ବସ୍ତିରେ ବିଜେଡି, କଲୋନିରେ ବିଜେପି…

ଭୁବନେଶ୍ୱର/ଉତ୍ତର ଭୁବନେଶ୍ୱର, ୧୧ା୪(ବ୍ୟୁରୋ/ଆପ୍ର): ଗତକାଲିର ରୋଡ ସୋ ପରେ ଆଜି ବସ୍ତିକୁ ଫୋକସ୍‌ କରିଛି ବିଜେଡି । ସାଲିଆ ସାହିର ୪ଟି ୱାର୍ଡରେ ଦଳୀୟ ପ୍ରାର୍ଥୀ ସୁଶାନ୍ତ ରାଉତ ପ୍ରଚାରକୁ ଆଗେଇ ନେଇଛନ୍ତି । ସେପଟେ ନୂଆପଲ୍ଲୀର ଆଇଆରସି ଭିଲେଜର କଲୋନି ବାସିନ୍ଦାଙ୍କୁ ଭେଟି ବିଜେପି ପ୍ରାର୍ଥୀନି ଅପରାଜିତା ମହାନ୍ତି ଭୋଟ ଭିକ୍ଷା କରିଛନ୍ତି ।

ଆଜି ସାଲିଆ ସାହିର ୪ଟି ୱାର୍ଡ ଭ୍ରମଣ କରିବା ସୁଶାନ୍ତ ଟାଗେର୍ଟ କରିଥିଲେ । ପୂର୍ବାହ୍ନ ସାଢେ ୯ଟା ବେଳୁ ୨୧ ନମ୍ବର ଓା୍ୱଡର୍ର ଯାତ୍ରା ପଡିଆରେ ଶହ ଶହ କର୍ମୀ ଏକାଠି ହୋଇଥିଲେ । ପାରମ୍ପରିକ ବେଶଭୂଷାରେ ସଜ୍ଜିତ ମହିଳାଙ୍କ ଆଦିବାସୀ ନାଚର ତାଳେ ତାଳେ ପ୍ରଚାର ଆରମ୍ଭ ହେଲା । ସୁଶାନ୍ତ ଏକ ବିଶାଳ ରାଲିରେ ୨୦, ୧୬ ଓ ୨୬ ନମ୍ବର ଓା୍ୱଡ ର୍ଅଧୀନ ବସ୍ତିଗୁଡିକ ବୁଲିଥିଲେ । ସେଠାରେ ବସ୍ତିବାସିନ୍ଦାଙ୍କ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଥିଲେ ।

ବସ୍ତିର ବଳକା ଅଞ୍ଚଳରେ ପ୍ରଚାର କରିବାକୁ ଅପରାହ୍ନରେ ସୁଶାନ୍ତ ବାହାରିଥିଲେ । ତାଙ୍କ ସହ ଅଧାରେ ମିଶିଥିଲେ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ । ବସ୍ତିର ଭିନ୍ନ ୩ଟି ପଡି଼ଆରେ ସାଧାରଣ ସଭା ହୋଇଥିଲା । ଉଭୟ ଅରୂପ ଓ ସୁଶାନ୍ତ ସେଠାରେ ଆଦିବାସୀ ନୃତ୍ୟର ତାଳେ ତାଳେ ନାଚିଥିଲେ । ସନ୍ଧ୍ୟାରେ ବର୍ଷା ଯୋଗୁଁ ପ୍ରଚାର ଅଧାରୁ ସ୍ଥଗିତ ରହିଥିଲା । ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁବାସ ପାତ୍ର, ପୂର୍ବତନ କର୍ପୋରେଟର ଭାରତୀ ସିଂ, ବାସନ୍ତୀ ସିଂ, ଝୁନୁବାଳା ଦେଇ, ପ୍ରେମାନନ୍ଦ ଜେନା, ଯୁବନେତା ଦୁର୍ଗା ସାମନ୍ତରାୟ ଓ ନିର୍ମଳ ରାଉତ ଉପସ୍ଥିତ ଥିଲେ ।

ବିଜେପି ବିଧାୟିକା ପ୍ରାର୍ଥୀ ଅପରାଜିତା ମହାନ୍ତି ଆଜି କିନ୍ତୁ କଲୋନିବାସୀଙ୍କୁ ଭରସା କରିଥିଲେ । ସକାଳୁ ନୂଆପଲ୍ଲୀ ମୁହାଁ ହୋଇ ଆଇଆର୍‌ସି ଭିଲେଜରେ ପହଞ୍ଚିଥିଲେ । ସେଠାରେ ପଦଯାତ୍ରାରେ ବାହାରି ଏନ-୍‌୧ରୁ ଏନ-୍‌୬, ଆରବିଆଇ କଲୋନି, ଇସ୍କନ ମନ୍ଦିର ଓ ଇନ୍ଦ୍ରଧନୁ ମାର୍କେଟ ବୁଲିଥିଲେ । ଘରକୁ ଘର ବୁଲି ଭୋଟ ମାଗିଥିଲେ । ସନ୍ଧ୍ୟାରେ ମେ’ ଫେୟାରରୁ ଶିଖରଚଣ୍ଡୀ ବସ୍ତି ଯାଏଁ ଥିବା ‘ରୋଡ୍‌ ସୋ’କୁ ବର୍ଷା ଧୋଇ ନେଇଥିଲା । ରୋଡ ସୋ ବାତିଲ ପରେ ଅପରାଜିତା ଲୁମ୍ବନିବିହିାରସ୍ଥିତ ଦଳୀୟ ଅଫିସରେ ମଣ୍ଡଳ ସଭାପତିଙ୍କ ସହ ବୈଠକ ଚାଲିଥିଲା । ଏଥିରେ ଆଗାମୀ ପ୍ରଚାରର ରଣନୀତି ପ୍ରସ୍ତୁତ ସହ ଭୋଟ ହାତେଇବାକୁ ନେଇ ଆଲୋଚନା ହୋଇଥିଲା ।

   ସମ୍ବନ୍ଧିତ ଖବର


୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଏମସି ଅଧିକାରୀ

ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା: ୩ ସପ୍ତାହ ପରେ ଜେଲ୍‌ ଗଲେ ଓଏଏସ୍‌ଙ୍କ ଶ୍ୱଶୁର

ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା