ପ୍ରମୁଖ ଖବର
  • ମୋହନା: ମହୁମାଛି ଆକ୍ରମଣ, ଗୋଟିଏ ପରିବାରର ୫ ଆହତ
  • ||
  • ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଅଟୋ ଓଲଟି ୧୭ ଜଣ ଗୁରୁତର
  • ||
  • ସାଧାରଣ ନିର୍ବାଚନ ପାଇଁ ଖୋର୍ଦ୍ଧା, କଟକରେ ସରକାରୀ ଛୁଟି ବାତିଲ
  • ||
  • ମଙ୍ଗଳବାର ବାରାଣାସିରୁ ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପସ୍ଥିତ ରହିବେ ଏନ୍‌ଡିଏର ନେତା
  • ||
  • ମୋହନାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଗଛ ନିକଟରେ ରହିଛି ଅଟୋ
  • ||
  • ବିଜେପି ମିଶନ ଓଡ଼ିଶା, ଆସନ୍ତା ୨୦ରେ ବାଲିଯାତ୍ରା ପଡିଆରେ ମେଗା ପ୍ରଚାର କରିବେ ପ୍ରଧାନମନ୍ତ୍ରୀ
  • ||
  • ଭକ୍ତଙ୍କ ପାଇଁ ଖୋଲିଲା ବାବା ବଦ୍ରି ବିଶାଲଙ୍କ ଦରବାର, ଦର୍ଶନ ପାଇଁ ଲାଗିଲା ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ: ସୋମବାର ୪ ଲୋକସଭା, ୨୮ ବିଧାନସଭା ଆସନରେ ମତଦାତା ଲେଖିବେ ପ୍ରାର୍ଥୀଙ୍କ ଭାଗ୍ୟ
  • ||
  • ସୋମବାର ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ, ୪ ଲୋକସଭା, ୨୮ ବିଧାନସଭା ଆସନରେ ଭୋଟିଂ
  • ||
  • ଆଇପିଏଲ୍ ମହାସମରରେ ସୁପର କିଙ୍ଗ୍‌ସକୁ ଭେଟିବ ରୟାଲ, ସନ୍ଧ୍ୟାରେ ଚ୍ୟାଲେଞ୍ଜର୍ସ- କ୍ୟାପିଟାଲ୍ସ ଫାଇଟ୍
  • ||
  • କମ୍ପୁଛି ପ୍ରଚାର ମଇଦାନ୍, ଆଜି ବଲାଙ୍ଗିର ଏବଂ ବରଗଡ଼ରେ କ୍ୟାମ୍ପେନ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୫ ଯାଏ ଉପକୂଳରେ ବର୍ଷା ସମ୍ଭାବନା, ୧୬ରୁ ପୁଣି ଫେରିବ ଗ୍ରୀଷ୍ମପ୍ରବାହ
  • ||

ଛିଣ୍ଡୁନି ଟିକଟ ଅଙ୍କ: ବିଜେଡି ୩, ବିଜେପି ୭, କଂଗ୍ରେସ ୯ ସିଟ୍‌ରେ ଦେବ ପ୍ରାର୍ଥୀ, କଟକ ଓ ମୟୂରଭଞ୍ଜ ଏମ୍‌ପି ଆସନ ଯୋଦ୍ଧା ଖୋଜୁଛି କଂଗ୍ରେସ

ଭୁବନେଶ୍ୱର,୨୮/୦୪: କାହାକୁ ଭରସା କରିବେ, କାହାକୁ କାଟିବେ । ଚିନ୍ତାରେ ମୁଣ୍ଡ ଘୂରାଇଲାଣି । ଦିନ ଗଡ଼ି ଚାଲିଛି । ଟିକଟ ଅଙ୍କ କିନ୍ତୁ ଛିଣ୍ଡୁନି । ବିଜେଡି ୩ ଆସନରେ ଯୋଦ୍ଧା ଘୋଷଣା କରିନି । ବିଜେପି ୭ ଏବଂ କଂଗ୍ରେସ ୯ ବିଧାନସଭା ସିଟ୍‌ରେ ପ୍ରାର୍ଥୀ ଦରାଣ୍ଡୁଛି । କଟକ ଓ ମୟୂରଭଞ୍ଜ ଲୋକସଭା ଆସନ ପାଇଁ କଂଗ୍ରେସ ଏଯାଏଁ ପ୍ରାର୍ଥୀ ଦେଇନି । କାହାକୁ ଟିକଟ ଦେବେ ତାକୁ ନେଇ ପୂରା ଚାପରେ ତିନି ଦଳ ।

ବିଜେଡି ଖଣ୍ଡପଡ଼ା, ନୀଳଗିରି ଓ କୋରେଇ ଆସନରେ ଏଯାଏ ପ୍ରାର୍ଥୀ ଘୋଷଣା କରିନି । ଖଣ୍ଡପଡ଼ାରେ ବିଜେଡିକୁ ଫେରି ପୁଣି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଟିକଟ ପାଇବେ ବୋଲି ଚର୍ଚ୍ଚା ଘୂରି ବୁଲୁଛି । ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ମଧ୍ୟ ରେସରେ ଅଛନ୍ତି । କିଛି ନୂଆମୁହଁଙ୍କ ନାଁ ମଧ୍ୟ ଆଲୋଚନା ହେଉଛି । ମାତ୍ର ଦଳ କାହା ମୁଣ୍ଡରେ ଟିକଟ କଳସ ଢ଼ାଳିବ ତାହା ସ୍ପଷ୍ଟ ହୋଇନି । ବିଜେପିକୁ ଯାଇ କଟକ ସାଂସଦ ପ୍ରାର୍ଥୀ ହୋଇଥିବା ଭର୍ତ୍ତୃହରି ମହତାବଙ୍କୁ ଚେକମେଟ୍‌ ଦେବାକୁ ଏଠାରେ ଦଳ ଜଣେ ତଗଡ଼ା ପ୍ରାର୍ଥୀ ଖୋଜୁଛି । ବିଜେଡି ଏ ସିଟ୍‌କୁ ନେଇ ପୂରା ଚାପରେ ଅଛି । ସେହିଭଳି ନୀଳଗିରି ଓ କୋରେଇ ଆସନ ଦଳ ତଣ୍ଟିରେ କଣ୍ଟା ହୋଇ ଲାଖିଛି ।

ନୀଳିଗିରି ବିଧାୟକ ସୁକାନ୍ତ ନାୟକ ଟିକଟ ଲୋଭରେ ବିଜେପିକୁ ବାଏ ବାଏ କହି ଶଙ୍ଖ ଫୁଙ୍କିଥିଲେ । ମାତ୍ର ଏ ଆସନ ପାଇଁ ଦୌଡ଼ରେ ଥିବା ସନ୍ତୋଷ ଖଟୁଆ ମଧ୍ୟ ନଛୋଡ଼ବନ୍ଧା । ଦଳ କାହାକୁ ବାଛିବ, କାହାକୁ ଛାଡ଼ିବ ଆଗପଛ ହେଉଛି । କୋରେଇରେ ଦଳ ନୂଆମୁହଁ ଦେବାକୁ ବିଚାର କରୁଥିବା କୁହାଯାଉଛି । ଏ ତିନି ସିଟ୍‌ ଦଳ ପାଇଁ ବଡ଼ ସମସ୍ୟା ଛିଡ଼ା କରାଇଛି ।

ବିଜେପି ମଧ୍ୟ ଆହୁରି ୭ ଆସନକୁ ନେଇ ଅଡ଼ୁଆରେ ଅଛି । ଘଷିପୁରା, ବାରବାଟୀ-କଟକ, ବେଗୁନିଆ, ଭୋଗରାଇ, ନୀଳଗିରି, ଭଣ୍ଡାରିପୋଖରୀ ଓ ବରୀ ଆସନରେ ଦଳ ପ୍ରାର୍ଥୀ ଘୋଷଣା ବାକି ରଖିଛି । ଚର୍ଚ୍ଚା ହେଉଛି ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଯଦି ବିଜେଡିକୁ ନଫେରନ୍ତି ତେବେ ବିଜେପି ଶିବିରକୁ ଆସି ଘଷିପୁରା ସିଟରେ ଲଢ଼ିପାରନ୍ତି । ଯେଉଁଥିପାଇଁ ଏ ଆସନ ଝୁଲିକି ଅଛି । ବାରବାଟୀ-କଟକରେ ସାଂସଦ ଅନୁଭବ ମହାନ୍ତି ନା ଆଉ କୌଣସି ଦଳୀୟ ନେତାଙ୍କୁ ପ୍ରାର୍ଥୀ ଭାବେ ଦଳ ମଇଦାନକୁ ଓହ୍ଲାଇବ ଏଯାଏ ନିଷ୍ପତ୍ତି ହୋଇପାରୁନି । ବେଗୁନିଆରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କ ପସନ୍ଦର ପ୍ରାର୍ଥୀ ଦେଇପାରନ୍ତି । ବରୀ ଟିକଟ ଆଶାରେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ବିଜେଡି ଛାଡ଼ି ପଦ୍ମ ଧରିଥିଲେ । ମାତ୍ର ଏଯାଏଁ ତାଙ୍କୁ ଟିକଟ ପୁରସ୍କାର ମିଳିନି । ନୀଳଗିରି, ଭଣ୍ଡାରିପୋଖରୀ ସିଟ୍‌ ପାଇଁ ଦଳ ପାଣି ପିଇଲାଣି । ଟିକଟ କିନ୍ତୁ ଚୂଡ଼ାନ୍ତ କରିପାରୁନି ।

କଂଗ୍ରେସ ମଧ୍ୟ ୯ ଆସନକୁ ନେଇ ଚାପରେ ଅଛି । କଟକ-ବାରବାଟୀରେ ବିଧାୟକ ମହମ୍ମଦ ମୋକିମ୍‌ ଆଇନଗତ ଜାଲରେ ଛନ୍ଦି ହୋଇଯିବାରୁ ତାଙ୍କ ଝିଅଙ୍କୁ ପ୍ରାର୍ଥୀ କରିବାକୁ ଦଳ ଏଆଇସିସିକୁ ସୁପାରିଶ କରିଛି । ଜଗତସିଂପୁରରେ ଚିରଞ୍ଜିବୀ ବିଶ୍ୱାଳ ବିଜେଡିକୁ ଯିବା ପରେ ଦଳ ନୂଆ ପ୍ରାର୍ଥୀ ସନ୍ଧାନରେ ଅଛି । ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ଜିଲ୍ଲା କଂଗ୍ରେସ ସଭାପତି ଦୌଡ଼ରେ ଅଛନ୍ତି । କାକଟପୁରରେ ବିଶ୍ୱରଂଜନ ଦାସ ଟିକଟ ଲୋଭରେ ବିଜେପିକୁ ଗଲେ । ମାତ୍ର ପଦ୍ମ ଟିକଟରେ ଫେଲ ମାରିବା ପରେ ସେ ଘରକୁ ବାହୁଡ଼ିଛନ୍ତି। ତେଣୁ ସେ ଆସନ ବିଳମ୍ବ ହେଉଛି । ବାଲେଶ୍ୱର ସଦର ଆସନରେ ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ନିଜ ପସନ୍ଦର ପ୍ରାର୍ଥୀ ପାଇଁ ଲବି କରୁଛନ୍ତି। ଦୌଡ଼ରେ ସରୋଜ ଲେଙ୍କା ଓ ବିକ୍ରମ ପଣ୍ଡା ଅଛନ୍ତି । ଦଳ କାହାକୁ ବାଛିବ ନିଷ୍ପତ୍ତି ନେଇପାରୁନି ।

ନୀଳଗିରି ଆସନରେ କଂଗ୍ରେସ ଲଢ଼ିବ ନା ସିପିଏମକୁ ଛାଡ଼ିବ ସ୍ଥିର ହୋଇନି । ଜଳେଶ୍ୱରରେ ପୂର୍ବତନ ବିଧାୟକ ଦେବୀପ୍ରସନ୍ନ ଚାନ୍ଦ ଓ ୨୦୧୯ରେ ବିଧାୟକ ପ୍ରାର୍ଥୀ ସୁଦର୍ଶନ ଦାସଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି । ବଡ଼ଚଣାରେ କଂଗ୍ରେସର ଆଶାୟୀ ଥିଲେ ପୂର୍ବତନ ବିଧାୟକ ସୀତାକାନ୍ତ ମହାପାତ୍ରଙ୍କ ପୁଅ କ୍ୟାପଟେନ୍‌ ରାଜନାରାୟଣ ମହାପାତ୍ର । ମାତ୍ର ସେ ବିଜେଡିକୁ ଯିବା ପରେ ଦଳ ଏବେ ଶୁଭେନ୍ଦୁ ମହାନ୍ତିଙ୍କ ନାମକୁ ବିଚାର କରୁଛି । ସେହିଭଳି ଛତ୍ରପୁର ଓ ପାଲଲହଡ଼ା ସିଟରେ ଆଶାୟୀଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଥିବାରୁ ଦଳ କାହାକୁ ଟିକଟ ଦେବ ନିଷ୍ପତ୍ତି ନେଇପାରୁନି ।

  • PrameyaOdia
  • prameya
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.