PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ, ରାଷ୍ଟ୍ରପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଜ୍ଞାନବାପୀ ମସଜିଦ ବିବାଦ: ଶିବ ଲିଙ୍ଗକୁ ନେଇ ଆପତ୍ତିଜନକ ମନ୍ତବ୍ୟ ପଡିଲା ମହ‌ଙ୍ଗା, AIMIM ନେତା ଦାନିଶ କ୍ୟୁରେସୀ ଗିରଫ
  • ||
  • ଦେବଗଡ଼ : ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ, ଜନ୍ମକଲା ପୁଅକୁ କଟୁରୀରେ ହାଣି ହତ୍ୟାକଲା ସଇତାନ ବାପା
  • ||
  • ଭୁବନେଶ୍ଵର : ତିର୍ତ୍ତୋଲ ବିଧାୟକଙ୍କ କୋର୍ଟ ମ୍ୟାରେଜ୍‌କୁ ନେଇ ପରିବାରରେ ଅସନ୍ତୋଷ, ଆତ୍ମହତ୍ୟା ଉଦ୍ୟମ କଲେ ବିଜୟଙ୍କ ମାଆ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ଵର : ବରମୁଣ୍ଡା ତ୍ରିନାଥ ମନ୍ଦିର ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ପୁରୀ : ଜୀବନ ନେଲା ମୁକୁଳା ଡ୍ରେନ୍ ! ପୁରୀ ବଡଦାଣ୍ଡ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • କଟକ : ପାଣି ଟାଙ୍କି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

ପତିଆରା ଜମାଇବା ଲାଗି ଗୁଳି ଫୁଟାଇ ଜନ୍ମ ଦିନ ପାଳୁଥିଲେ, ପୁଲିସ୍‌ ପଞ୍ଝାରେ ପଡ଼ିଲେ ୩ ଯୁବକ, ୨ ପିସ୍ତଲ ଜବତ

ରାଉରକେଲା,୨୩/୦୧: ନିଜର ପତିଆରା ଜମାଇବା ଲାଗି ବିଳମ୍ବିତ ରାତିରେ ଶୂନଶାନ୍‌ ରାସ୍ତାରେ ଜନ୍ମ ଦିନ ପାଳନ କରିବା ସହ ଗୁଳି ଫୁଟାଇବା ନିଶା ଏବେ ରାଉରକେଲିଆଙ୍କୁ ଘାରିଛି । ଜନ୍ମ ଦିନ ପାଳନ କରିବା ସହ ଗୁଳି ଫୁଟାଇ ନିଜର ଦବଦବା ଜାହିର କରୁଥିଲେ । ହେଲେ ପୁଲିସ୍‌ ପଞ୍ଝାରେ ପଡ଼ି ଯାଇଥିଲେ । ଭାଇଗିରି ଅଧାରେ ରହିଗଲା ।

ଏମିତି ଏକ ଘଟଣା ସହରରେ ଘଟିଥିବା ବେଳେ ପୁଲିସ୍‌ ତିନି ଜଣଙ୍କୁ ଧରି ଅଜ୍ଞାତ ସ୍ଥାନରେ ଅଟକ ରଖିଛି । ସେମାନଙ୍କ ପାଖରୁ ଦୁଇଟି ପିସ୍ତଲ ମଧ୍ୟ ଜବତ ହୋଇଥିବା ବେଳେ ସେମାନେ ପିସ୍ତଲ କେଉଁଠାରୁ ଆଣିଲେ ସେ ନେଇ ପୁଲିସ୍‌ ତଦନ୍ତ ଚଳାଇଛି । କେଉଁ ଉଦ୍ଦେଶ୍ୟରେ ସେମାନେ ଗୁଳି ଫୁଟାଇଥିଲେ ସେ ଦିଗରୁ ବି ତଦନ୍ତ କରୁଛି ପୁଲିସ୍‌ । ଧରାପଡ଼ିଥିବା ଯୁବକମାନେ ସମ୍ଭ୍ରାନ୍ତ ପରିବାରର ହୋଇନଥିବା ବେଳେ ସେମାନଙ୍କୁ କିଭଳି ଓ କାହା ପାଖରୁ ପିସ୍ତଲ ଆଣିଥିଲେ ତାହା ମଧ୍ୟ ତଦନ୍ତ କରୁଛି ପୁଲିସ୍‌ । ତଦନ୍ତରେ ବାଧା ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଘଟଣା ସମ୍ପର୍କରେ ସମସ୍ତ ତଥ୍ୟ ମିଳିପାରି ନାହିଁ ।