କୁକୁର ସହିତ ବାଇକ୍‌ ଧକ୍କା, ମା’ ପୁଅ ଆହତ

ବାଲିପାଟଣା,୪/୫: ଆଜି ସକାଳୁ ବାଲିପାଟଣା ଥାନା ନୂଆସାହି ବଜାରଠାରେ ଏକ କୁକୁର ସହିତ ବାଇକ୍‌ ଧକ୍କା ହେବାରୁ ମା’ ପୁଅ ଗୁରୁତର ଆହତ ହୋଇଛନ୍ତି ।

ପ୍ରକାଶ ଯେ, ବାଲିପାଟଣା ଥାନାରେ କାର୍ଯ୍ୟରତ କନଷ୍ଟେବଲ ହୃଷିକେଶ ଦାସ ଓ ତାଙ୍କ ମା’ ସୁଲୋଚନା ଦାସ(୫୧) ଭୁବନେଶ୍ୱରରୁ ବାଲିପାଟଣା ଯାଉଥିଲେ । ନୂଆସାହି ଛକଠାରେ ରାସ୍ତାକୁ ଏକ କୁକୁର ପଶି ଆସିବାରୁ ବାଇକ୍‌ ଭାରସାମ୍ୟ ହରାଇ କୁକୁର ସହ ପିଟି ହୋଇଥିଲା । ଏଥିରେ ହୃଷିକେଶ ଓ ତାଙ୍କ ମା’ ଛିଟିକି ପଡ଼ି ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନେଇ ଚିକିତ୍ସା କରାଇଥିଲେ । ଗୁରୁତର ସୁଲୋଚନାଙ୍କୁ ସଜ୍ଞାହୀନ ଅବସ୍ଥାର ୧୦୮ ଯୋଗେ କ୍ୟାପିଟାଲ ହସପିଟାଲ ନିଆଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ଭଲ ଅଛି ବୋଲି ଥାନାଧିକାରୀ କହିଛନ୍ତି ।

   ସମ୍ବନ୍ଧିତ ଖବର


ଇଜ୍ଜତ ନେବି ବଦନାମ୍ କରିବି ‘ଶହେ କିଲୋମିଟର ଦୂରରୁ ଏମିତି ଧମକ ଦେଉଛି ଦୁର୍ବୃତ୍ତ’ ଅଥଚ- ଆତଙ୍କିତ ବିଧବା ମହିଳାଙ୍କୁ ମିଳୁନି ପୋଲିସ୍ ସୁରକ୍ଷା

ପରିବା କ୍ଷେତରୁ ବଜାର ପହଞ୍ଚିବା ପରେ ଦାମ ହେଇଯାଉଛି ଦୁଇଗୁଣା, ଜାଣନ୍ତୁ କଣ’ ରହିଛି କାରଣ…

ସ୍କୁଲ ଭିତରେ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଏସଏମ୍‌ସି ସଭାପତି ନାଁ ଥାନାରେ ଏତଲା

ଛକରେ ମା’କୁ ଛାଡ଼ିଗଲା ଅବିବେକୀ ପୁଅ; ମା’ ଆଖିରୁ ଶୁଖୁନି ଲୁହ…

ସୁନା କି ଚାନ୍ଦି ନୁହେଁ, ଏଥର ସିଲଭର୍‌ ସିଟିରେ ଝଲସିବ ଜରି ମେଢ଼: ଅଳଙ୍କାର ଓ ଜରି ମେଢ଼ କାରିଗରଙ୍କର ବଢିଛି ଚାହିଦା

ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା ଫଳ