ଭାରତରେ ଆରମ୍ଭ ହେଲା ବିକିନୀ ଏୟାରଲାଇନ୍ସ: ମାତ୍ର ୯ଟଙ୍କାରେ କରିପାରିବେ ବିଦେଶ ଯାତ୍ରା

ବିମାନ ଯାତ୍ରୀଙ୍କ ପାଇଁ ଆସିଲା ଏକ ଧମାକାଦାର ଖବର। ଏବେ ମାତ୍ର ୯ଟଙ୍କାରେ ବିମାନ ଯାତ୍ରାର ଆନନ୍ଦ ନେଇପାରିବେ। ଏହି ଅଫର ଭିଏତ୍‌ନାମର ହ୍ବାଇଟ୍‌ଜେଟ୍‌ କମ୍ପାନୀ ଦେଇଛି। ଲୋକେ ଏହି ବିମାନସେବାକୁ ବିକିନୀ ଏୟାରଲାଇନ୍ସ ନାଁରେ ଜାଣିଛନ୍ତି।

ଏହି କମ୍ପାନୀ ଦିଲ୍ଲୀରୁ ହୋ-ଚି-ମିନ୍‌ହର ଯାତ୍ରା ମାତ୍ର ୯ ଟଙ୍କାରେ କରାଇବ। ଭିଏତ୍‌ନାମର ଏହି ଏୟାରଲାଇନ୍ସ କମ୍ପାନୀ ଖୁବ ଶୀଘ୍ର ଦିଲ୍ଲୀରୁ ହୋ-ଚି-ମିନ୍‌ହ ଯାତ୍ରା ପାଇଁ ଡାୟରେକ୍ଟ ଫ୍ଲାଇଟ୍‌ ଆରମ୍ଭ କରିବ ବୋଲି ଘୋଷଣା କରିଛି।

କମ୍ପାନୀ ଅନୁସାରେ ଡିସେମ୍ବର ମାସରୁ ଭାରତରେ ବିକିନୀ ଏୟାରଲାଇନ୍ସର ସେବା ଆରମ୍ଭ ହେବ।

ଭାରତରେ ନୂଆ ଓ ନିଆରା ସେବା ମାଧ୍ୟମରେ ଏଣ୍ଟ୍ରି ପାଇଁ  କମ୍ପାନୀ ଧମାକେଦାର ସୁପର ସେଭିଂ ଟିକେଟ ଅଫର ରଖିଛି। ମାତ୍ର ୯ ଟଙ୍କାରେ ବିଦେଶ ଯାତ୍ରାର ଘୋଷଣା କରିଛି।  ହେଲେ ଏହି ପ୍ରମୋଶନାଲ ଅଫର କେବଳ ଥ୍ରି ଗୋଲ୍ଡେନ୍‌ ଡେ ପାଇଁ ରହିବ।

ଭାରତରେ ଏହି ସେବା ଆରମ୍ଭ କରି ନିଜ ଫ୍ଲାଇଙ୍ଗ ନେଟୱାର୍କ ମଜବୁତ କରିବାକୁ ଚାହାନ୍ତି ବୋଲି ହ୍ବାଇଟ୍‌ଜେଟ୍‌ ଏୟାରଲାଇନ୍ସ କମ୍ପାନୀର ଭାଇସ୍‌ ପ୍ରେସିଡେଣ୍ଟ କହିଛନ୍ତି।

ସୂଚନାଯୋଗ୍ୟ ଯେ, ନିଜ ନାଁ ଓ ପ୍ରମୋସନାଲ ଅଫର ପାଇଁ ବଦନାମ ହେଉଥିବା ଏହି ଏୟାରଲାଇନ୍‌ ଏବେ ପ୍ରତିଦିନ ପାଖାପାଖି ୪୦୦ ଫ୍ଲାଇଟ୍‌ ସଂଚାଳନ କରୁଛି। ଏବେ ଯାଏଁ ୧୨୯ ରୁଟ୍‌ରେ ୮୦ ନିୟୁତ ଯାତ୍ରୀଙ୍କୁ ଯାତ୍ରା କରାଇସାରିଛି। 

   ସମ୍ବନ୍ଧିତ ଖବର


ଟିକଟକ୍ ଭିଡିଓ କରିବା ବାହାନାରେ ସାଙ୍ଗକୁ ହତ୍ୟାକଲା ନାବାଳକ,ଗୋଟିଏ ଝିଅକୁ ଦୁହେଁ ଭଲ ପାଉଥିଲେ

ବଡ଼ ଷ୍ଟାର ହେବାକୁ ଚାହୁଁଥିଲେ ଏହି ମଡେଲ୍‌ – ଆଖିରେ କରିଥିଲେ ଟାଟୁ , ହୋଇଗଲେ ଅନ୍ଧ

ପୋଲିସ ଧକ୍କା ଦେଇ ତଳେ ପକାଇବା ପରେ ଲାଠିରେ ମାଡ ମାରିଥିଲା: ରାହୁଲ

ରାହୁଲ ଗାନ୍ଧୀ ଗିରଫ, ପୋଲିସ-କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ବେଳେ ତଳେ ପଡିଗଲେ ରାହୁଲ ଗାନ୍ଧି, ହାଥରସ୍ ଯିବା ପୂର୍ବରୁ ରାହୁଲ-ପ୍ରିୟଙ୍କା ଗିରଫ

୨ ଦିନର ଶିଶୁକନ୍ୟାକୁ ୧୦୦ ଥର ପେଚ୍‌କସ ଭୁସି ହତ୍ୟା

ଅର୍ମେନିଆ- ଆଜେରବାଇଜାନ ଯୁଦ୍ଧରେ ପାକିସ୍ତାନର ହସ୍ତକ୍ଷେପ, ଯୁଦ୍ଧ ସ୍ଥଳକୁ ପଠାଇଲା ସୈନିକ