ଉଚ୍ଚଶିକ୍ଷା ବିଭାଗ କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ୍ ବ୍ୟବସ୍ଥା: ୪ଘଣ୍ଟା ଡ୍ୟୁଟି ନକଲେ କଟିବ ଗୋଟିଏ ଦିନର ଦରମା

ଭୁବନେଶ୍ବର ୨୪।୯:  ଏବେ ଆଉ ଠକି ପାରିବେନି କର୍ମଚାରୀ । ଡ୍ୟୁଟିରେ ଠକୁଥିବା କର୍ମଚାରୀ ହୋଇଯାଆନ୍ତି ସାବଧାନ। କାରଣ କର୍ମଚାରୀଙ୍କୁ ଜଗିବ ବାୟୋମେଟ୍ରିକ ମେସିନ। ଅର୍ଥାତ୍ ଉଚ୍ଚ ଶିକ୍ଷା ବିଭାଗ କର୍ମଚାରୀଙ୍କ ପାଇଁ ଲାଗୁ ହେଲା ବାୟୋମେଟ୍ରିକ ଆଟେଣ୍ଡାନ୍ସ ରେଜିଷ୍ଟର୍‌ ସିଷ୍ଟମ୍‌ । ଗତକାଲି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶ ଜାରି କରାଯାଇଛି।

ଏବେ କର୍ମଚାରୀମାନେ କାର୍ଯ୍ୟାଳୟରେ ଲାଗିଥିବା ବୟୋମେଟ୍ରିକ ଆଟେଣ୍ଡାନ୍ସ ରେଜିଷ୍ଟ୍ରି ମେସିନ୍‌ରେ ନିଜର ଉପସ୍ଥାନ ପକାଇବେ। ଯେଉଁ କର୍ମଚାରୀ ବାୟୋମେଟ୍ରିକ୍ ନଦେବେ ସେହି ଦିନକୁ ଅନୁପସ୍ଥିତ ଭାବେ ଗଣାଯିବ ।ଏଣୁ କର୍ମଚାରୀମାନେ ସକାଳ ୧୦ଟାରେ କାର୍ଯ୍ୟାଳୟକୁ ଆସିବେ । ଅଧଘଣ୍ଟାଏ ଗ୍ରେସ୍ ପିରିୟଡ ରଖାଯାଇଛି । ୧୦ଟା ୩୦ ପରେ ଓ ୧୧ଟା ପୂର୍ବରୁ ପଞ୍ଚ ଇନ୍ କଲେ ଲେଟ୍ ଆଟେଣ୍ଡାନ୍ସ ଭାବେ ବିବେଚନା କରାଯିବ ବୋଲି ବିଭାଗ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି। ଏମିତି ହେଲେ ସଂପୃକ୍ତ କର୍ମଚାରୀ କାଜୁଆଲ୍ ଲିଭ୍ ପାଇଁ ଆବେଦନ କରିବେ। ଏଭଳି ଭୁଲ୍ ୩ ଦିନ ଯାଏ ଗ୍ରହଣୀୟ ହେବ। ତା’ ପରେ ହେଲେ ଅନୁପସ୍ଥିତି ଭାବେ ବିଚାର କରାଯିବ। ଦିନ ୧୧ଟା ପରେ ଆଟେଣ୍ଡାନ୍ସ ପଡ଼ିଲେ ଛୁଟି ବୋଲି ଗ୍ରହଣ କରାଯିବ।

ଉଚ୍ଚଶିକ୍ଷା ବିଭାଗର କର୍ମଚାରୀ ଏଣିକି ସାଢେ ୭ ଘଣ୍ଟା କାର୍ଯ୍ୟାଳୟରେ ରହିବାକୁ ବାଧ୍ୟ । ସାଢେ ୭ ଘଣ୍ଟାରୁ କମ୍ ରହିଲେ କର୍ମଚାରୀଙ୍କ ଅଧା ଦରମା କଟାଯିବ । ୪ଘଣ୍ଟାରୁ କମ୍ ସମୟ ରହିଲେ ପୁରା ଦିନଟି ଛୁଟି ଭାବରେ ଗଣାଯିବ । ଯେଉଁ କର୍ମଚାରୀମାନେ ୧୦ଟା ୩୦ରେ କାର୍ଯ୍ୟାଳୟକୁ ଆସିଥିବେ ସେମାନେ ୬ଟା ପୂର୍ବରୁ ଯାଇପାରିବେ ନାହିଁ ।

   ସମ୍ବନ୍ଧିତ ଖବର


ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା: ୨ ଗୁରୁତର

ଏଥର ଦଶହରା ଛୁଟିରେ ବି ଆର୍‌ଟିଓରେ ହେବ ଗାଡି ପଞ୍ଜିକରଣ, ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଖୋଲା ରହିବ ପରିବହନ କାର୍ଯ୍ୟାଳୟ

କରୋନା ସହ ୧୫ ଦିନ ଲଢ଼େଇ ପରେ ହାରିଗଲେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ରୁକ୍ମଣୀ ଦେବୀ

ଆଜି ମୃଣ୍ମୟୀ ଦେବୀଙ୍କ ମହାଷ୍ଟମୀ ପୂଜା, ମଣ୍ଡପରେ ସନ୍ଧିପୂଜା

ଆସୁଛି ଆଉ ଏକ ଲଘୁଚାପ ! ୩୧ ପରେ ପୁଣି ବର୍ଷା ସମ୍ଭାବନା, ୪ ଦିନରେ ସମଗ୍ର ରାଜ୍ୟରୁ ବିଦାୟ ନେବ ମୌସୁମୀ

ନିଟ୍ ପରୀକ୍ଷାରେ ସୋଆ ଆଇ.ଏଚ୍‌.ଏସ୍‌.ଇ ର ଛାତ୍ରଛାତ୍ରୀଙ୍କ ସଫଳତା