PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ଚାକିରି ବିକ୍ରିର ପେଡ଼ି ଖୋଲୁଛି – ଓଏସଏସସି ଦୁର୍ନୀତି ମାମଲା ଚାକିରିରୁ ବିଦା ହେଲେ ବିରଞ୍ଚି ,ଦିଆଗଲା ବାଧ୍ୟତାମୂଳକ ଅବସର,


-ସମ୍ପତ୍ତି ଯାଞ୍ଚ କରିବ ଇଡି
ଭୁବନେଶ୍ୱର,୨ ।୮(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରି ଭିଜିଲାନ୍ସ ପଞ୍ଝାରେ ପଡିଥିବା ଓଡ଼ିଶା ଷ୍ଟାଫ ସିଲେକସନ୍‌ କମିଶନ (ଓଏସ୍‌ଏସ୍‌ସି)ଙ୍କ ପ୍ରାଇଭେଟ ସେକ୍ରେଟାରୀ (ପିଏସ୍‌) ବିରଞ୍ଜି ନାରାୟଣ ସାହୁ ଶେଷରେ ଚାକିରିରୁ ତଡ଼ା ଖାଇଛନ୍ତି । ସୋମବାର ଶ୍ରୀ ସାହୁଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି ।


ପ୍ରଥମେ ତାଙ୍କୁ ନିଲମ୍ବନ କରିଥିଲେ ଷ୍ଟାଫ ସିଲେକସନ୍‌ କମିଶନ । ତା’ପରେ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ତାଙ୍କ ଘରୁ ଚଢ଼ଉ ବେଳେ ମୋଟ୍‌ ୩ କୋଟି ୭୯ ଲକ୍ଷ ଟଙ୍କା ମୂଲ୍ୟର ସ୍ଥାବର-ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା । ସେଥିମଧ୍ୟରୁ ୩ କୋଟି ୫୧ ଲକ୍ଷରୁ ଅଧିକ ଟଙ୍କା ଆୟ ବହିର୍ଭୂତ ବୋଲି ଭିଜିଲାନ୍ସ କହିଛି । ଜଣେ ପିଏସଙ୍କ ଘରୁ ଏତେ ପରିମାଣରେ ସମ୍ପତ୍ତି ମିଳିବା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ତାଙ୍କ ସମ୍ପତ୍ତି ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଯାଞ୍ଚ କରିବ ବୋଲି ଜଣାପଡିଛି ।
ଷ୍ଟାଫ୍‌ ସିଲେକ୍ସନ କମିଶନରେ ହେଉଥିବା ଚାକିରି ବିକ୍ରି ଘଟଣାରେ ବିରଞ୍ଚିଙ୍କ ସଂପୃକ୍ତି ଜଣାପଡିବା ପରେ ଅନେକ ତଥ୍ୟ ପଦାକୁ ଆସୁଛି । ଓଏସ୍‌ଏସ୍‌ସିର ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ନିଯୁକ୍ତି ପରୀକ୍ଷାରେ କମ ନମ୍ବର ରଖିଥିବା ପିଲାଙ୍କୁ ଚାକିରି ମିଳିଥିବା ବେଳେ ଅଧିକ ନମ୍ବର ରଖିଥିବା ପିଲା ବାଦ ପଡ଼ିଛନ୍ତି । ଆରଟିଆଇ ତଥ୍ୟରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଆରଟିଆଇ ରିପୋର୍ଟ କହୁଛି, ୨୦୧୦ ମସିହାରେ ଓଏସ୍‌ଏସ୍‌ସିର ଜୁନିୟର ଆସିଷ୍ଟାଣ୍ଟ ପଦବି ବାହାରିଥିଲା । କେନ୍ଦ୍ରାପଡା ଜିଲ୍ଲା ପଟ୍ଟମୁଣ୍ଡାଇ ଥାନା ଔପଦା ଗାଁର ଚିନ୍ମୟ କୁମାର ସାହୁ ୧୭୭.୨୫ ମାର୍କ ରଖିଥିଲେ । ହେଲେ ତାଙ୍କୁ ଚାକିରି ମିଳିନଥିଲା । ହେଲେ ୧୭୫ ମାର୍କ ପାଇଥିବା ପିଲା ନିଯୁକ୍ତି ପାଇଥିଲେ । ଚିନ୍ମୟ ଏବେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଛନ୍ତି । ଚାକିରି ବିକ୍ରିରେ ବିରଞ୍ଚିଙ୍କ ଭଳି ଓଏସ୍‌ଏସ୍‌ସିର ଅନେକ ଅଧିକାରୀ ସାମିଲ ଅଛନ୍ତି । ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।


ସେପଟେ ପତ୍ନୀ ସୁଧାଂଶୁବାଳା ସାହୁ ଏବଂ ସଢୁ ମନୋରଞ୍ଜନ ସାହୁଙ୍କୁ ବିରୋଧରେ ମାମଲା ରୁଜୁ କରିଛି ଭିଜିଲାନ୍ସ । ଉଭୟଙ୍କ ନାଁ ଥିବା ସମ୍ପତ୍ତି ଖୋଜା ଚାଲିଛି । ବୀମା ଏଜେଣ୍ଟ ଭାବେ କାମ କରୁଥିବା ପତ୍ନୀଙ୍କ ପାଖକୁ ଏତେ ସମ୍ପତ୍ତି କୁଆଡୁ ଆସିଲା ତାର ଯାଞ୍ଚ ଚାଲିଛି । ତା’ଛଡା କେନ୍ଦ୍ରୀୟ ସରକାରୀ କର୍ମଚାରୀ ସଢୁଙ୍କ ଘରୁ ମିଳିଥିବା ୧୩ ଲକ୍ଷ ଟଙ୍କାର ମଧ୍ୟ ଭିଜିଲାନ୍ସ ଯାଞ୍ଚ କରୁଛି । ଏହା ଛାଡା ବିରଞ୍ଚିଙ୍କ କଳାଧନ ଅର୍ଜନ ପଛରେ ଆଉ କାହାର ଲିଙ୍କ୍‌ ରହିଛି ? ସାଧାରଣ କିରାଣିରୁ ଓଏସ୍‌ଏସ୍‌ସି ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ହେବା ପରେ କେଉଁ ବାଟ ଦେଇ ଆୟ କରିଛନ୍ତି କୋଟି କୋଟି ଟଙ୍କାର ଅମାପ ସମ୍ପତ୍ତି ? ତାଙ୍କ ପଦବିର କୌଣସି ବଦଳି ବ୍ୟବସ୍ଥା ନଥିବାରୁ ଗୋଟିଏ ଯାଗାରେ ରହି ଏତେ ବଡ଼ ଦୁର୍ନୀତି ପଛରେ ଆଉ କିଏ ରହିଛି ବଡ଼ମୁଣ୍ଡ ? ତାହାର ଲିଙ୍କ୍‌ ଖାଜିବା ସହ ବିରଞ୍ଚିଙ୍କୁ ରିମାଣ୍ଡରେ ଆଣିବାକୁ ପ୍ରସ୍ତୁତ ହେଉଛି ଭିଜିଲାନ୍ସ ।