ମୁହଁରେ ଗାଡ଼ି ଲାଇଟ୍ ପଡିବାରୁ ଅଟକିଲେ ବାଇକ୍ ଚାଳକ; ପଛରୁ ଧକ୍କା ଦେଲା ଟ୍ରକ୍, ଆଖିବୁଜିଲେ ଫାର୍ମାସିଷ୍ଟ୍ ଛାତ୍ର

ରଘୁନାଥପୁର ୦୮/୦୪: ଏମିତି ବି ଆସେ ମୃତ୍ୟୁ। ବାଇକରେ ଯାଉଥିବା ବେଳେ ବିପରିତ ଦିଗରୁ ଆସୁଥିବା ଗାଡ଼ି ଲାଇଟ୍ ମହିଁରେ ପଡ଼ିରୁ ହଠାତ୍ ଅଟକି ଯାଇଥିଲେ ଯୁବକ, ପଛପଟୁ ଆସୁଥିବା ସିମେଣ୍ଟ୍ଣ୍ଟ ବୋଝେଇ ଧକ୍କା ଦେଇଥିଲା। ଯୁବକଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ପୁଲିସ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ । ମୃତକ ଜଣକ ରଘୁନାଥପୁର ଅଞ୍ଚଳର ସୁବ୍ରତ କୁମାର ନାୟକଙ୍କ ଏକମାତ୍ର ପୁତ୍ର ସୁବ୍ରହ୍ମମୟା ନନ୍ଦ ନାୟକ ଓରଫ ଲିପୁନୁ(୨୨) ଲିପୁନ୍ ଜଣେ ମେଧାବୀ ପାର୍ମାସିଷ୍ଟ ଛାତ୍ର ଥିବାବେଳେ ଜଣେ ଭଲ କ୍ରିକେଟ ଖେଳାଳି ଭାବରେ ବେଶ୍ ପରିଚିତ ଥିଲେ।
ସୂଚନା ମୁତାବିକ, ଲିପୁନ୍ ନିଜ ବାଇକ୍ରେ କଟକରୁ ନିଜ ଗ୍ରାମ କନ୍ଦରା ପାଟ୍ଟିକୁ ସଂଧ୍ୟା ସମୟରେ ଫେରୁଥିଲେ । କଟକ ଗତିରାଉତପାଟଣା ନିକଟରେ ବିପରିତ ଦିଗରୁ ଆସୁଥିବା ଗାଡିର ଲାଇଟ୍ ମୁହଁରେ ପଡ଼ିବାରୁ ସେ ଅଟକି ରହିଥିବା ଏକ ସିମେଣ୍ଟ୍ଣ୍ଟ ବୋଝେଇ ଟ୍ରକ ପଛପଟେ ପିଟିହୋଇଯାଇଥିଲେ । ଘଟଣାସ୍ଥଳରେ ଲିପୁନ୍ ଗୁରୁତର ଆହତ ହୋଇଥିଲେ । ତାଙ୍କର ଛାତିରେ ଶକ୍ତ ଆଘାତ ଲାଗିଥିଲା । ସ୍ଥାନୀୟ ପୁଲିସ ଦୁର୍ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ । ଏହି ଦୁର୍ଘଟଣା ଖବର ପାଇ ପରିବାର ଲୋକ ମେଡିକାଲରେ ପହଞ୍ଚି ଶବ ବ୍ୟବଚ୍ଛେଦ କରାଇଥିଲେ । ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।