PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ- ଗୋଚ୍ଛାପଡା ପୁଲିସ ଦ୍ବାରା ୧୦୭ କିଲୋ ଗଞ୍ଜେଇ ଜବତ । ଜାମସେଦପୁର ଅଞ୍ଚଳର ଦୁଇ ଗିରଫ ।
  • ||
  • ଗଞ୍ଜାମ- କୁକୁଡାଖଣ୍ଡି ବ୍ଲକ କାଳୁଆ ଛକରେ ୭ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ଅବକାରୀ।
  • ||
  • ଭୁବନେଶ୍ଵର : ବିଭିନ୍ନ ରାଜ୍ୟରେ ଡାକ୍ତରମାନଙ୍କୁ ଆକ୍ରମଣ, ଆସନ୍ତା ୧୮ ତାରିଖକୁ ଜାତୀୟ ପ୍ରତିବାଦ ଦିବସ ଭାବେ ପାଳିବ ଭାରତୀୟ ଚିକିତ୍ସକ ସଂଘ
  • ||
  • ବଲାଙ୍ଗୀର : ସଦର ଏସଡିପିଓଙ୍କ ପ୍ରେସମିଟ, ୨୨ ବାଇକ, ୨ ପିକଅପ ଜବତ, ୭ ଗିରଫ
  • ||
  • ମାଲକାନାଗିରି : ମାଲକାନଗିରି-ଆନ୍ଧ୍ର ସୀମାରେ ନକ୍ସଲ ଓ ପୋଲିସ ମୁହାଁମୁହିଁ, ଏନକାଣ୍ଟରରେ ୬ ହାଡକୋର ମାଓବାଦୀ ନିହତ
  • ||
  • ପାରାଦୀପ : ଜିଏସଟି ଫାଙ୍କୁଥିବା ଅଭିଯୋଗରେ ସ୍କାର୍ପ ବୋଝେଇ ଟ୍ରକ ଅଟକ, ବାଣିଜ୍ୟ କର ବିଭାଗ ଦ୍ଵାରା ଅଟକ
  • ||
  • ଅନୁଗୁଳ : ରେଙ୍ଗାଲି ବିରାଜ ଷ୍ଟିଲ ସାମ୍ନାରେ ଟ୍ରକ୍ ସହ ଧକ୍କା ହୋଇ କାର୍ ଚୂରମାର, ଘଟଣାସ୍ଥଳରେ ଜଣେ ମ୍ରୁତ, ଜଣେ ଗୁରୁତର
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଉତ୍ତରାମୁଖୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ, ଛୁରୀ ମାଡ଼ରେ ଜଣେ ମୃତ ଓ ଦୁଇଜଣ ଆହତ, ସମସ୍ତେ ଏମକେସିଜିରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ଆଉ ଅଳ୍ପ ଦିନ ମଧ୍ୟରେ ସଂକ୍ରମଣ ସମ୍ପୂର୍ଣ୍ଣ କମିଯିବ, ‘ଅନଲକ୍’ ହେଲେବି ଲୋକଙ୍କୁ ନିୟମ କଡାକଡି ପାଳନ କରିବାକୁ ପଡିବ- ଡିଏମଇଟି
  • ||
  • ବାଲିପାଟଣା : ଧାନ ବ୍ୟବସାୟୀଙ୍କୁ ବୋମା ମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଢେଙ୍କାନାଳ : ବିବାହ କରିବାକୁ ମନା କରିଦେଲେ ପ୍ରେମିକା, ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲା ବିଫଳ ପ୍ରେମିକ
  • ||
  • ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା କୁଲାବେଡା ଜଙ୍ଗଲରେ ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳି ବିନିମୟ
  • ||
  • ଭୁବନେଶ୍ୱର : ଓଡ଼ିଶାରୁ ଆଉ ୪୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି
  • ||
  • ଚୌଦ୍ଵାର: ଟ୍ରଲରକୁ ପିଟିଲା ପିକଅପ୍ ଭ୍ୟାନ୍, ୨ ମୃତ ଜଣେ ଗୁରୁତର
  • ||
  • କରଞ୍ଜିଆ : ସୋଲାର ଚୋରଙ୍କୁ ଧରିଲା ପୋଲିସ, ଖତ ଗଡ଼ିଆରେ ପୋତି ଲୁଚାଇ ରଖିଥିଲେ ସୋଲାର ପ୍ୟାନେଲ ଓ ବ୍ୟାଟେରୀ
  • ||
  • ଭୁବନେଶ୍ୱର : ରାଜ୍ୟରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ମାତ୍ର ୯ ଟଙ୍କାରେ ଯାଆନ୍ତୁ ବିଦେଶ, ‘ବିକିନି ଏୟାରଲାଇନ୍‌’ ଦେଉଛି ସୁଯୋଗ

ନୁଆଦିଲ୍ଲୀ ୨୦/୮: କମ୍ ବଜେଟରେ ବିଦେଶ ବୁଲିବାକୁ ଯିବା ପାଇଁ ଇଛା କରିଥିବା ବ୍ଯକ୍ତିମାନଙ୍କ ପାଇଁ ଖୁସିଖବର । ଭିଏତନାମର ଲୋ କଷ୍ଟ ବିକିନି ଏୟାରଲାଇନ୍ସ ଭିଯତଜେଟ୍ ବମ୍ଫର ଅଫର ଆଣିଛି । ଭିୟତଜେଟ୍ ଏୟାରଲାଇନ୍ସ ମାତ୍ର ୯ ଟଙ୍କାରେ ଭିଏତନାମ ଫ୍ଲାଇଟ୍ ଟିକେଟ୍ ଦେଉଛି । ଭିୟତଜେଟ୍, ଭାରତ ଓ ଭିଏତନାମ ମଧ୍ଯରେ ଡାଇରେକ୍ଟ ଉଡାଣ ଆରମ୍ଭ କରିବାକୁ ଯାଉଛି । ସେଥିପାଇଁ ଏହି ଦମଦାର ଅଫର ଆଣିଛି କମ୍ପାନୀ ।

କେବେ ପର୍ଯ୍ୟନ୍ତ ରହିଛି ଅଫର
ଭିଏତଜେଟ୍ ଏୟାରଲାଇନ୍ସ ୩ ଦିନ ପାଇଁ ଗୋଲ୍ଡେନ୍ ଡେଜ୍ ଅଫର ଆରମ୍ଭ କରିଛି । ଏହା ୨୦ ଅଗଷ୍ଟରୁ ଆରମ୍ଭ ହୋଇ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଭିଏତଜେଟ୍ ନୁଆଦିଲ୍ଲୀରୁ ଚିନ ମିନ୍ ସିଟି ଓ ହନୋଇର ନୂଆ ରୁଟରେ ନନ୍-ଷ୍ଟପ୍ ଉଡାଣ ଆରମ୍ଭ କରିବ । ଅଫର ଅନୁସାରେ ୯ ଟଙ୍କାରେ ବେସ୍ ଫେୟାରରେ ବିମାନ ଟିକେଟ୍ ମିଳୁଛି । ଏହି ଫେୟାରରେ ଭ୍ୟାଟ୍, ଏୟାରପୋର୍ଟ ଫିସ୍ ଓ ଅନ୍ଯ ସରଚାର୍ଜ ସାମିଲ ନାହିଁ ।

ଏମିତି ବୁକ୍ କରନ୍ତୁ ଟିକେଟ୍
କଷ୍ଟମର  www.vietjetair.com  ୱେବସାଇଟକୁ ଯାଇ ନିଜ ଟିକେଟ ବୁକ୍ କରିପାରିବେ । ଏହା ବ୍ୟତୀତ ଭିଏତଜେଟ୍ ଏୟାର ମୋବାଇଲ୍ ଆପର ବ୍ୟବହାର କରି ୬ ଡିସେମ୍ବର ୨୦୧୯ରୁ ୨୮ ମାର୍ଚ୍ଚ ୨୦୨୦ ପର୍ଯ୍ଯନ୍ତ ଟିକେଟ୍ ବୁକ୍ କରିପାରିବେ ।

ଫ୍ଲାଇଟ୍ ସୂଚୀ
ନୂଆଦିଲ୍ଲୀରୁ ୬ ଡିସେମ୍ବର ୨୦୧୯ରୁ ପ୍ରତି ସପ୍ତାହର ସୋମବାର, ବୁଧବାର, ଶୁକ୍ରବାର ଓ ରବିବାରକୁ ୪ ରିଟର୍ଣ୍ଣ ଫ୍ଲାଇଟ୍ସ ହୋ-ଚି-ମିନ୍ ସିଟି ପାଇଁ ଯିବ । ହନୋଇରୁ ନୂଆ ଦିଲ୍ଲୀ ରୁଟର ପରିଚାଳନା ୭ ଡିସେମ୍ବର ୨୦୧୯ରୁ ପ୍ରତି ସପ୍ତାହ ମଙ୍ଗଳବାର, ଗୁରୁବାର ଓ ଶନିବାର ହେବ ।

ଫ୍ଲାଇଟ୍ ଟାଇମିଂ
ହୋ ଚିନ୍ ମିନ୍ ସିଟିରୁ ଫ୍ଲାଇଟ୍ ସନ୍ଧ୍ଯା ୭ଟାରୁ ଉଡାଣ ଭରିବ ଏବଂ ରାତି ୧୦.୫୦ ମିନିଟରେ ଦିଲ୍ଲୀରେ ପହଞ୍ଚିବ । ନୁଆଦିଲ୍ଲୀରୁ ରିଟର୍ଣ୍ଣ ଫ୍ଲାଇଟ୍ ରାତି ୧୧.୫୦ ମିନିଟରେ ଉଡାଣ ଭରିବ ଏବଂ ସକାଳ ୬.୧୦ମିନିଟରେ ଚିନ ମିନ ସିଟି ପହଞ୍ଚିବ ।

ସମ୍ବନ୍ଧିତ ଖବର