କୋଭିଡ୍‌ ୧୯ର ଉତ୍ସ ଓ ବିଲ୍‌ ଗେଟସ୍‌ ଲିଙ୍କ? ସୋସିଆଲ୍‌ ମିଡିଆରେ ଗେଟସ୍‌ଙ୍କୁ ନେଇ ଭାଇରାଲ୍‌ ହେଉଛି ଏହି ସବୁ କଥା

ନୂଆଦିଲ୍ଲୀ,୨୧।୪: କରୋନା ଭାଇରସ୍ ପଛରେ ବିଶ୍ବର ଦ୍ବିତୀୟ ଧନୀ ବ୍ୟକ୍ତି ତଥା ମାଇକ୍ରୋସଫ୍ଟ କୋ-ଫାଉଣ୍ଡରଙ୍କ ହାତ ଅଛି ।ଏଭଳି ଏକ ଗୁଜୁବ ପ୍ରଚାର ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ଯୋରଦାର  ପ୍ରଚାର ଚାଲିଛି। ବିଲଗେଟସଙ୍କ ବିରୋଧରେ କନ୍ସପିରେସି (ଷଡଯନ୍ତ୍ର)ଥିଓରି ଚାଲିଛି ଯେ,  ତାଙ୍କ ୫-ଜି ଟାଓ୍ବାର ଲଗାଇବା କାରଣରୁ  କରୋନା ଭାଇରସ୍ ବ୍ୟାପିଛି। ବିଲ୍ ଗେଟସଙ୍କୁ ନେଇ ଦ୍ରୁତ ଗତିରେ ଇଣ୍ଟରନେଟରେ ଏହି ଗୁଜବ ଖବର ସେୟାର କରାଯାଉଛି।

ନ୍ୟୁୟର୍କ ଟାଇମ୍ସ ଓ Zingal Labs ଏକ ଡାଟା କମ୍ପାଇଲ କରିଛନ୍ତି। ଯାହା ଅନୁସାରେ ଟିଭିରେ ଭାଇରସର ନାମ ସହିତ ବିଲ୍ ଗେଟସଙ୍କ ୧୨ ଲକ୍ଷ ଥର ନାମ ନିଆଯାଇଛି। ଏହି ଡାଟା ଫେବୃଆରୀରୁ  ଅପ୍ରେଲ ଭିତରେ ଥିଲା। ଉଲ୍ଳେଖନୀୟ ଯେ, ଡାଟା ୫ଜିରୁ କରୋନା ବ୍ୟାପିବାର କନ୍ସପିରେସି ଥିଓରି ୩୩% ଅଧିକ ରହିଛି।

ଫେସବୁକ୍, ଟ୍ବିଟର ଓ ୟୁଟ୍ୟୁବ୍ ସହିତ ପ୍ରତି ସ୍ଥାନରେ କନ୍ସପରେସି ଥିଓରି ଚାଲିଛି ଓ ମାଇକ୍ରୋସଫ୍ଟର ସହ ସଂସ୍ଥାପକ ବିଲ ଗେଟସଙ୍କୁ ଟାର୍ଗେଟ କରାଯାଉଛି। ଏହା ପୂର୍ବରୁ ୫ଜିକୁ ଟାର୍ଗେଟ କରାଯାଉଥିଲା ଓ ବ୍ରିଟେନରେ ବହୁତ ୫ଜି ଟାଓ୍ବାରରେ ନିଆଁ ଲଗାଇ ଦିଆଯାଇଥିଲା। କେବଳ ସେତିକି ନୁହେଁ ଇଞ୍ଜିନିୟରମାନଙ୍କୁ ଜୀବନରେ ମାରିଦେବାକୁ ଧମକ ଦିଆଯାଉଥିଲା।୫ଜି କନ୍ସପିରେସି ଥିଓରିରେ କୁହାଯାଇଥିଲା ଯେ, ୫ଜି କାରଣରୁ କରୋନା ଭାଇରସ ଜଣକଠାରୁ ଆଉଜଣକୁ ବ୍ୟାପୁଛି। କିନ୍ତୁ ଏହାକୁ ବୈଜ୍ଞାନିକ ଓ ବିଶେଷଜ୍ଞମାନେ କେବଳ ଗୁଜବ ବୋଲି କହିଥିଲେ।

ନ୍ୟୁୟର୍କ ଟାଇମ୍ସ ଦ୍ବାରା କଲେକ୍ଟ କରାଯାଇଥିବା ଡାଟା ଅନୁସାରେ ଫେସବୁକରେ ବିଲ୍ ଗେଟସ୍ ଓ କରୋନା କନ୍ସପିରେସି ଥିଓରି ଥିବା ୧୬,୦୦୦ ପଏଣ୍ଟ ରହିଛି ଓ ଏହା ଚଳିତ ବର୍ଷର ଅଟେ। ଏଥର ୯ ଲକ୍ଷ ଥର କମେଣ୍ଟ ଓ ଲାଇକ୍ କରାଯାଇଛି। ଯଦି ୟୁଟ୍ୟୁବ ବିଷୟରେ କଥା ହେବା ତେବେ ବିଲ୍ ଗେଟସ୍ ଓ କରୋନା ଭାଇରସକୁ ନେଇ ଗୁଜୁବ ଓ ଭ୍ରମାତ୍ମକ ତଥ୍ୟ ଥିବା ଭିଡିଓ ମାର୍ଚ୍ଚରୁ ଅପ୍ରେଲ ଭିତରେ ୫୦ ଲକ୍ଷ ଥରରୁ ଅଧିକ ଦେଖିବାକୁ ମିଳିଛି।

ସାରା ବିଶ୍ବରେ କରୋନା ଭାଇରସ୍ ଆଉଟବ୍ରେକ୍ ପରେ ବିଲ ଗେଟସଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା, ଯାହାକି ୨୦୧୫ର ଥିଲା। ଏଥିରେ ବିଲ ଗେଟସ୍ କହୁଛନ୍ତି, ମଣିଷ ଉପରେ ସବୁଠାରୁ ବଡ ବିପଦ ନ୍ୟୁକ୍ଲିୟର ଯୁଦ୍ଧ ନୁହେଁ ବଂର ଇମ୍ପେକସନ୍ ବା ସଂକ୍ରମଣ ଜନିତ ରୋଗ। କରୋନା ମଧ୍ୟ ଏହି କାଟାଗୋରୀରେ ଆସିଥାଏ। ଗତ ସପ୍ତାହରେ ଏହି ଭିଡିଓକୁ କୋଟି କୋଟି ଲୋକ ଦେଖିଛନ୍ତି।

ରାଇଟ୍ ଓ୍ବିଙ୍ଗର ଲୋକ ଓ କନ୍ସପିରେସି ଗ୍ରୁପ୍ QAnon ର ଦାବି ଅନୁସାରେ ବିଲ ଗେଟସ୍ ନିଜର ବ୍ୟକ୍ତିଗତ ଲାଭ ପାଇଁ ମହାମରୀର ଚିକିତ୍ସା କରୁଛନ୍ତି ଓ ସେ ଏହାକୁ ଯୋଜନା କରିଛନ୍ତି। କାରଣ କିଛି ଦିନ ତଳେ ବିଲ୍ ଗେଟସ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ କିଛି ପଲିସିକୁ ବିରୋଧ କରିଥିଲେ। ସେଥିପାଇଁ ଟ୍ରମ୍ପଙ୍କ ସମର୍ଥକ ତାଙ୍କୁ ଟାର୍ଗେଟ କରୁଛନ୍ତି।

   ସମ୍ବନ୍ଧିତ ଖବର


ଅହମଦାବାଦରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍, ସୂଚନା ଦେଲେ ସୌରଭ

କାମାନ୍ଧ ଯୁବକଙ୍କ ଅଜବ ଯୌନ ଲାଳସା; ମହିଳାଙ୍କ ଅନ୍ତବସ୍ତ୍ର ଚୋରାଇବା ପାଇଁ ଭାଙ୍ଗୁଥିଲେ କଠିନ ଲକଡାଉନ କଟକଣା, ଘରୁ ମିଳିଲା ୧୦୦ ବ୍ରା ଓ ୪୧ ହଳ ପ୍ୟାଣ୍ଟି…

7th pay commission: କେନ୍ଦ୍ରୀୟ କର୍ମଚାରୀଙ୍କୁ ଦିପାବଳୀ ଉପହାର ଦେବେ ସରକାର, ଜାଣନ୍ତୁ କ’ଣ ନୂଆ ନିଷ୍ପତ୍ତି…

IPL ୨୦୨୦: ପ୍ରଥମ ଖେଳାଳି ଭାବେ ଇତିହାସ ରଚିଲେ ଶିଖର ଧାଓ୍ବନ, ନିଜ ନାମରେ କଲେ ଏହି ଖାସ୍‌ ରେକର୍ଡ

ଟିଆରପି ସ୍କାମର ତଦନ୍ତ କରିବ CBI, ଯୋଗୀ ସରକାରଙ୍କ ସୁପାରିସ ପରେ ତଦନ୍ତ ଆରମ୍ଭ …

ପୂର୍ବରୁ କରୋନା ବିଷୟରେ ଦେଇଥିଲେ ଭବିଷ୍ୟବାଣୀ, କହିଲେ ଆଉ ଏତେ ଦିନ ରହିବ