ଏବେ ବୃଦ୍ଧ ପିତାମାତାଙ୍କୁ ଅତ୍ୟାଚାର କଲେ ୬ ମାସ ଜେଲ, ଲୋକସଭାରେ ବିଲ୍ ଉପସ୍ଥାପିତ

ନୂଆଦିଲ୍ଲୀ, ୧୧|୧୨:  ଏବେ ବୃଦ୍ଧ ପିତା ଓ ମାତାମାନେ ସେମାନଙ୍କ ସନ୍ତାନଙ୍କ ଦ୍ୱାରା ଅତ୍ୟାଚାରର ସମ୍ମୁଖୀନ ହେବେ ନାହିଁ। ଯେଉଁ ସନ୍ତାନମାନେ କିଛି ଉଦ୍ଦେଶ୍ୟ ରଖି ସେମାନଙ୍କ ବୃଦ୍ଧ ପିତାମାତାଙ୍କୁ ଅତ୍ୟାଚାର କରନ୍ତି ଏଣିକି ୬ ମାସ ଜେଲ୍ ଦଣ଼୍ଡ ସହ ୧୦ ହଜାର ଟଙ୍କା ଜରିମନା ଦେବେ। କାରଣ ଆଜି ଲୋକସଭାରେ ବରିଷ୍ଠ ନାଗରିକ ସଂଶୋଧନ ବିଧେୟକ-୨୦୧୯ ଲୋକସଭାରେ ଉପସ୍ଥାପିତ ହୋଇଛି।

ଏହି ବିଲ୍ ଅନୁସାରେ, ବରିଷ୍ଠ ନାଗରିକଙ୍କୁ କୌଣସି ପ୍ରକାର ଶାରୀରିକ, ମାନସିକ, ଉପେକ୍ଷା ଓ ସେମାନଙ୍କର ରକ୍ଷଣାବେକ୍ଷଣର ଅଭାବ ଆଇନ ଅନୁଯାୟୀ ଦଣ୍ଡନୀୟ। ଏହାକୁ ନଜରରେ ରଖିବା ପାଇଁ ଏକ ନ୍ୟାୟାଧିକରଣ ସ୍ଥାପନା କରାଯିବ। ଏଥିରେ ୮୦ ବର୍ଷରୁ ଅଧିକ ବୟସ୍କଙ୍କ ଆବେଦନକୁ ୬୦ ଦିନ ମଧ୍ୟରେ ସମାଧାନ କରାଯିବ। ଏହି ଅବଧିକୁ କେବଳ ଅସାଧାରଣ ପରିସ୍ଥିତିରେ ଆଉ ୩୦ ଦିନ ବୃଦ୍ଧି କରାଯାଇପାରିବ। ଏଥିପାଇଁ ସମସ୍ତ ପୋଲିସ ଷ୍ଟେସନରେ ଡିଏସପି ରାଙ୍କର ଏକ ନୋଡାଲ ଅଧିକାରୀ ପଦ ରହିବ। ରାଜ୍ୟ ସରକାରଙ୍କୁ ମଧ୍ୟ ଏଥିପାଇଁ ଧ୍ୟାନ ଦେବାକୁ ପଡିବ। ସରକାର ଜଣେ ଅଧିକାରୀଙ୍କ ଜରିଆରେ ବରିଷ୍ଠ ନାଗରିକଙ୍କ ସହ ସମନ୍ୱୟ ରକ୍ଷା କରିବେ।

ଏହି ବିଲରେ ଆହୁରି ଉଲ୍ଲେଖ ରହିଛି ଯେ, ସନ୍ତାନମାନେ ସେମାନଙ୍କ ପିତା ଓ ମାତାଙ୍କୁ ଏକ ସୁନ୍ଦର ଜୀବନ ବଞ୍ଚିବାରେ ପ୍ରୟାସ କରିବେ। ନିସନ୍ତାନ ବରିଷ୍ଠ ନାଗରିକମାନେ ସେମାନଙ୍କ ସମ୍ପର୍କୀୟଙ୍କ ଦାୟିତ୍ୱରେ ରହିବେ।

ଯଦି କୌଣସି ସନ୍ତାନ ସେମାନଙ୍କ ମାତା ଓ ପିତାଙ୍କୁ ନିର୍ଯ୍ୟାତନା ଦିଅନ୍ତି କିମ୍ବା ହତାଦର କରନ୍ତି ସେମାନଙ୍କୁ ୧୦ ହଜାର ଟଙ୍କା ଜରିମନା ଦେବାକୁ ପଡିବ। ଜରିମନାର ଉଲଙ୍ଘନ କଲେ ଏକ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ। ସମସ୍ତ ରାଜ୍ୟ ବରିଷ୍ଠ ନାଗରିକଙ୍କ ସମସ୍ୟାକୁ ଜାଣିବା ପାଇଁ ଏକ ହେଲ୍ପଲାଇନ୍ ନମ୍ବର ଜାରି କରିବେ ବୋଲି ଏହି ବିଲରେ ଉଲ୍ଲେଖ ରହିଛି।

   ସମ୍ବନ୍ଧିତ ଖବର


ମୁଁ ବଞ୍ଚିଛି … : ୨ ବର୍ଷ ହେଲା ନିଜକୁ ଜୀବିତ ପ୍ରମାଣିତ କରିବାକୁ ଅଫିସରୁ ଅଫିସ୍‌ ଘୂରି ବୁଲୁଛନ୍ତି ମହିଳା

ଏଣିକି ଖୋଲାରେ ବିକ୍ରି ହେଉଥିବା ମିଠାର ଏକ୍ସପାୟରୀ ଡେଟ୍ ଲେଖିବାକୁ ପଡିବ

ଆମେରିକା ଫେରି ଟ୍ରମ୍ପ ଲେଖିଲେ ଭାରତ ମହାନ…ସଫଳ ହୋଇଛି ଯାତ୍ରା

ଦିଲ୍ଲୀ ହିଂସା: ପ୍ରତିଦିନ ୧୦୦ କୋଟି ଟଙ୍କାର କ୍ଷତି; ଫ୍ୟାକ୍ଟ୍ରି ବନ୍ଦ, ହୋଲସେଲ୍ ଧନ୍ଦା ମାନ୍ଦା