PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ଧରାପଡ଼ିଲା ବାଇକ୍‌ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱର,୧୭ ।୩(ବ୍ୟୁରୋ): ବାଇକ୍‌ ଲୁଟ୍‌ପାଟ କରି ଆତଙ୍କ ଖେଳାଇଥିବା ୨ ଲୁଟେରାଙ୍କ ସହ ୩ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ । ସେମାନଙ୍କ ଠାରୁ ୧୩ଟି ଚୋରା ବାଇକ୍‌ ଜବତ ହୋଇଛି । ଗିରଫ ଲୁଟେରାମାନେ ହେଲେ ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମା ରଘୁନାଥନଗର ଶୁକବିହାରର ଦାସିଆ ଓରଫ ଦାସରଥି ଦଳାଇ(୨୨), ପାତ୍ରପଡ଼ା ଫୁଲେଶ୍ୱରୀ ବସ୍ତିରେ ରହୁଥିବା ଗଞ୍ଜାମ କୋଦଳାର ବିଶାଳ ଓରଫ ଝୁମର ବିଶ୍ୱାଳ(୨୭) । ଏହି ଦୁଇ ଲୁଟେରାଙ୍କ ଠାରୁ ଚୋରା ବାଇକ୍‌ ରଖି ବିକ୍ରି କରୁଥିବା ଗଞ୍ଜାମ କୋଦଳା ଥାନା ଅନ୍ତର୍ଗତ ରାମପାଲ୍ଲୀର ରାଜୁ ସ୍ୱାଇଁ(୨୫)କୁ ମଧ୍ୟ ପୁଲିସ ଗିରଫ କରିଛି । ଦାସିଆ ଓ ବିଶାଳ ବିଶେଷକରି ଡୁମୁଡୁମା, ଆଇଗିଣିଆ, ପାତ୍ରପଡ଼ା, କୋଳଥିଆ, ଖଣ୍ଡଗିରି ଓ ବରମୁଣ୍ଡା ଅଞ୍ଚଳରୁ ବାଇକ୍‌ ଲୁଟ୍‌ପାଟ କରିଥିବା ମାନି ଯାଇଥିଲେ । ଆଜି ୩ ଜଣଙ୍କୁ କୋର୍ଟ ଚାଲାଣ କରା ଯାଇଥିଲା । ଜାମିନ୍‌ ନାମଞ୍ଜୁର ହେବାରୁ ୩ ଜଣଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆ ଯାଇଛି ।

ଧରାପଡ଼ିଲେ କେମିତି
ଖଣ୍ଡଗିରି ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ଡୁମୁଡୁମା ସୁବାସନଗରର ମନୋଜ କୁମାର ମହାରଣା ୨୦୧୮ ଡିସେମ୍ବର ୩୧ ତାରିଖ ସକାଳ ୯ଟାରେ ତାଙ୍କ ବାଇକ୍‌ ନଂ (ଓଆର୦୨ଏଭି-୬୦୦୧)କୁ ନେଇ ଡୁମୁଡୁମା ଫେଜ୍‌୪କୁ ଯାଇଥିଲେ । ସେଠାରେ ଏକ ନିର୍ମାଣାଧୀନ ବିଲ୍ଡିଂ ସମ୍ମୁଖରେ ରଖି ସେ କାମରେ ବ୍ୟସ୍ତ ଥିଲେ । ଅପରାହ୍ଣ ସାଢ଼େ ୫ଟାରେ ସେ କାମ ସାରି ବାଇକ୍‌ ରଖିଥିବା ସ୍ଥାନକୁ ଆସି ଦେଖିବା ବେଳକୁ ତାଙ୍କ ବାଇକ୍‌ ନଥିଲା । ବହୁ ଖୋଜାଖୋଜି ପରେ ବାଇକ୍‌ ନ ପାଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ଚୋରି ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଶୁକ୍ରବାର ରାତିରେ ଖଣ୍ଡଗିରି ଥାନା ପୁଲିସ ପକ୍ଷରୁ ପାଟ୍ରୋଲିଂ ଚାଲିଥିବା ବେଳେ ଆଇଗିଣିଆ ଛକରେ ଦାସିଆ ଓ ବିଶାଳ ଏକ ବାଇକ୍‌ରେ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା । ପୁଲିସକୁ ଦେଖି ସେମାନେ ନ ଅଟକି ଦ୍ରୁତ ଗତିରେ ପଳାଇ ଯାଉଥିଲେ । ପୁଲିସ ସେମାନଙ୍କୁ ପିଛା କରି ଧରିଥିଲା । ଦୁଇଜଣଙ୍କୁ ବାଇକ୍‌ କାଗଜପତ୍ର ମାଗିବାରୁ ସେମାନେ ଦେଖାଇ ପାରି ନଥିଲେ । ତେଣୁ ପୁଲିସ ବାଇକ୍‌ ସହ ସେମାନଙ୍କୁ ଥାନାକୁ ନେଇ ଯାଇଥିଲା । ଜେରା ବେଳେ ସେମାନେ ମନୋଜଙ୍କ ବାଇକ୍‌କୁ ଚୋରି କରିଥିବା ମାନି ଯାଇଥିଲେ । ପୁଲିସ ଦାସିଆ ଠାରୁ ୫ଟି ବାଇକ୍‌ ଜବତ କରିଥିବା ବେଳେ ଫୁଲେଶ୍ୱରୀ ବସ୍ତିରୁ ବିଶାଳ ଘରୁ ୪ଟି ବାଇକ୍‌ ଜବତ କରିଥିଲା । ଦୁଇଜଣଙ୍କୁ ଧରି ପୁଲିସ ଗଞ୍ଜାମରେ ରାଜୁ ସ୍ୱାଇଁ ଘରେ ଚଢ଼ଉ କରି ଆଉ ୪ଟି ଚୋରା ବାଇକ୍‌ ଜବତ କରିଥିଲା । ଦାସିଆ ନାମରେ କେବଳ ଖଣ୍ଡଗିରି ଥାନାରେ ୮ଟି ମାମଲା ଥିବା ପୁଲିସ କହିଛି ।