କେବେ ବଜାରକୁ ଆସିବ ଭ୍ୟାକସିନ୍ ଆଉ ଦୂର ହେବ କରୋନା, ବିଲ୍ ଗେଟ୍ସ କହିଲେ…

ନୂଆଦିଲ୍ଲୀ ୫/୮: ସାରା ଦୁନିଆ କରୋନା ଭାଇରସ ବିରୁଦ୍ଧରେ ଲଢୁଛି । ସମସ୍ତେ ଭ୍ୟାକସିନକୁ ଅପେକ୍ଷା କରିଛନ୍ତି । ଏବେ ଅନେତ ଭ୍ୟାକସିନର ହ୍ୟୁମାନ୍ ଟ୍ରାଏଲ୍ ଅଲଗା ଅଲଗା ପର୍ଯ୍ୟାୟରେ ପହଞ୍ଚିଛି । ଏମାନଙ୍କ ମଧ୍ୟରେ ବ୍ରିଟେନର ଅକ୍ସଫୋର୍ଡ ୟୁନିଭର୍ସିଟିର କୋଭିଡ୍ ୧୯ ଭ୍ୟାକସିନ୍ ଆଗରେ ଅଛି । ଏହା ମଧ୍ୟରେ ମାଇକ୍ରୋସଫ୍ଟର ସଂସ୍ଥାପକ ବିଲ୍ ଗେଟ୍ସ କହିଛନ୍ତି କି କରୋନା ଭ୍ୟାକସିନ କେବେ ସୁଦ୍ଧା ବଜାରକୁ ଆସିବ ।

‘ଆରମ୍ଭରେ କେବଳ ଧନୀ ଦେଶମାନଙ୍କୁ ଉପଲବ୍ଧ ହୋଇପାରେ ଭ୍ୟାକସିନ୍’
ବିଲ୍ ଗେଟ୍ସ କହିଛନ୍ତି କି କୋଭିଡ୍ ୧୯ ଭ୍ୟାକସିନ୍ ଆଗାମୀ ବର୍ଷର ପ୍ରାରମ୍ଭରେ ଉପଲବ୍ଧ ହେବ । ସେ କହିଛନ୍ତି କି ସମ୍ଭବତଃ ଭ୍ୟାକସିନ୍ କେବଳ ଧନୀ ଦେଶମାନଙ୍କୁ ଉପଲବ୍ଧ ହୋଇପାରେ । ଏହା ସହିତ ସେ ଆଶଙ୍କା କରିଛନ୍ତି କି ପ୍ରାରମ୍ଭରେ ଭ୍ୟାକସିନ୍ ଭାଇରସ ବିରୁଦ୍ଧରେ ଅଧିକ ପ୍ରଭାବଶାଳୀ ହେବନି । ଅଧିକ ପ୍ରଭାବଶାଳୀ ଭ୍ୟାକସିନ୍ ଆସିବାରେ ସମୟ ଲାଗିପାରେ । ସେ କହିଛନ୍ତି କି ଆମେରିକାକୁ ଏହି ମାମଲାରେ ବୈଶିକ ଚିନ୍ତା ଆଗକୁ ବଢାଇବା ଉଚିତ୍ । ସେ ସାରା ଦୁନିଆର ହିତ ସମ୍ପର୍କରେ ଚିନ୍ତା କରିବା ଉଚିତ୍ ।

ସେ ଏହା ମଧ୍ୟ କହିଛନ୍ତି କି ସେ ଆମେରିକା ସାଂସଦମାନଙ୍କୁ କମ୍ ଓ ମଧ୍ୟମ ଆୟ କରୁଥିବା ଦେଶଗୁଡିକୁ କୋଭିଡ୍ ୧୯ ଭ୍ୟାକସିନ୍ କ୍ରୟ ପାଇଁ ୮ ଅରବ ଡଲାର୍ ସହାୟତା ଦେବାକୁ ପ୍ରୋତ୍ସାହିତ କରିଛନ୍ତି । ଆମ ଚେଷ୍ଟା ଏହା କି କୋଭିଡ୍ ୧୯ କେବଳ ଧନୀ ଦେଶ ନୁହେଁ ବରଂ ଗରିବରୁ ଗରିବ ଦେଶରୁ ମଧ୍ୟ ସମ୍ପୂର୍ଣ୍ଣ ଗାଏବ୍ ହେଉ । ବିଲ୍ ଗେଟ୍ସଙ୍କ ସଂସ୍ଥା ବିଲ୍ ଏଡ୍ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ କୋଭିଡ୍ ୧୯ ସହ ସମ୍ପର୍କିତ ରିସର୍ଚ୍ଚ ପାଇଁ ୨୫ କୋଟି ଡଲାରର ସାହାଯ୍ୟ କରିଛି ।

ଗେଟ୍ସ କହିଛନ୍ତି କି କରୋନା ଭ୍ୟାକସିନ୍ ବ୍ୟତୀତ କୋଭିଡ୍ ୧୯ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ହେଉଥିବା ମେଡିସିନରେ ମୃତ୍ୟୁହାର ଲଗାତର କମିବ । କରୋନା ଭାଇରସର ପରୀକ୍ଷଣରେ ନୂଆ ସନ୍ଧାନ, ଭ୍ୟାକସିନ୍ ପ୍ରସ୍ତୁତ ଦିଗରେ ଦୁନିଆ ତୀବ୍ର ଗତିରେ ଆଗକୁ ବଢୁଛି । ଏନେଇ ଆଶା କରାଯାଉଛି କି ୨୦୨୧ର ଶେଷ ସୁଦ୍ଧା ମହାମାରୀରୁ ସାରା ବିଶ୍ୱ ମୁକୁଳି ଯାଇଥିବ । ସେ କହିଛନ୍ତି କି ଏହାର ବାସ୍ତବିକ ଅନ୍ତ ସେତେବେଳେ ହେବ ଯେତେବେଳେ ଆମେ ସଂକ୍ରମଣ ଓ ଭ୍ୟାକସିନ୍ ମଧ୍ୟରେ ହର୍ଡ ଇମ୍ୟୁନିଟି(Herd Immunity)  ହାସଲ କରିବା ।

   ସମ୍ବନ୍ଧିତ ଖବର


ଲଜ୍ଜା ! ବୋହୂର ସର୍ବସ୍ୱ ସାରିଲା ଶ୍ୱଶୂରଙ୍କର ପାପ ନଜର- ପୁଅକୁ ଗୁଳି କରି ଫେରାର

ବାବା ରାମଦେବଙ୍କ ଭାଇଙ୍କୁ ମିଳିଲା ଏହି ଦାୟିତ୍ୱ – କେତେ ଟଙ୍କା ଦରମା ନେବେ ଜାଣନ୍ତୁ

ଭାରତ ପାଙ୍ଗୋଙ୍ଗ୍‌ ଲେକ୍‌ ଏବଂ ଲଦାଖ ସୀମାରେ ମୁତୟନ କରିଛି ‘ଅଦୃଶ୍ୟ କମାଣ୍ଡୋ’ -ଜାଣନ୍ତୁ ଏମାନେ କିଏ ଏବଂ ନେଇଛନ୍ତି କେଉଁ ତାଲିମ

ବିଦେଶରେ ଥିବା ୫୦ ଜଣ ବେଜ୍ଞାନିକଙ୍କ ସହ କରୋନା ସଂକ୍ରମିତ ବୈଜ୍ଞାନିକଙ୍କୁ ଭାରତ ଅଣାଗଲା

ଚର୍ଚ୍ଚାରେ ଅଜିତ ଡୋଭାଲଙ୍କ ଶ୍ରୀଲଙ୍କା ଗସ୍ତ, ଏହି ସବୁ ବିଷୟରେ କରିଛନ୍ତି ଆଲୋଚନା

ଜହ୍ନରେ ହେବ ୧୭୪ କୋଟି ଟଙ୍କାର ଟୟଲେଟ୍, ଖର୍ଚ୍ଚ କରିବ ନାସା