ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ଝାରସୁଗୁଡ଼ାରେ ଆୟକର ଚଢ଼ଉ: ବିଶାଳ ଦାସଙ୍କ ସହଯୋଗୀଙ୍କ କୋଲାବିରା ଘରେ ଚାଲିଛି ରେଡ୍

ଝାରସୁଗୁଡ଼ା,୧୮/୦୫ : ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ କିଶୋର ଦାସଙ୍କ ପୁଅ ବିଶାଳ  ଦାସଙ୍କୁ ଆୟକର ବିଭାଗ ପକ୍ଷରୁ ସହରର ଏକ ତାରକା ହୋଟେଲରେ ପଚରାଉଚରା  କରିବା ପରେ ଛାଡ଼ି ଦିଆଯାଇଛି । ସେହିପରି କୋଲାବିରା ଓ ଅର୍ଡାରେ ଥିବା ବିଶାଳଙ୍କ ସହଯୋଗୀଙ୍କ ଘରେ ଚଢ଼ଉ ଜାରି ରହିଛି । ବିଶାଳ ଦାସଙ୍କ ଅନ୍ୟ ଜଣେ ସହଯୋଗୀଙ୍କୁ ଆଶିଷ ଦାସଙ୍କ କୋଲାବିରା ଘରେ ରେଡ୍‌ କରାଯାଇଛି। ୨ ଜଣିଆ ଆୟକର ଟିମ ପକ୍ଷରୁ ଖୋଳତାଡ଼ ଜାରି ରହିଛି।

ସୂଚନା ମୁତାବକ, ଶୁକ୍ରବାର ଭୁବନେଶ୍ୱରରୁ ଆସିଥିବା ଏହି ଟିମ୍‌ ସଦସ୍ୟମାନେ ଝାରସୁଗୁଡ଼ା ସରବାହାଲ ସ୍ଥିତ  ବିଶାଳ ଦାସଙ୍କ ବାସଭବନକୁ ଅପରାହ୍ଣରେ ଯାଇଥିଲେ । ମାତ୍ର ଶ୍ରୀ ଦାସ ସେତେବେଳେ ଏକ ହୋଟେଲରେ ଥିବାରୁ ସେଠାରୁ ତାଙ୍କୁ ନେଇଥିଲେ । ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା ପରେ ତାଙ୍କୁ ଛାଡ଼ି ଦିଆଯାଇଛି । ହେଲେ ଏହି ଚଢ଼ଉର ଉଦ୍ଦେଶ୍ୟ ଏବଂ  ଚଢ଼ଉରେ କ'ଣ ସବୁ ଜବତ ହୋଇଛି ସେ ସଂପର୍କରେ ସବିଶେଷ ତଥ୍ୟ ଜଣାପଡ଼ିନାହିଁ ।  ଏହି ଚଢ଼ଉ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଭିନ୍ନଭିନ୍ନ ଚର୍ଚ୍ଚା ହେଉଥିବା ବେଳେ  ସନ୍ଧ୍ୟାରେ ସ୍ୱାଭାବିକ ଭାବେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ (ବିଶାଳ ଦାସଙ୍କ ଭଉଣୀ)  ନିର୍ବାଚନ ପ୍ରଚାର କରୁଥିବା ଦେଖାଯାଇଛି । ଆଗକୁ ନିର୍ବାଚନ ଉପରେ ଏହି ଚଢ଼ଉ  ଘଟଣାର କିଭଳି ପ୍ରଭାବ ପଡ଼ୁଛି ଏବଂ ଲୋକେ ଏହାକୁ କିଭଳି ଗ୍ରହଣ କରୁଛନ୍ତି ତାହାରି  ଉପରେ ସଭିଙ୍କ ନଜର ରହିଛି । ଦିନ ପରେ ମତଦାନ । ଏଭଳି ସମୟରେ ଝାରସୁଗୁଡ଼ାରେ ରାଜନୈତିକ ବ୍ୟକ୍ତିଙ୍କୁ  କେନ୍ଦ୍ର କରି ଆୟକର ବିଭାଗର ଚଢ଼ଉ ରାଜନୈତିକ ମାହୋଲକୁ ସରଗରମ କରିଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.