ବାଇକ୍ ଚୋରି ରାକେଟ୍ର ପର୍ଦ୍ଦାଫାସ କଲା ଆସିକା ପୁଲିସ: ୨୧ ମୋଟର ସାଇକେଲ୍ ଜବତ, ୯ ଗିରଫ

ଆସିକା, ୧୭/୦୧: ଆସିକା ପୁଲିସ ଏକ ବାଇକ୍ ଚୋରି ରାକେଟ୍କୁ ଧରିବାରେ ସଫଳ ହୋଇଛି । ଏହାସହ ପୁଲିସ ୨୧ଟି ଚୋରି ବାଇକ୍ ଜବତ କରିଥିବା ବେଳେ ୯ ଜଣଙ୍କୁ ଗିରଫ କରିଛି। ଏମାନେ ଦକ୍ଷିଣଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରୁ ବାଇକ୍ ଚୋରି କରୁଥିବା ପୁଲିସ କହିଛି । ଏହି ଗ୍ୟାଙ୍ଗ୍ର ତିନିଜଣ ବାଇକ୍ ଚୋରି କରିବା ପରେ ୪ଟି ଗ୍ୟାରେଜରେ ବାଇକ୍ ଗୁଡ଼ିକୁ ଖୋଲି ଭାଗ ଭାଗ କରି ଇଞ୍ଜିନ ଖାଲି ବିକ୍ରି କରୁଥିଲେ ବୋଲି ଆସିକା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ ସୂଚନା ଦେଇଛି ।

ଶନିବାର ଆୟୋଜିତ ଏହି ସମ୍ମିଳନୀ ପ୍ରୋବେସନ୍ ଆଇପିଏସ୍ ଅଧିକାରୀ ରାଘବେନ୍ଦ୍ର ଗୁଣ୍ଡାଲା, ଏସ୍ଡିପିଓ ସୁର୍ଯ୍ୟମଣି ପ୍ରଧାନ, ଆସିକା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ ଉପସ୍ଥିତ ଥିଲେ । ୧୪ ତାରିଖରେ ଏକ ବାଇକ୍ ଚୋରି ଘଟଣାର ତଦନ୍ତ କରୁଥିବା ବେଳେ ଏହି ରାକେଟର ସନ୍ଧାନ ପାଇଥିଲା ଆସିକା ପୁଲିସ । ଏହି ଘଟଣାରେ ପୁଲିସ ୧୧, ୧୨, ୨୨/୨୦୨୧ରେ ତିନୋଟି ମାମଲା ରୁଜୁକରି ଗିରଫ ୯ଜଣଙ୍କୁ କୋର୍ଟ ଚାଲାଣ କରିଛି ।