ଆଜି ବିଜେଡିର ଦ୍ୱିତୀୟ ଦଫା ପ୍ରାର୍ଥୀ ତାଲିକା !

source:http://www.newindianexpress.com
ଭୁବନେଶ୍ୱର ୧୯/୩: ଯଦି ସବୁ କିଛି ଠିକ୍ଠାକ ରୁହେ, ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ବୁଧବାର ଘୋଷଣା ହୋଇପାରେ । ହିଞ୍ଜିଳିରୁ ପ୍ରାର୍ଥୀପତ୍ର ଦାଖଲ କରି ଫେରିବା ପରେ ସନ୍ଧ୍ୟାରେ ପ୍ରାର୍ଥୀ ତାଲକିା ଘୋଷଣା ହେବ । ବିଜେଡି ସତୂର୍ରୁ ମଳିଛି ିଏମତିି ସଚୂନା । ପ୍ରଥମ ପର୍ଯ୍ୟାୟରେ ବିଜେଡି ୯ ଲୋକସଭା ସହ ୫୪ ବିଧାନସଭା ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି । ବଳକା ୧୨ ଲୋକସଭା ସହ ୯୩ ବିଧାନସଭା ଆସନ ପାଇଁ କସରତ ଏକରକମ ଶେଷ ପର୍ଯ୍ୟାୟରେ । ଆଜି ବି ନବୀନ ନିବାସରେ ଟିକେଟ ଆଶାୟୀଙ୍କ ଭିଡ଼ ଲାଗି ରହିଥିଲା । ସକାଳବେଳା ବିଜୟଶ୍ରୀ ରାଉତରାୟ ନିଜ ପୁଅକୁ ଧରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲା ବେଳେ ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ମଧ୍ୟ ଆସଥିେିଲ । ଅନ୍ୟମାନଙ୍କ ମଧ୍ୟରେ ସୁବାସ ସିଂ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, କିଶୋର ତରାଇ, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବଳଭଦ୍ର ମାଝୀ, ମହେଶ ସାହୁ, ଡମ୍ବରୁ ସସିା, ପୂର୍ବତନ ବିଧାୟକ ସୁର ନାୟକ, ଉମେଶ ସ୍ୱାଇଁ ପ୍ରମୁଖ ଆସ ିମଧ୍ୟ ଟେିକଟ ଲବକିୁ ଜୋରଦାର କରଥିେିଲ । ପ୍ରଥମ ପର୍ଯ୍ୟାୟ ତାଲିକା ଘୋଷଣା ପରେ ଦେଖା ଦେଇଥିବା ଅସନ୍ତୋଷକୁ ପ୍ରଶମିତ କରିବାକୁ ବିଜେଡି ସୁପ୍ରିମୋ ଓ ଛାମୁଆ ନେତାମାନେ ଯଥାସମ୍ଭବ ଉଦ୍ୟମ ଚଳାଇଛନ୍ତି । ଟିକେଟରୁ ବଞ୍ଚିତ କିଛି ହେଭିୱେଟଙ୍କୁ ରାଜ୍ୟସଭା ପଠାଇବାର ପ୍ରତିଶ୍ରୁତି ମିଳିଛି । ତୃତୀୟ ଓ ୪ର୍ଥ ଦଫାର ପ୍ରାର୍ଥୀ ତାଲିକା ଘୋଷଣା କରି ନେତାମାନଙ୍କୁ ଯଥାଶୀଘ୍ର ନିଜ ଅଞ୍ଚଳକୁ ପଠାଇ ଲୋକଙ୍କ ନିକଟରେ ପହଞ୍ଚିବା ରଣକୌଶଳରେ ଅଛି ବିଜେଡି । ମାତ୍ର ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି କ’ଣ ହେବ ତାହା ଅସ୍ପଷ୍ଟ ।
ଆଜି ଅପରାହ୍ନରେ ନବୀନ ନିବାସ ଆସିଥିଲେ ଲତିକା ପ୍ରଧାନ, ପ୍ରଦୀପ ପାଣିଗ୍ରାହୀ, ବିକ୍ରମ ପଣ୍ଡା, ନନ୍ଦିନୀ ଦେବୀ, ସୂର୍ଯ୍ୟ ପାତ୍ର, ଯୋଗେଶ ସିଂହ, ସୁନୀତା ବିଶ୍ୱାଳ, ଚନ୍ଦ୍ରଶେଖର ସାହୁ, ଝିନ୍ନ ହିକକା ଓ ପତ୍ନୀ କୌଶଲ୍ୟା, କଲ୍ୟାଣୀ ଗଜପତି, ରମେଶ ମାଝୀ । ଅଧିକାଂଶ ଟିକେଟ ନେବାକୁ ଆସିଥିଲେ । ସେହିଭଳି ସନ୍ଧ୍ୟାରେ ଭୁପିନ୍ଦିର ସିଂହ, ତେଜେଶ୍ୱର ପରିଡ଼ା, ଚିନ୍ମୟ ସାହୁ, ଅନନ୍ତ ନାରାୟଣ ଜେନା ପ୍ରମୁଖ ମଧ୍ୟ ନବୀନ ନିବାସ ଆସିଥିଲେ ।
ସୂଚନା ଅନୁସାରେ, ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରୁ ପ୍ରାର୍ଥୀପତ୍ର ଦାଖଲ କରିବେ । ସେଠାରୁ ନାମାଙ୍କନ ସାରି େ‘ରିବା ପରେ ସନ୍ଧ୍ୟାରେ କିଛି ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇପାରେ । ସେଥିପାଇଁ ମଙ୍ଗଳବାର ନବୀନ ନିବାସରେ ବେଶ କସରତ ହୋଇଛି । କେବଳ କିଛି ବିବାଦୀୟ ଆସନକୁ ଛାଡ଼ି ଅଧିକାଂଶ ଆସନର ଟିକେଟ୍ ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି ।