ବାଇକ୍‌ ଲୁଟେରା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ୍‌, ୩ ଗିରଫ, ୪ ଚୋରା ବାଇକ୍‌ ଜବତ

ଭୁବନେଶ୍ୱର ୨୯/୨: ଲକ୍ଷ୍ମୀସାଗର ଥାନା ପୁଲିସ ଏକ ବାଇକ୍‌ ଲୁଟେରା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ୍‌ କରିଛି । ଲୁଟେରା ଗ୍ୟାଙ୍ଗ୍‌ର ୩ ଜଣଙ୍କୁ ଗିରଫ କରିବା ସହ ୪ଟି ଚୋରା ବାଇକ୍‌ ଜବତ କରିଛି । ଗିରଫ ଲୁଟେରାମାନେ ହେଲେ ଗ୍ୟାଙ୍ଗ୍‌ ମୁଖ୍ୟ ଝାରପଡ଼ା ମୁସ୍‌ଲିମ୍‌ ସାହିର ଟୁକୁନା ଓରଫ ସାଜିଦ ଖାନ୍‌(୨୭) ଓ ଦୁଇ ସହଯୋଗୀ ରଥିପୁରର ସେକ୍‌ ରମ୍‌ଜାନ(୨୨) ଓ ଏମ୍‌ଡି ପାଇଜ(୨୨) ।

ପୁଲିସ ସୂଚନା ଅନୁଯାୟୀ, ୟୁନିଟ୍‌-୩ ଶାନ୍ତିପଲ୍ଲୀ ବସ୍ତିରେ ରହୁଛନ୍ତି ନୟାଗଡ଼ର ଟୁନା ନାୟକ । ଗତ ୨୫ ତାରିଖରେ ଟୁନା ଓ ତାଙ୍କ ପତ୍ନୀ ଲକ୍ଷ୍ମୀସାଗର ଛକକୁ ଯାଇଥିଲେ । ବାଇକ୍‌ ନିକଟରେ ପତ୍ନୀଙ୍କୁ ଛାଡ଼ି ଟୁନା ନିକଟସ୍ଥ ଦୋକାନକୁ ଯାଇଥିଲେ । ଏହି ସମୟରେ ସାଜିଦ୍‌ ମହିଳାଙ୍କୁ ଧକ୍କାମାରି ବାଇକ୍‌ ନେଇ ପଳାଇଥିଲେ । ଏନେଇ ଟୁନା ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ବାଇକ୍‌ ଲୁଟ୍‌ ହୋଇଥିବା ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ୍‌ରୁ ସାଜିଦ୍‌ଙ୍କୁ ଚିହ୍ନଟ କରିଥିଲା । ଟୁକୁନାଙ୍କୁ ଧରି ପୁଲିସ ରଥିପୁରରେ ଚଢ଼ଉ କରି ରମ୍‌ଜାନ ଓ ପଇଜଙ୍କୁ ଗିରଫ କରିବା ସହ ୪ଟି ବାଇକ୍‌ ଜବତ କରିଥିଲା । ଟୁକୁନା ଚୋରି ବାଇକ୍‌ ସବୁ ରମ୍‌ଜାନ ଓ ପଇଜଙ୍କ ନିକଟରେ ପହଞ୍ଚାଇଥାନ୍ତି । ଏହାପରେ ସେମାନେ ଚୋରି ବାଇକ୍‌ଗୁଡ଼ିକୁ କମ୍‌ ଦାମରେ ବିକ୍ରି କରି ଟଙ୍କା ଭାଗବାଣ୍ଟି ନିଅନ୍ତି । ଏହିପରି ସେମାନେ ରାଜଧାନୀରୁ ୨୦ରୁ ଅଧିକ ବାଇକ୍‌ ଚୋରି କରିଥିବା ପୁଲିସ ଆଗରେ ମାନିଛନ୍ତି । ଆଜି ସାଜିଦ, ରମ୍‌ଜାନ ଓ ପଇଜଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

   ସମ୍ବନ୍ଧିତ ଖବର


ଲଜ୍ଜା ! ବୋହୂର ସର୍ବସ୍ୱ ସାରିଲା ଶ୍ୱଶୂରଙ୍କର ପାପ ନଜର- ପୁଅକୁ ଗୁଳି କରି ଫେରାର

ଓସିଏ ଆୟୋଜନ କରିବ ଟି-୨୦ ଲିଗ୍, ଭାଗ ନେବେ ୬ଟି ଟିମ୍‌

ବଲାଙ୍ଗୀର:ଜମି ବଢିନି ଚାଷୀ ବଢିଗଲେ- କୃଷି ବିଭାଗ କହିଲା ଲକ୍‌ଡାଉନ୍ ଯୋଗୁଁ ରାଜ୍ୟ ବାହାରୁ ଫେରି ଆସିଛନ୍ତି ଚାଷୀ

ଡିସେମ୍ବର ଗାଇଡଲାଇନ୍: ୩୧ ଯାଏଁ ସିନେମା ହଲ ବନ୍ଦ, କ’ଣ ଖୋଲା କ’ଣ ବନ୍ଦ ଜାଣନ୍ତୁ…

ମଙ୍ଗଳବାରରୁ ସମସ୍ତ ରୁଟ୍‌ରେ ଆରମ୍ଭ ହେବ ମୋ ବସ୍‌ ସେବା

ପୁଣି ଥରେ ଇତିହାସ ରଚିଲା ସମ୍ ହସ୍ପିିଟାଲ ଓଡ଼ିଶାର ଦ୍ୱିତୀୟ ଥର ପାଇଁ ସମ୍ ହସ୍ପିଟାଲ୍‌ରେ ସଫଳ ଯକୃତ ପ୍ରତ୍ୟାରୋପଣ