ବିଟ୍‌ କଏନ୍‌ ନାଁରେ ଅଧକୋଟି ଟଙ୍କା ଠକେଇ: ସାଇବର ଠକକୁ ଗିରଫ କଲା ପୁଲିସ୍

ଭୁବନେଶ୍ୱର ୨୬/୮: ବିଟ୍‌ କଏନ୍‌ରେ ପୁଞ୍ଜି ନିବେଶ କରିବାକୁ କହି ଲୋକଙ୍କ ଠାରୁ ଅଧ କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଜଣେ ସାଇବର ଠକକୁ ଗିରଫ କରିଛି ଜଟଣୀ ଥାନା ପୁଲିସ । ଗିରଫ ଅଭିଯୁକ୍ତଙ୍କ ନାମ ମନୋରଞ୍ଜନ ବିଶ୍ୱାଳ(୩୨) । ଘର ଜଟଣୀ ବେଲପଡ଼ା ।

ପୁଲିସ ସୂଚନା ଅନୁଯାୟୀ, ମନୋରଞ୍ଜନ ବିଟ୍‌ କଏନ୍‌ରେ ପୁଞ୍ଜି ନିବେଶ କରିବାକୁ କହି ଜଟଣୀ ଅଞ୍ଚଳରୁ ବିଭିନ୍ନ ଲୋକଙ୍କ ଠାରୁ ଟଙ୍କା ନେଇଥିଲେ । ଅଧିକ ସୁଧ ପାଇବା ଲୋଭରେ ଜଟଣୀର ଅଞ୍ଚଳର ପ୍ରାୟ ୧୨ ଜଣ ଲୋକ ମନୋରଞ୍ଜନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦେଇଥିଲେ । ମନୋରଞ୍ଜନ ରାଜଧାନୀରୁ ମଧ୍ୟ ଅନେକ ଲୋକଙ୍କୁ ବିଟ୍‌ କଏନ୍‌ରେ ପୁଞ୍ଜି ନିବେଶ କରିବାକୁ ଲକ୍ଷ ଲକ୍ଷ ଟଙ୍କା ଠକିଥିଲେ । ତାଙ୍କ ନାମରେ ସାଇବର ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା । ଏନେଇ ଜଟଣୀ ବଡ଼ତୋଟାର ବିଜୟ ପ୍ରଧାନ ଜଟଣୀ ଥାନାରେ ଅଭିଯୋଗ କରିଥିଲେ ।

ତାଙ୍କ ପୁଅଙ୍କ ଠାରୁ ମନୋରଞ୍ଜନ ୧ଲକ୍ଷ ୨୦ ହଜାର ଟଙ୍କା ନେଇଥିଲେ । ପୁଲିସ ଏକ ମାମଲା ରୁଜୁକରି ଆଜି ମନୋରଞ୍ଜନଙ୍କୁ ଗିରଫ କରିଛି । ମନୋରଞ୍ଜନ ଏହିପରି ଅଧକୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ପୁଲିସ କହିଛି । ଆସନ୍ତାକାଲି ମନୋରଞ୍ଜନଙ୍କୁ କୋର୍ଟ ଚାଲାଣ କରାଯିବ ।

   ସମ୍ବନ୍ଧିତ ଖବର


​ଅଡ଼ୁଆରେ ସରକାରୀ ଅଫିସ୍‌ କର୍ମଚାରୀ – କାଲି ରାଜ୍ୟ ସରକାର କହିଲେ ଏମିତି, ଆଜି ଉଚ୍ଚ ଶିକ୍ଷା ବିଭାଗ କହୁଛନ୍ତି ଏମିତି–କାହାକୁ ମାନିବେ ?

ଟିକଟକ୍ ଭିଡିଓ କରିବା ବାହାନାରେ ସାଙ୍ଗକୁ ହତ୍ୟାକଲା ନାବାଳକ,ଗୋଟିଏ ଝିଅକୁ ଦୁହେଁ ଭଲ ପାଉଥିଲେ

ସେଲୁନ୍‌ରେ ଚୁଟି କାଟୁଥିବା ଲୋକକୁ ଗୁଳି ମାରୁଥିବା ବେଳେ ଚୁଟି କଟାଳୀ ଓ କାଟୁଥିବା ବ୍ୟକ୍ତିଙ୍କର ମୃତ୍ୟୁ

୨ ଦିନର ଶିଶୁକନ୍ୟାକୁ ୧୦୦ ଥର ପେଚ୍‌କସ ଭୁସି ହତ୍ୟା

ପାରିତ ହେଲା ସଂକ୍ରାମକ ରୋଗ ବିଲ୍‌, କରୋନା ନିୟମ ଉଲ୍ଲଂଘନ କଲେ ଲକ୍ଷେ ଜରିମାନା, ଦୁଇ ବର୍ଷ ଜେଲ୍‌

ମାସ୍କ ବ୍ୟବହାର କଲେ ସଂକ୍ରମଣ ସମ୍ଭାବନା କମ୍‌: ଡା. ମନୋଜ ସାହୁ