କୋହଲି ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌: ପୋଲାର୍ଡ଼

ହାଇଦ୍ରାବାଦ୍‌, ୮|୧୨: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟିରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ଦଳକୁ ୬ ୱିକେଟ୍‌ରେ ବିଜୟୀ କରାଇଥିଲେ । ତାଙ୍କର ଜବରଦସ୍ତ ଇନିଂସ୍‌ ଓ ‘ନୋଟ୍‌ବୁକ୍‌’ ସେଲିବ୍ରେସନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲା । କୋହଲିଙ୍କ ‘ନୋଟ୍‌ବୁକ୍‌’ ସେଲିବ୍ରେସନକୁ ନେଇ ଇଣ୍ଡିଜ୍‌ ଅଧିନାୟକ କିରେନ୍‌ ପୋଲାର୍ଡ଼ ଆଶ୍ଚର୍ଯ୍ୟ ହୋଇନଥିବା ପ୍ରକାଶ କରିଛନ୍ତି ।

ପୋଲାର୍ଡ଼ କହିଛନ୍ତି, କୋହଲି ଜଣେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ । ସେ ସବୁବେଳେ ନିଜକୁ ପ୍ରମାଣିତ କରି ଆସିଛନ୍ତି । ସେ ପଡ଼ିଆରେ ଯେଉଁ ଅଙ୍ଗଭଙ୍ଗୀ ଦେଖାନ୍ତି, ଏହା ତାଙ୍କୁ ଭଲ ଖେଳିବାକୁ ପ୍ରୋତ୍ସାହିତ କରିଥାଏ । ଏହା ଖେଳର ଅନ୍ୟତମ ଅଂଶ । ବେଳେବେଳେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଏଭଳି କରିବାକୁ ପଡ଼ିଥାଏ । ଅନ୍ୟ ପକ୍ଷରେ ପୋଲାର୍ଡ଼ ଦଳ ପରାଜୟ ପାଇଁ ବୋଲିଂ ବିଭାଗକୁ ଦାୟୀ କରିଛନ୍ତି । ସେ କହିଛନ୍ତି, ଆମ ବୋଲରମାନେ ଶୃଙ୍ଖଳିତ ବୋଲିଂ କରି ପାରିନଥିଲେ । ଆମେ ଅତିରିକ୍ତ ଭାବେ ୨୩ରନ୍‌ ବ୍ୟୟ କରିଥିଲୁ । ବିଶ୍ୱର ଶକ୍ତିଶାଳୀ ଦଳ ବିପକ୍ଷରେ ବାରମ୍ବାର ତ୍ରୁଟି କରିବା ଦଳ ପାଇଁ ମହଙ୍ଗା ପଡ଼ିଥିଲା । ପରବର୍ତ୍ତୀ ମ୍ୟାଚ୍‌ରେ ଆମକୁ ତ୍ରୁଟି ସୁଧାରିବା ଜରୁରୀ ।’

ପ୍ରଥମ ଟି-ଟ୍ୱେଣ୍ଟିର ଦ୍ୱିତୀୟ ଇନିଂସ୍‌ର ୧୬ତମ ଓଭରରେ କେସରିକ୍‌ ୱିଲିୟମ୍ସଙ୍କୁ ଗୋଟିଏ ଛକା ମାରି କୋହଲି ‘ନୋଟ୍‌ବୁକ୍‌’ ସେଲିବ୍ରେସନ୍‌ କରିଥିଲେ । ସେ ୫୦ବଲ୍‌ରୁ ଅପରାଜିତ ୯୪ରନ୍‌ କରିଥିଲେ । ଯେଉଁଥିରେ ୬ଟି ଚୌକା ଓ ୬ଟି ଛକା ସାମିଲ ଥିଲା ।

   ସମ୍ବନ୍ଧିତ ଖବର


ଓସିଏ ଆୟୋଜନ କରିବ ଟି-୨୦ ଲିଗ୍, ଭାଗ ନେବେ ୬ଟି ଟିମ୍‌

NZ vs WI: ବର୍ଷା ପାଇଁ ବାତିଲ ହେଲା ତୃତୀୟ ଟି-୨୦, ୨-୦ରେ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ଓଡ଼ିଶା ଏଫ୍‌ସି ଓ ଜାମସେଦପୁର ଏଫ୍‌ସି ମଧ୍ୟରେ ଅନୁଷ୍ଠିତ ମୁକାବିଲା ୨-୨ ଗୋଲ୍‌ରେ ଡ୍ର’

ବିରାଟଙ୍କ କ୍ୟାପଟେନ୍ସିକୁ ନେଇ ପୁଣି ବର୍ଷିଲେ ଗମ୍ଭୀର, କହିଲେ…

ଟେଷ୍ଟ ଚାମ୍ପିଅନସିପ୍‌ ଟୁର୍ଣ୍ଣାମେଣ୍ଟରେ ଲାଗି ପାରେ ବ୍ରେକ୍; ଆଇସିସି ଅଧ୍ୟକ୍ଷ ଦେଲେ ସଙ୍କେତ, କହିଲେ-ଫାଇଦା…

କ୍ଷମତା ବାହାରେ ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ୍‌, ଏମିତି କାହିଁକି କହିଲେ ICCର ନୂତନ ଅଧ୍ୟକ୍ଷ