PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଦେଶରେ ସବୁଠାରୁ ଶସ୍ତା ବିମାନ ସେବା ଯୋଗାଇବ ଏୟାର ଆକାଶ; ଏହି ବ୍ୟବସାୟୀ ଆରମ୍ଭ କରିବେ ନୂଆ ଏୟାର ଲାଇନ୍ସ

pic-indiatoday

ନୂଆଦିଲ୍ଲୀ: କରୋନା ସମୟରେ ଦେଶରେ ଅନେକ ବିମାନ କମ୍ପାନୀ କ୍ଷତିରେ ଚାଲିଛି। ଏୟାର ଇଣ୍ଡିଆ ଉପରେ ଅନେକ ଋଣ ବାକି ଥିବା ବେଳେ କମ୍ପାନୀ ଏବେ ଘରୋଇକରଣ ହେବାକୁ ଯାଉଛି। ଅନ୍ୟପଟେ ଇଣ୍ଡିଗୋକୁ ମଧ୍ୟ ଜବରଦସ୍ତ କ୍ଷତି ସହିବାକୁ ପଡ଼ିଛି। ଚଳିତ ଆର୍ଥିକ ବର୍ଷର ଏକ ତୃତୀୟାଂଶରେ କମ୍ପାନୀ ୩,୧୭୪ କୋଟି ଟଙ୍କା କ୍ଷତି ସହିଛି। କମ୍ପାନୀ ପକ୍ଷରୁ ଏହି ସୂଚନା ଦିଆଯାଇଛି।

କରୋନା ପାଇଁ ବହୁ ବଡ଼ ବଡ଼ ବିମାନ କମ୍ପାନୀ କ୍ଷତି ସହୁଥିବା ବେଳେ ଦେଶରେ ନୂଆ ବିମାନ ସେବା ଆରମ୍ଭ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଷ୍ଟକ୍‌ ମାର୍କେଟ୍‌ରେ ଲୋକପ୍ରିୟ ପୁଞ୍ଜିନିବେଶକାରୀ ଦେଶର ପ୍ରତିଷ୍ଠିତ ବ୍ୟବସାୟୀ ରାକେଶ ଝୁନଝୁନୱାଲା। ଆଗାମୀ ୪ ବର୍ଷ ମଧ୍ୟରେ ୭୦ ଟି ବିମାନ କିଣିବା ସହିତ ଲୋକମାନଙ୍କୁ ସସ୍ତାରେ ବିମାନ ସେବା ଯୋଗାଇ ଦେବାକୁ ଯୋଜନା କରୁଛନ୍ତି ୬୧ ବର୍ଷୀୟ ଝୁନଝୁନୱାଲା। ସେ ବିମାନ ସେବା କ୍ଷେତ୍ରରେ ୩.୫ କୋଟି ଡଲାର ପୁଞ୍ଜିନିବେଶ କରିବେ। ତାଙ୍କ ପାଖରେ କମ୍ପାନୀର ୪୦ ପ୍ରତିଶତ ଅଂଶଧନ ରହିବ। ଆଗାମୀ ଦିନରେ ବିମାନଯାତ୍ରା ଚାହିଦା ବୃଦ୍ଧି ହେବ ବୋଲି ଆକଳନ କରି ଏ କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ଆଗେଇ ଆସିଛନ୍ତି ରାକେଶ। ଏଥିପାଇଁ ଆଗାମୀ ୧୫ ଦିନ ଭିତରେ ରାକେଶଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ୍ ମିଳିଯିବ ବୋଲି ସେ ଆଶା କରିଛନ୍ତି।   

ସସ୍ତାରେ ବିମାନ ସେବା ଆରମ୍ଭ କରିବାକୁ ଯାଉଥିବା ରାକେଶଙ୍କ ବିମାନ ସେବା ପ୍ରଦାନକାରୀ କମ୍ପାନୀର ନା ହେବ ଆକାଶ ଏୟାର। ତାଙ୍କ ଟିମ୍‌ରେ ଡେଲ୍‌ଟା ଏୟାର ଲାଇନ୍ସର ଜଣେ ବରିଷ୍ଠ କାର୍ଯ୍ୟକାରୀ ଅଧିକାରୀ ସାମିଲ ହୋଇଛନ୍ତି। ବିମାନ କମ୍ପାନୀ ପାଇଁ ୧୮୦ ଯାତ୍ରୀ କ୍ଷମତା ଥିବା ବିମାନ କିଣାଯିବ ବୋଲି ସୂଚନା ମିଳିଛି।   

ସମ୍ବନ୍ଧିତ ଖବର