ବିବାଦୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୀଲ କୁମାର ପଣ୍ଡା ଲାଞ୍ଚ ନେବା ଅଭିଯୋଗ, ସୁରକ୍ଷା ଦେଉଛି କିଏ ? ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣ କଲେ ବିରୋଧ ଦଳ ନେତା

ନୀଳଗିରି (ଆ.ପ୍ର): ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକର ବିବାଦୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୀଲ କୁମାର ପଣ୍ଡା ଲାଞ୍ଚ ନେବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ତଦନ୍ତ ପୂର୍ବକ କାର୍ଯ୍ୟନୁଷ୍ଠାନ ଦାବି ହୋଇ ବ୍ଲକ ସମ୍ମୁଖରେ ଆଠ ଦିନ ଧରି ଗଣ ଧାରଣା ଦିଆଯାଇଥିଲା।ଏକ ଲାଞ୍ଚ ନେବାର ଭିଡିଓ ଫୁଟେଜ ଭାଇରାଲ ହେବା ପରେ ଏଭଳି ଆନ୍ଦୋଳନ ହୋଇଥିଲା।ପୂର୍ବରୁ ମଧ୍ୟ ତାଙ୍କ ବିରୁଦ୍ଧରେ ସରକାରୀ ଅର୍ଥ ର ଦୁରୂପୋଯୋଗ ଓ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ଦେବା ଭଳି ଅଭିଯୋଗ ନେଇ ଧାରଣା ହୋଇଥିଲା।ଏପରିକି ପୂର୍ବରୁ ମଧ୍ୟ ତାଙ୍କ ବିରୁଦ୍ଧରେ ଭିଜିଲାନ୍ସ ମାମଲା ଥିବାର କୁହାଯାଏ।ତାଙ୍କ ବିରୁଦ୍ଧରେ ତଦନ୍ତ ରିପୋର୍ଟ ପାଇ ଜିଲ୍ଲାପାଳ ସରକାର ଙ୍କୁ କାର୍ଯ୍ୟନୁଷ୍ଠାନ ନେବାକୁ ପତ୍ର ଲେଖିଥିଲେ ମଧ୍ୟ ଏଭଳି ଜଣେ ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ ଜଣକ କାହା ଛତ୍ରଛାୟା ତଳେ ରହିଛନ୍ତି ବୋଲି ପ୍ରଶ୍ନ ଉଠୁଛି।
ପୂର୍ବରୁ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଥିବା ବେଳେ ଗତ ୨୪ ତାରିଖରେ ବିରୋଧ ଦଳର ନେତା ପ୍ରଦୀପ୍ତ ନାୟକ ସମ୍ପୂର୍ଣ୍ଣ ସହକାରୀ ନିର୍ଵାହିଯନ୍ତ୍ରୀ ଅନୀଲ କୁମାର ପଣ୍ଡା ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ନେଇ ନିଜର ଅସନ୍ତୋଷ ଜାହିର କରିବା ସହ ୫ଟି ଯୋଜନା କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଛନ୍ତି।ଖାଲି ସେତକ ନୁହଁ ତାଙ୍କ ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ କରିବାକୁ ଦାବି ମଧ୍ୟ କରିଛନ୍ତି।ପ୍ରଥମେ ବିଧାୟକ ଓ ପରେ ବିରୋଧୀ ଦଳର ନେତା ସମ୍ପୃକ୍ତ ସହକାରୀ ଯନ୍ତ୍ରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦୃଷ୍ଟି ଆକର୍ଷଣ ପରେ ମୁଖ୍ୟମନ୍ତ୍ରୀ କଣ କାର୍ଯ୍ୟନୁଷ୍ଠାନ ନେଉଛନ୍ତି ତାକୁ ସମସ୍ତଙ୍କର ଅପେକ୍ଷା ଥିବା ଜଣାପଡିଛି।
ସୂଚନାଯୋଗ୍ୟ ନୀଳଗିରି ବ୍ଲକର କାର୍ଯ୍ୟରତ ସହକାରୀ ନିର୍ଵାହିଯନ୍ତ୍ରୀ ଅନୀଲ କୁମାର ପଣ୍ଡାଙ୍କ ଏକ ଲାଞ୍ଚ ନେବାର ଭିଡିଓ ଭାଇରାଲ ପରେ ଯନ୍ତ୍ରୀ ଜଣକ ବିବାଦୀୟ ହୋଇ ଉଠିଥିଲେ।ପଦାରେ ପଡିଥିଲା।ସରକାର କୋଭିଡ ସମୟରେ ପୀଡିତ ଙ୍କୁ ଵଂଚାଇବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଲକ୍ଷଲକ୍ଷ ଟଙ୍କା ବାଟମାରଣା ହୋଇଥିବା ନୀଳଗିରି ବ୍ଲକରେ ଅଭିଯୋଗ ଉଠିଥିଲା।ନୀଳଗିରି ଜଡିଦା ଟିଏମସି ସେଣ୍ଟର ପ୍ରସ୍ତୁତି ପାଇଁ ହୋଇଥିବା କାର୍ଯ୍ୟର ୧ ଲକ୍ଷ ୪୪ ହଜାର ୪୦୦ ଟଙ୍କାର ଵିଲ ପାଇଁ ଠିକାଦାର ବିନୋଦ କୁମାର ମହାନ୍ତି ଙ୍କ ଠୁଁ ନୀଳଗିରି ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଅନିଲ କୁମାର ପଣ୍ଡା ୬ ହଜାର ଟଙ୍କା ଲାଂଚ ନେଉଥିବାର ଭିଡ଼ିଓ ସାମ୍ନାକୁ ଆସିଥିଲା। ଭିଡ଼ିଓରେ ଟଙ୍କା ମାଗୁଥିବା ବେଳେ ପରେ ଟଙ୍କା ଡ୍ରୟାର ରେ ରଖି ପୁଣି ଏହାକୁ ପକେଟରେ ରଖିଥିବାର ଦେଖୁବାକୁ ମିଳିଥିଲା। ହେଲେ ଘଟଣାକୁ ସହକାରୀ ନିର୍ଵାହି ଯନ୍ତ୍ରୀ ଖଣ୍ଡନ କରିଥିଲେ।ତେବେ ଠିକାଦାରଙ୍କ ଵିଲ ହେଉ ନଥିବାରୁ ସେ ଉପାୟ ନପାଇ ଟଙ୍କା ଦେବାକୁ ବାଧ୍ୟ ବୋଲି କହିଥିଲେ। ଭିଡିଓ ଉଠାଇ ଏହାକୁ ଭାଇରାଲ କରି ଉପଜିଲ୍ଲାପାଳ,ବିଡ଼ିଓ,ଜିଲ୍ଲାପାଳ,ସ୍ଥାନୀୟ ବିଧାୟକ ଙ୍କୁ ଅଭିଯୋଗ ଦେଇଥିଲେ।ହେଲେ କାର୍ଯ୍ୟନୁଷ୍ଠାନ ହେବା ପରିବର୍ତ୍ତେ ତାଙ୍କୁ ଏକ ଅଦୃଶ୍ୟ ଶକ୍ତି ସୁରକ୍ଷା ଦେଉଥିବାରୁ ପ୍ରଶାସନିକ ଅଧିକାରୀ ଙ୍କୁ ଭରସା ନକରି ଗତ ଜାନୁଆରୀ ମାସ ୨୬ ତାରିଖ ଠାରୁ ଅଞ୍ଚଳବାସୀ ନୀଳଗିରି ବ୍ଲକ ସମ୍ମୁଖରେ ଗଣ ଧାରଣା ଦେଇଥିଲେ।ପରେ ଆଠଦିନ ଧାରଣା ଚାଲିବା ପରେ ଜିଲ୍ଲାପାଳ ତଦନ୍ତ ପୂର୍ବକ କାର୍ଯ୍ୟନୁଷ୍ଠାନ ହେବା ପ୍ରତିଶୃତି ପାଇବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
କୌଣସି କାର୍ଯ୍ୟାନୁଷ୍ଠାନ ନ ହେଉଥିବାରୁ ଆଉ ଏକ ବିରାଟ ଜନ ଆନ୍ଦୋଳନ ହେବାର ଆଶଙ୍କା କରାଯାଉଛି ।