ବିରିୟାନୀ ପାଇଁ କଂଗ୍ରେସ କର୍ମୀଙ୍କ ମଧ୍ୟରେ ସଂଘର୍ଷ, ୯ ଗିରଫ

ମୁଜଫରନଗର,୭।୪: ଲୋକସଭା ନିର୍ବାଚନ ସମୟ ଯେତେ ପାଖେଇ ଆସୁଛି ରାଜନୈତିକ ପାଣିପାଗ ସେତେ ସରଗରମ ହେବାରେ ଲାଗିଛି। ବହୁ ନେତା ନିଜ ନିଜ ଶୈଳିରେ ଭୋଟରଙ୍କୁ ପ୍ରଭାବିତ କରିବାରେ ଲାଗିଛନ୍ତି। କିନ୍ତୁ ଏହି ନିର୍ବାଚନୀ ଋତୁରେ  ଉତ୍ତର ପ୍ରଦେଶର ବିଜନୋରରେ ଦେଖିବାକୁ ମିଳିଛି ଏକ ମଜାଦାର ଘଟଣା ଦେଖିବାକୁ ମିଳିଛି। ସେଠାରୁ ନସିମୁଦ୍ଦିନ ସିଦ୍ଦକି କଂଗ୍ରେସର ପ୍ରାର୍ଥୀ ଅଛନ୍ତି। ସେ ନିଜର ସମର୍ଥକଙ୍କ ଭିତରେ ବିରିୟାନୀ ବାଣ୍ଟିବାର ବନ୍ଦୋବସ୍ତ କରିଥିଲେ। ବିରିୟାନୀ ମଧ୍ୟ ବଣ୍ଟା ଗଲା, କିନ୍ତୁ ଆଗ କିଏ ବିରିୟାନୀ ଖାଇବା ସେ ନେଇ ଲାଗିଯାଇଥିଲା ମାରପିଟ୍। ଏହି ଲଢେଇରେ ବହୁ ଲୋକ ଆହତ ହୋଇଛନ୍ତି।

ମିଳିଥିବା ଖବର ଅନୁସାରେ ନିର୍ବାଚନ ସଭା ପରେ ମଧ୍ୟାହ୍ନ ଭୋଜନ ପାଇଁ    ବିରିୟାନୀ ପରସା ଯାଇଥିଲା। କିନ୍ତୁ ସେଠାରେ ଉପସ୍ଥିତ ଲୋକଙ୍କ ଭିତରେ  ବିରିୟାନୀ ଖାଇବା ନେଇ ଆରମ୍ଭ ହୋଇଯାଇଥିଲା ଖଣ୍ଡଯୁଦ୍ଧ। ବିରିୟାନୀକୁ ନେଇ ହୋଇଥିବା ସଂଘର୍ଷ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଯାଇଥିଲା ଓ ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିଥିଲା। ଏହି ମାମଲାରେ ୩୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହି ଘଟଣାରେ ୯ ଜଣଙ୍କୁ ଗିରଫ କରାଯାଇଛି।

   ସମ୍ବନ୍ଧିତ ଖବର


ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣା: ଅଭିଯୋଗପତ୍ର ପ୍ରତ୍ୟାହାର କଲେ ମୃତକଙ୍କ ପରିବାର

ଆଶ୍ଚର୍ଯ୍ୟ ଲାଗିଲେ ବି ସତ: ଅନ୍ତିମ ସଂସ୍କାରର ସପ୍ତାହେ ପରେ ଘରକୁ ଫେରିଲେ ‘ଶିବ’

ସମସ୍ତଙ୍କୁ ଜୀବନ ସାଥି ବାଛିବାର ଅଧିକାର ରହିଛି , ସରକାର ହସ୍ତକ୍ଷେପ କରିପାରିବେ ନାହିଁ – ଆହ୍ଲାବାଦ ହାଇକୋର୍ଟ

ଚାଲବାଜ ଚୀନ୍ ରଚୁଛି ଚକ୍ରବ୍ୟୁହ,ସାଟେଲାଇଟ୍ ଚିତ୍ରରୁ ଧରାପଡ଼ିଲା ଷଡଯନ୍ତ୍ର: ଡୋକଲାମରେ ଅସ୍ତ୍ର ଭଣ୍ଡାର ନିର୍ମାଣ କରୁଛି ଡ୍ରାଗନ୍

ଡବ୍ଲ୍ୟୁଏଚ୍‌ଓର ସତର୍କବାଣୀ: ଦ୍ୱିତୀୟ ଲହରିରେ ଘାଣ୍ଟି ହେଉଛି ୟୁରୋପ, ୨୦୨୧ରୁ ଆରମ୍ଭ ହେବ ତୃତୀୟ ଲହରି

ଅବସର ନେଲେ ରେସ୍‌ଲିଂ ଦୁନିଆ‌ର ମହାରଥୀ ଅଣ୍ଡରଟେକର୍‌, କହିଲେ- ମୋର ସମୟ ଆସିସାରିଛି…