ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ଟିକେଟ ଟେନ୍‌ସନ: ନବୀନ ନିବାସ, ବିଜେପି, କଂଗ୍ରେସ ଅଫିସ୍‌ରେ ଭିଡ଼

ଭୁବନେଶ୍ୱର,୧୧ ।୩(ବ୍ୟୁରୋ): ଭୋଟ ବିଗୁଲ ବାଜିବା ପରେ ଜୋର ଧରିଛି ଧାଁ ଦୌଡ଼ । ଦଳୀୟ ଟିକଟ ପାଇଁ ଆରମ୍ଭ ହୋଇଛି ଜୋରଦାର ଲବି । କଳେ ବଳେ କୌଶଳେ ଟିକଟ ପାଇବାକୁ ଆଶାୟୀମାନେ ଦିନରାତି ଏକ କରି ଦେଇଛନ୍ତି । କିଛି ଦିନ ହେବ ଲାଗି ରହିଥିବା ଭୋଟ ରାଜନୀତି ଏବେ ଅଧିକ ତତଲା ଧରିଛି । ବିଜେଡି, କଂଗ୍ରେସ ଓ ବିଜେପି କାର୍ଯ୍ୟାଳୟରେ ଲାଗିଛି ଭିଡ଼ । ନବୀନ ନିବାସରେ ସୋମବାର ସକାଳେ ମିଶ୍ରଣ ପର୍ବ ସହ ବହୁ ସାଂସଦ ଓ ବିଧାୟକଙ୍କ ଭିଡ଼ ମଧ୍ୟ ଲାଗି ରହିଥିଲା । ସମସ୍ତଙ୍କ ଲକ୍ଷ୍ୟ ଏବେ ଦଳୀୟ ଟିକଟ ଉପରେ ।
ଠିକ୍‌ ମାସକ ପରେ ଏପ୍ରିଲ ୧୧ରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ । ୪ ପର୍ଯ୍ୟାୟରେ ଭୋଟ୍‌ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପ୍ରସ୍ତୁତି ସରିଛି । ଭୋଟ ପୂର୍ବରୁ ନବୀନ ଯେଉଁ ଚକମା ଦେଖାଇଛନ୍ତି ତାହା ବିରୋଧୀଙ୍କୁ ଯେତିକି ଚିନ୍ତାରେ ପକାଇଛି, ନିଜ ଦଳର ନେତାମାନଙ୍କ ହୃତକମ୍ପନ ମଧ୍ୟ ସେତିକି ବଢ଼ାଇଛି । ସୋମବାର ଖୋର୍ଦ୍ଧାରୁ ଟିକଟ ପାଇବା ଆଶାରେ ପୂର୍ବତନ ବିଧାୟକ ଜିତୁ ମିତ୍ର ବିଜେପି ଛାଡ଼ି ଶଙ୍ଖ ଫୁଙ୍କିଥିଲା ବେଳେ ସାଂସଦ ପ୍ରଭାସ ସିଂହ, ରୀତା ତରାଇ, ପ୍ରତ୍ୟୁଷା ସିଂହ, ଅର୍କକେଶରୀ ଦେଓ ମଧ୍ୟ ଭେଟିଛନ୍ତି । ଗଜପତି, ଗଞ୍ଜାମ, ଅନୁଗୁଳ, ଭଦ୍ରକ ଓ କନ୍ଧମାଳ ଜିଲ୍ଲାର କିଛି ବିଧାୟକ ଓ ଟିକଟ ଆଶାୟୀ ମଧ୍ୟ ନବୀନ ନିବାସରେ ଭିଡ଼ ଲଗାଇଥିଲେ । ଏପରିକି ଲବି ଗ୍ରୁପ ମାଧ୍ୟମରେ ଟିକଟକୁ ପକ୍କା କରିବାକୁ ଆରମ୍ଭ ହୋଇଛି ଜୋରଦାର ଉଦ୍ୟମ । ଦଳକୁ ବହୁ ସଂଖ୍ୟାରେ ପ୍ରଶାସକ ଓ ଅନ୍ୟ ଦଳର ନେତାଙ୍କ ଯୋଗଦାନ ବଢୁଥିବାରୁ ଏବେର ବିଧାୟକ ଓ ସାଂସଦମାନେ ଟିକଟ କଟିବା ଆଶଙ୍କାରେ ଅଛନ୍ତି ।
ବିଜେପି ଟିକଟ ପାଇଁ ମଧ୍ୟ ଆଶାୟୀଙ୍କ ତାଲିକା ବଢ଼ି ବଢ଼ି ଚାଲିଛି । ଏଥିପାଇଁ ବିଜେପି ରାଜ୍ୟ କାର୍ଯ୍ୟାଳୟ ସହ ହେଭିୱେଟ ନେତାଙ୍କ ଘର ଆଗରେ ଲାଗିଛି ଭିଡ଼ । ଯେମିତି ହେଉ ପଦ୍ମ ଚିହ୍ନ ଟିକଟ ପାଇବାକୁ କସରତ ତେଜିଛି । ଆଜି ଦିନ ତମାମ ବିଜେପି କାର୍ଯ୍ୟାଳୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଟିକଟ ଆଶାୟୀଙ୍କ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା । ଦଳକୁ ଅନ୍ୟ ଦଳରୁ ଆଗକୁ କିଛି ନେତା ଆସିବା ନେଇ ଯୋଗସୂତ୍ର ଆରମ୍ଭ କରିଛନ୍ତି । ତେଣୁ ବିଜେପି କ୍ୟାମ୍ପରେ ମଧ୍ୟ ଟିକଟ ଚିତ୍ର ଅସ୍ପଷ୍ଟ । ମାତ୍ର ଆଶାୟୀମାନେ କିନ୍ତୁ ନଛୋଡ଼ବନ୍ଦା । ବିଜେପିର ପ୍ରଭାବଶାଳୀ ଗୋଷ୍ଠୀକୁ ଧରି ଟିକଟ ହାତେଇବା କସରତ ଆହୁରି ତେଜିଛି । ଦଳ ପକ୍ଷରୁ ବିଜୟ ସଂକଳ୍ପ ଅଭିଯାନ ସତ୍ତେ୍ୱ ଦଳୀୟ କାର୍ଯ୍ୟାଳୟରେ ମଧ୍ୟ ଭିଡ଼ ଲାଗି ରହିଛି । ଦଳ ପକ୍ଷରୁ ପର୍ଯ୍ୟାୟକ୍ରମେ ପ୍ରାର୍ଥୀ ତାଲିକା ଘୋଷଣା ହେବ ବୋଲି କୁହାଯାଉଥିଲା ବେଳେ ପ୍ରଥମ ପର୍ଯ୍ୟାୟ ଲୋକସଭା ଓ ବିଧାନସଭାର ଆଶାୟୀମାନେ ନିଜ ଉଦ୍ୟମକୁ ଆହୁରି ତେଜିଛନ୍ତି ।
ପ୍ରାର୍ଥୀ ଚୟନରେ କଂଗ୍ରେସ ବେଶ୍‌ ଆଗରେ ରହିଛି । ସ୍କ୍ରିନିଂ କମିଟି ବୈଠକ ସରିଛି । ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଅନୁମୋଦନ ପାଇଁ ଦିଲ୍ଲୀ ଯାଇଛି । ମାତ୍ର ଏହା ସତ୍ତେ୍ୱ ଆଶାୟୀ ଓ ସମର୍ଥକ କଂଗ୍ରେସ ଭବନ ଛାଡୁନାହାନ୍ତି । ପୂର୍ବଭଳି ଭିଡ଼ ପରିଲକ୍ଷିତ ହେଉଛି । ସୋମବାର ଓଡ଼ିଶା ପ୍ରସଙ୍ଗରେ ହାଇକମାଣ୍ଡ ବିଚାର ବିମର୍ଷ କରିଛନ୍ତି । ନିଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି)ର ସ୍କ୍ରିନିଂ କମିଟିର ବୈଠକ ପ୍ରଦେଶ ନିର୍ବାଚନ କମିଟିରୁ ଅନୁମୋଦିତ ହୋଇ ଯାଇଥିବା ନାମଗୁଡିକ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିବା ସୂଚନା ମିଳିଛି । ବିବାଦ ନଥିବା ଆସନ ସହ ଯେଉଁ ଆସନଗୁଡିକରେ ଦଳୀୟ ବିଧାୟକ ଅଛନ୍ତି, ସେହି ଆସନଗୁଡ଼ିକ ସଂପର୍କରେ କମିଟି ଆଗ ନିଷ୍ପତ୍ତି ନେବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ଆସନଗୁଡ଼ିକ ପାଇଁ ପ୍ରାର୍ଥୀ ତାଲିକା ଆଗ ଘୋଷଣା ହେବ । ପ୍ରଥମ ଦଫା ପ୍ରାର୍ଥୀ ତାଲିକା ପାଇଁ ଦିଲ୍ଲୀରେ ଆଜି କସରତ ହୋଇଛି । ରାହୁଲଙ୍କ ମୋହର ବାଜିବା ପରେ ଚୂଡାନ୍ତ ତାଲିକା ବାହାରିବ ।
ଦଳୀୟ ଟିକଟ ପାଇଁ ଆଶାୟୀଙ୍କ ଧାଁ ଦୌଡ଼ ଯେତିକି ବଢ଼ିଛି, ଦଳୀୟ ହାଇକମାଣ୍ଡଙ୍କ ଉପରେ ମଧ୍ୟ ସେତିକି ଚାପ ରହିଛି । ଠିକଣା ପ୍ରାର୍ଥୀଙ୍କୁ ଟିକଟ ଦେଇ ବିଜୟ ସୁନିଶ୍ଚିତ କରିବାକୁ ମଙ୍ଗୁଆଳମାନେ ବେଶ୍‌ ଭାବିଚିନ୍ତି ଯେ ନିଷ୍ପତ୍ତି ନେବେ ତାହା ଜଳଜଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.