ବ୍ୟୟମଞ୍ଜୁରୀ ବିଲ୍‌ ପାରିତ କରିବା ପାଇଁ ଦିନେ ଚାଲିବ ବିଧାନସଭା!

ଭୁବନେଶ୍ୱର ୨୬/୩: ଚଳିତ ବଜେଟ ଅଧିବେଶନର ବ୍ୟୟ ମଞ୍ଜୁରୀ ବିଲ୍‌ ପାରିତ କରିବା ପାଇଁ ଦିନକ ପାଇଁ ବିଧାନସଭା ଗୃହ କାର୍ଯ୍ୟ ଚାଲିବ । ଆସନ୍ତା ୩୦ ତାରିଖରେ ବିଧାନସଭା ଅଧିବେଶନ ବସିବ । ତେବେ ବହୁ କମ୍‌ ସଂଖ୍ୟକ ବିଧାୟକଙ୍କୁ ନେଇ ଗୃହ କାର୍ଯ୍ୟ ଚାଲିବ । ଏଥିରେ ସମସ୍ତ ବିଭାଗର ଖର୍ଚ୍ଚ ଦାବି ଗିଲୋଟିନ୍‌ରେ ପାରିତ ହେବ । ତା’ ପରେ ବ୍ୟୟ ମଞ୍ଜୁରୀ ପାରିତ କରାଯିବ ।

ଏହା ପରେ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରାଯିବ କିମ୍ବା ସାଇନ-ଏ-ଡାଏ ହେବ, ସେ ନେଇ ବିଚାର ଚାଲିଛି । ଖୁବଶୀଘ୍ର ଏ ନେଇ ସ୍ପଷ୍ଟ ସୂଚନା ଜାରି କରାଯିବ ।

ସୂଚନାଯୋଗ୍ୟ, କରୋନା ଭୟାବହତା ନେଇ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଗତ ୧୩ ତାରିଖରେ ବିଧାନସଭା ଗୃହ କାର୍ଯ୍ୟକୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ମୁଲତବୀ କରାଯାଇଛି ।

   ସମ୍ବନ୍ଧିତ ଖବର


ଅନ୍‌ଲକ୍-୫ ଗାଇଡ୍‌ଲାଇନ୍‌ ଜାରି -୫୦ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ ସିନେମା ହଲ

ସୁଇସାଇଡ୍ ଜ୍ୟାକେଟ୍ ତିଆରି କରିବାର ଭିଡିଓ ଡାଉନଲୋଡ୍ କରି ଛାତ୍ର ଗିରଫ, ମିଳିଲା ୫ ବର୍ଷର ଜେଲଦଣ୍ଡ

ଆସନ୍ତା କାଲିଠାରୁ ଲାଗୁହେବ ଅନଲକ୍-୫, ଜାଣନ୍ତୁ କ’ଣ ରହିଛି ସ୍କୁଲ ଖୋଲିବା ନେଇ ନିୟମ

ବାବ୍ରି ମସଜିଦ୍ ରାୟ ଆସିବା ବେଳେ ଝିଅଙ୍କ ହାତ ଧରି ବସିଥିଲେ ଆଡଭାନୀ, ଦେଖନ୍ତୁ ଏହି ଭିଡିଓ

ଟ୍ରେନରେ ଆଉ ମିଳିବ ନାହିଁ ଖାଦ୍ୟ-ପେୟ ଜିନିଷ, ଜାଣନ୍ତୁ କାହିଁକି ରେଳ ମନ୍ତ୍ରଣାଳୟ ବନ୍ଦ କରିବାକୁ ଚାହୁଁଛି Rail Pantry

ଯକ୍ଷ୍ମା ରୋଗୀଙ୍କ ଉପରେ ଭାରୀ ପଡ଼ିବ କରୋନା!