁରା ଘଟଣା ଜାଣିଲେ ମୁଣ୍ଡରେ ହାତ ଦେବେ…

ଉମାଶଙ୍କର ଦାସ ଭୁବନେଶ୍ୱର ଡିସିପି, ବଦଳିଲେ ୬ ଏସ୍‌ପି, ୨ ଡିସିପି

ଆଜିଠୁ ରାଜ୍ୟରେ ପ୍ଲାଜ୍‌ମା ଥେରାପି : ଦିନକୁ ହେବ ୯ ହଜାର ପରୀକ୍ଷା