PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଚିଲିକାରେ ପକ୍ଷୀ ଶିକାର: ୬୦ ମୃତ ବିଦେଶୀ ପକ୍ଷୀ ଉଦ୍ଧାର, ୨ ଶିକାରୀ ଗିରଫ

ଟାଙ୍ଗୀ ୧୫/୧୨: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୂଷଣ୍ଡପୁରର ଦେଇପୁର ଏକ ନମ୍ବର କୁଦାରୁ ଆଜି ସଂଧ୍ୟାରେ ୨ ଜଣ ପକ୍ଷୀ ଶିକାରୀଙ୍କୁ ବନ କର୍ମଚାରୀ ଗିରଫ କରିଛନ୍ତି । ଗିରଫ ଶିକାରୀଙ୍କଠାରୁ ୬୦ଟି ମୃତ ବିଦେଶୀ ପକ୍ଷୀ, ୫୦୦ଟି ଗୁଳି, ଗୋଟିଏ ଦେଶୀ ବନ୍ଧୁକ, ଛୁରି, ମେସିନ ଚାଳିତ ଡଙ୍ଗା ଓ ମୋବାଇଲ ଜବତ ହୋଇଛି । ଆସନ୍ତାକାଲି ପକ୍ଷୀଗୁଡ଼ିକର ବ୍ୟବଚ୍ଛେଦ କରାଯିବ ବୋଲି କୁହାଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଖୋର୍ଦ୍ଧା ଜିଲ୍ଳା ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗଳାଯୋଡ଼ିକୁ ବହୁ ସଂଖ୍ୟାରେ ବିଦେଶୀ ପକ୍ଷୀ ଆସିଛନ୍ତି । ଏହାର ସୁଯୋଗ ନେଇ କେତେକ ଶିକାରୀ ସେମାନଙ୍କୁ ଶିକାର କରିବା ଆରମ୍ଭ କରିଛନ୍ତି ।

ଏ ସମ୍ପର୍କରେ ଖବର ପାଇ ଫରେଷ୍ଟର ରାଧାକାନ୍ତ ହୋତାଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ ଭୂଷଣ୍ଡପୁରର ଦେଇପୁର ଏକ ନମ୍ବର କୁଦାରେ ଚଢ଼ଉ କରିଥିଲେ । ଚଢ଼ଉ କାଳରେ ୨ ଜଣ ଶିକାରୀ ଧରାପଡ଼ିଥିବା ବେଳେ ଅନ୍ୟ ୫ ଜଣ ଫେରାର ହୋଇ ଯାଇଥିଲେ । ଗିରଫ ଶିକାରୀଙ୍କ ଘର ଟାଙ୍ଗୀ ଥାନା ଅନ୍ତର୍ଗତ ସୋରଣ ଗ୍ରାମରେ । ସେମାନେ ହେଲେ ମମତାଜ ଖାନ(୪୦) ଓ ନୁରାଲୀ ଖାନ(୩୬) । ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି । ଏ ନେଇ ବନ ବିଭାଗ ପକ୍ଷରୁ ମାମଲା ରୁଜୁ ହୋଇଛି ।