PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ସିଏଏ ବିରୋଧୀଙ୍କ ଉପରେ ସେନା ମୁଖ୍ୟଙ୍କ ପ୍ରହାର: ‘ନେତା ସିଏ ନୁହେଁ ଯିଏ ଭୁଲ ବାଟରେ ଲୋକଙ୍କର ନେତୃତ୍ବ ନିଏ’

ନୂଆଦିଲ୍ଲୀ,୨୬।୧୨: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦେଶରେ ଖୁବ୍ ହଙ୍ଗାମା ଜାରି ରହିଛି। ଏବେ ବି ବହୁ ସ୍ଥାନରେ ଇଣ୍ଟରନେଟ୍ ସେବା ବନ୍ଦ ହୋଇ ରହିଛି। ଏହା ଭିତରେ ସେନା ମୁଖ୍ୟ ଜେନେରାଲ ବିପିନ ରାଓ୍ବତ ବିଶ୍ବବିଦ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସିଏଏକୁ ନେଇ ସାରାଦେଶରେ ହୋଇଥିବା ପ୍ରଦର୍ଶନରେ ଖୁବ୍ ହିଂସାକାଣ୍ଡ ମାମଲା ଦେଖିବାକୁ ମିଳିଛି।  ଏହାକୁ ନେଇ ସେନା ମୁଖ୍ୟ ସିଏଏ ବିରୋଧୀଙ୍କୁ ସମାଲୋଚନା କରି କହିଛନ୍ତି, ନେତା ସେମାନେ ନୁହନ୍ତି, ଯେଉଁମାନେ ହିଂସା କରୁଥିବା ଲୋକଙ୍କ ସାଥ୍ ଦିଅନ୍ତି। ଛାତ୍ର ବିଶ୍ବବିଦ୍ୟାଳୟରୁ ବାହାରି ହିଂସାକାଣ୍ଡ କରିବାକୁ ବାହାରି ଯାଉଛନ୍ତି, ତେଣୁ ହିଂସାକାଣ୍ଡ ସୃଷ୍ଟି କରିବା ନେତୃତ୍ବ ନୁହେଁ।

ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଓ୍ବତ କହିଥିଲେ, ନେତା ସେମାନେ ନୁହନ୍ତି, ଯେଉଁମାନେ ଲୋକଙ୍କୁ ଅନୁଚିତ ମାର୍ଗ ଦେଖାନ୍ତି। ସେ କହିଛନ୍ତି, ନିକଟରେ ଆମେ ଦେଖିଥିଲୁ ଯେ, କିଭଳି ବହୁ ସଂଖ୍ୟାରେ କଲେଜ ଓ ବିଶ୍ବବିଦ୍ୟାଳୟ ଗୁଡିକର ଛାତ୍ରମାନେ ବିକ୍ଷୋଭରେ ସାମିଲ ହୋଇ ହିଂସାକାଣ୍ଡ କରିବାକୁ ଲୋକଙ୍କର ନେତୃତ୍ବ ନେଉଥିଲେ। ହିଂସାକାଣ୍ଡ ସୃଷ୍ଟି କରୁଥିବା ବ୍ୟକ୍ତିକୁ କେବେବି ନେତୃତ୍ବ ବୋଲି କହିହେବନି।

ଏହା ସହିତ ସେ ସ୍ପଷ୍ଟ ଭାବରେ କହିଛନ୍ତି, ନେତୃତ୍ବର କ୍ଷମତା ତାହା ନୁହେଁ, ଯାହା ଲୋକଙ୍କୁ ଖରାପ ବାଟରେ ନେଇକି ଯାଇଥାଏ। ଆଜି ଆମେ ସବୁ ବହୁ ସଂଖ୍ୟରରେ ବିଶ୍ବବିଦ୍ୟାଳୟ ଓ କଲେଜର ଛାତ୍ରଙ୍କ ନେତୃତ୍ବରେ ବହୁ ସହରରେ ହିଂସାତ୍ମକ ବିକ୍ଷୋଭ ପ୍ରଦଶର୍ନ ଜାରି ରହିଛି। ଏହାକୁ ନେତୃତ୍ବ କ୍ଷମତା କହି ହେବନି।  ନେତୃତ୍ବ ନେବା ଏକ କଷ୍ଟକମର କାମ। ଆପଣଙ୍କ ପଛରେ ଲୋକଙ୍କର ଭିଡ ରହିଥାଏ, ଯେଉଁମାନେ ଆପଣଙ୍କୁ ଆଗକୁ ବଢିବା ନେଇ ସାଙ୍ଗରେ ଚାଲିଥାନ୍ତି।