ବିଜେଡିର ନୂଆ ୨୯ ଜଣିଆ ମିଡିଆ ଟିମ୍‌ ନିଯୁକ୍ତ : ସସ୍ମିତ ପାତ୍ରଙ୍କୁ ମିଡିଆ ସଂଯୋଜକ ଓ ଜାତୀୟ ମୁଖପାତ୍ରର ଗୁରୁ ଦାୟିତ୍ୱ

ଭୁବନେଶ୍ୱର ୫/୯ : ୫ମ ପାଳିରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ନବୀନ ପଟ୍ଟନାୟକ ଭୋଟ ସମୟରେ ଦେଇଥିବା ସମସ୍ତ ପ୍ରତିଶ୍ରୁତିକୁ ପୂରଣ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ସରକାରୀ ଯୋଜନା ଓ ଦଳୀୟ କାର୍ଯ୍ୟକ୍ରମକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ସରକାରୀସ୍ତରରେ ବିଭିନ୍ନ ପଦପଦବିରେ ଦଳୀୟ ନେତାଙ୍କୁ ନିଯୁକ୍ତି ଦେବା ପରେ ଏବେ ମିଡିଆ ଟିମର ପୁନର୍ଗଠନ କରିଛନ୍ତି । ବିଜେଡି ସଭାପତି ନୂଆକରି ୨୯ ଜଣିଆ ଟିମ୍‌ ଗଠନ କରିଛନ୍ତି । ଏହି ଟିମରେ ୫ ଜଣ ଜାତୀୟ ମୁଖପାତ୍ର, ୧୪ ମୁଖପାତ୍ର ଓ ୧୦ ଜଣ ପ୍ୟାନେଲିଷ୍ଟ ଭାବେ ନିଯୁକ୍ତି ପାଇଛନ୍ତି ।

ବିଜେଡିର ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ରଙ୍କ ଦକ୍ଷତା ଓ ନିଷ୍ଠା ଉପରେ ନବୀନ ପୁଣି ଭରସା କରିଛନ୍ତି । ରାଜ୍ୟସଭାରେ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତ ଡ. ପାତ୍ରଙ୍କୁ ବିଜେଡି ମୁଖିଆ ଗଣମାଧ୍ୟମ ସଂଯୋଜକ ଓ ଜାତୀୟ ମୁଖପାତ୍ର ଭାବେ ଗୁରୁ ଦାୟିତ୍ୱ ଦେଇଛନ୍ତି । ତାଙ୍କ ସହ ସାଂସଦ ପିନାକୀ ମିଶ୍ର, ଡ. ଅମର ପଟ୍ଟନାୟକ,ଅନୁଭବ ମହାନ୍ତି ଓ ସତ୍ୟ ନାରାୟଣ ସାହୁଙ୍କୁ ଜାତୀୟ ମୁଖପାତ୍ର ଭାବେ ଦାୟିତ୍ୱ ମିଳିଛି । ସତ୍ୟନାରାୟଣ ଲୋକସଭା ଯୁଗ୍ମ ସଚିବ ଭାବେ କାମ କରି ଅବସର ନେବା ପରେ ବିଜେଡିରେ ସାମିଲ ହୋଇଥିଲେ ।

ସେହିପରି ଦଳର ମୁଖପାତ୍ର ଭାବେ ୧୪ ଜଣ ନିଯୁକ୍ତ ହୋଇଛନ୍ତି । ସେମାନେ ହେଲେ ସାଂସଦ ପ୍ରଶାନ୍ତ ନନ୍ଦ, ରମେଶ ଚନ୍ଦ୍ର ମାଝୀ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରତାପ କେଶରୀ ଦେବ ଓ ବ୍ୟୋମକେଶ ରାୟ । ଅନ୍ୟମାନେ ହେଲେ ସୁବାସ ସିଂ, ସୁବାସ ଚୌହ୍ୱାନ, ଆକାଶ ଦାସ ନାୟକ, ଅନୁଭବ ପଟ୍ଟନାୟକ, ଡ.ଲେନିନ ମହାନ୍ତି, ସୁଲତା ଦେଓ, ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମୟୀ ମିଶ୍ର ଓ ଭରଦ୍ୱାଜ ମିଶ୍ର । ପ୍ୟାନେଲିଷ୍ଟ ଭାବେ ୧୦ ଜଣ ନେତାଙ୍କୁ ଦାୟିତ୍ୱ ମିଳିଛି । ଏମାନେ ହେଲେ ମିହିର ମହାନ୍ତି, ସନ୍ତୋଷ ଲେଙ୍କା, ବିଶ୍ୱଜିତ ମହାନ୍ତି, ସଂଜୟ ବାବୁ, ଡ.ହରିଶ ଚୌଧୁରୀ, ତପନ ଦାସ, ଦୁର୍ଗା ସାମନ୍ତରାୟ, ପ୍ରିୟବ୍ରତ ମାଝୀ, ଚକ୍ରଧର ଦାଶ ଓ ଓମ୍‌ ପ୍ରକାଶ ସାହୁ । ପୂର୍ବର ଏ ସଂପର୍କିତ ସମସ୍ତ ନିଯୁକ୍ତି ବାତିଲ କରାଯାଇ ନୂଆ ନିଯୁକ୍ତି ଦିଆଯାଇଛି ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

   ସମ୍ବନ୍ଧିତ ଖବର


ଦୃଢ ଇଚ୍ଛା ଶକ୍ତି- ୫୬ ବର୍ଷରେ ମାଟ୍ରିକ ପାସ୍‌ କଲେ ଆଶାକର୍ମୀ

ସିଂହଦ୍ୱାରରେ ହେବନି ବଡ଼ବଡୁଆ ଡାକ

ଯାତ୍ରା କଳାକାରଙ୍କ ରୋଜଗାରର ଭିନ୍ନ ଉପାୟ

ଫାଣ୍ଡି ଅଧିକାରୀଙ୍କ ଗୁଣ୍ଡାଗିରି ଅଭିଯୋଗ -ବାବୁ କହିଥିଲେ ୨ ବାଡ଼ି ଦେ,ଅବସ୍ଥା ସଙ୍ଗିନ କଲେ କନେଷ୍ଟବଳ

ମହାଜାଲିଆତି -ମିଛ ମାପଦଣ୍ଡରେ ଆକାଶଛୁଆଁ ବେପାର

ସଞ୍ଜୟ ଦତ୍ତଙ୍କ କଣ୍ଠରେ ଆତ୍ମବିଶ୍ୱାସର ସ୍ୱର ଅତି ଗଭୀର