ଜଟଣୀରେ ବିଜେଡି, କଂଗ୍ରେସର ପ୍ରଚାର

୩ ପଞ୍ଚାୟତରେ ବୁଲିଲେ ବିଭୁତି
ଚନ୍ଦକା,୧୮ା୪(ଆପ୍ର): ଜଟଣୀ ନିର୍ବାଚନମଣ୍ଡଳୀର ବିଜେଡ଼ି ବିଧାୟକ ପ୍ରାର୍ଥୀ ବିଭୁତିଭୂଷଣ ବଳବନ୍ତରାୟ ଚନ୍ଦକା ଥାନାର ଗଙ୍ଗପଡ଼ା, ଅଙ୍ଗାରପଡା, ଛତାବର ପଞ୍ଚାୟତରେ ନିଜ ପାଇଁ ପ୍ରଚାର କରିଛନ୍ତି । କେଉଁଠି ସେ ଘରଘର ବୁଲି ଭୋଟ ଭିକ୍ଷା କରିଛନ୍ତିତ ଆଉ କେଉଁଠି ରୋଡ ଶୋ କରିଛନ୍ତି । ଗଙ୍ଗେଶ୍ୱର ମନ୍ଦିରଠାରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ ବିଭୂତି । । ତାଙ୍କ ସହ ବାଇକ୍‌ରେ ଶତାଧିକ ସମର୍ଥକ ସାମିଲ ହୋଇଥିଲେ । ଗଙ୍ଗପଡ଼ା ପଞ୍ଚାୟତର ଗଙ୍ଗପଡ଼ା, ପିତାପଲ୍ଲୀ, ଗାଁମୁଣ୍ଡି, ଭାତକୁଡ଼ି, ଗମେଇ ଆଦି ଗ୍ରାମ ପରିକ୍ରମା କରିବା ପରେ ଅଙ୍ଗାରପଡା ଗ୍ରାମପଞ୍ଚାୟତର ମହୁଲ, ମାଜଣା, ମିନିଚିଂପାଟଣା, ମଧୁପୁର, କରଡାପଲ୍ଲି, ଛତାବର ପଞ୍ଚାୟତର କାଲୀପୁର, ଓରିସଲ, ଜାମୁଝରୀ, ବିନ୍ଧ୍ୟୃଗିରି, ପଳାସପୁର, ଅଲକତା ଆଦି ଗ୍ରାମ ପରିକ୍ରମା କରି ଭୋଟ ଭିକ୍ଷା କରିଥିଲେ । ଜଟଣୀ ନିର୍ବାଚନମଣ୍ଡଳୀର ବିଜୁ ଜନତା ଦଳ ସଭାପତି ଧନୁର୍ଦ୍ଧର ସୁନ୍ଦରାୟ, ଖୋର୍ଦ୍ଧର୍ା ଜିଲ୍ଲା ପରିଷଦ ୭ ନମ୍ବର ସଭ୍ୟ ଅଜିତ ସାମନ୍ତରାୟ, ୮ ନମ୍ବର ସଭ୍ୟା ମାଧୁରୀ ବେହେରା, ଦିପକ ଜେନା, ବିଷ୍ଣୁ ପ୍ରସାଦ ଡେଙ୍ଗ ପ୍ରମୁଖ ତାଙ୍କ ପ୍ରଚାରରେ ସାମିଲ୍‌ ହୋଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଭୋଟ ଭିକ୍ଷା:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଟଣୀ ସହରରେ ରୋଡ଼୍‌ ସୋ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବଡ଼ତୋଟା ବଜାର, ପଦନପୁର ଛକ, ଖୁଦୁପୁର ଛକ, ବ୍ଲକ ଛକ, ହରିଭାଇନା ଛକ ଦେଇ ମୁଖ୍ୟରାସ୍ତାରେ ସୀତାରାମ ଛକ ପର୍ଯ୍ୟନ୍ତ ନିଜ ପ୍ରଚାର ଗାଡ଼ିରେ ବୁଲି ଥିଲେ । ସୀତାରାମ ଛକ ଠାରୁ ପୁନର୍ବାର ମୁଖ୍ୟରାସ୍ତାରେ ଆସି ହରିଭାଇନାଛକ ଠାରୁ ଗୋପବନ୍ଧୁ ବଜାର, ମେଡ଼ିକାଲ ଛକ, ଫାୟାର ଷ୍ଟେସନ ଛକ, ଷଣ୍ଡପୁର ଛକ, ଗୋବିନ୍ଦପୁର ଛକ ଓ ତଳଖେତା ଛକ ଦେଇ ଯାଁଳା ଯାଇଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବଡ଼ତୋଟା ବଜାର ଓ ପଦନପୁର ଛକ ଠାରେ ଉପସ୍ଥିତ ଜନତାଙ୍କୁ ଧନ୍ୟବାଦ ଜଣାଇବା ସହ ହରିଭାଇନା ଛକ ଠାରେ ପ୍ରଚାର ଗାଡ଼ିରେ ଠିଆ ହୋଇ ଅପେକ୍ଷାରତ ସହତ୍ସାଧିକ ଜନତାଙ୍କୁ ପ୍ରଥମେ ଜୟ ଜଗ୍ନନାଥ କହି ସମ୍ବୋଧନ କରିଥିଲେ । ତା’ପରେ ଶ୍ରୀ ପଟ୍ଟନାୟକ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୁ ଜନତା ଦଳକୁ ଜୟଯୁକ୍ତ କରାଇବା ପାଇଁ ଅନୁରୋଧ କରିବା ସହ ଜନସାଧାରଣଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ସୀତାରାମ ଛକ ଠାରେ ମଧ୍ୟ ଅପେକ୍ଷାରତ ଜନସାଧାରଣଙ୍କୁ ଆଗାମୀ ନିର୍ବାଚନରେ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜୁ ଜନତା ଦଳକୁ ବିପୁଳ ସଂଖ୍ୟାରେ ଜୟଯୁକ୍ତ କରାଇବା ପାଇଁ ନିବେଦନ କରିଥିଲେ । ଶେଷରେ ସେ ଜଟଣୀବାସୀଙ୍କ ଠାରୁ ଆଶୀର୍ବାଦ କାମନା କରିଥିଲେ ।

ଶେଷ ସୁଯୋଗ ଦେବାକୁ ସୁରଙ୍କ ନିବେଦନଜଟଣୀରେ ବିଜେଡି, କଂଗ୍ରେସର ପ୍ରଚାରଜଟଣୀରେ ବିଜେଡି, କଂଗ୍ରେସର ପ୍ରଚାର: ଜଟଣୀ ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ, ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ ଆଜି ପୌରାଞ୍ଚଳରେ ମାରାଥାନ୍‌ ନିର୍ବାଚନ ପ୍ରଚାର କରିଛନ୍ତି । ମୋଟର ସାଇକେଲ ର‌୍ୟାଲିରେ ସୁର ଭାଇ ବିଶ୍ୱନାଥ କଲୋନୀ, ବଛରାପାଟଣା. ଗୋଡ଼ା ଧର୍ମସାଗାର, ଆକାଉଣ୍ଟ୍‌ କଲୋନୀ, ଟ୍ରାଫିକ୍‌ କଲୋନୀ, ବାଛରା, ଜଗନ୍ନାଥପୁର, ଡ଼ିଆରଏମ୍‌ ଅଫିସ ଯାଇ ଜଟଣୀର ଦ୍ରୁତ ବିକାଶ ପାଇଁ ତାଙ୍କୁ ହାତ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ନିବେଦନ କରିଥିଲେ । ସୁର ଭାଇ ରେଳକର୍ମଚାରୀଙ୍କୁ କହିଥିଲେ ଏଇଟା ହେଉଛି ତାଙ୍କର ଶେଷ ଭୋଟ ଭିକ୍ଷା । ଏଣୁ ଜଟଣୀର ସ୍ୱାଭିମାନ ପାଇଁ ତାଙ୍କୁ ହାତ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାଇ ଶେଷ ସୁଯୋଗ ଦେବାକୁ ନିବେଦନ କରିଥିଲେ । ଏହି ରାଲିରେ ନଗର କଂଗ୍ରେସ କମିଟି ସଭାପତି ଅଶୋକ ମଙ୍ଗରାଜ, ଜଟାଧାରୀ ପ୍ରଧାନ, ଆଲୋକ ମହାନ୍ତି, ସାହେବ ରାଉତରାୟ, ଲକ୍ଷ୍ମୀଧର ବିଶ୍ୱାଳ, ସୀତାକାନ୍ତ ଶତପଥୀ, ବୃନ୍ଦାବନ ସାହୁ, ସମ୍ବିତ ମଙ୍ଗରାଜ, ଉମାଶଙ୍କର ମିଶ୍ର ପ୍ରମୁଖ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଓ କର୍ମୀ ଯୋଗ ଦେଇଥିଲେ ।

   ସମ୍ବନ୍ଧିତ ଖବର


ସୁଶୀଲ ମୋଦିଙ୍କ ଅଭିଯୋଗ; ଜେଲରେ ଥାଇ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରୁଛନ୍ତି ଲାଲୁ, ବିଧାୟକଙ୍କୁ କରୁଛନ୍ତି ଫୋନ୍…

ସାଧାରଣ ଲୋକଙ୍କୁ ୨ ହଜାର ଜରିମାନା, ଆଉ ନିଜେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ବୁଲୁଛନ୍ତି ବିନା ମାସ୍କରେ !

୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଏମସି ଅଧିକାରୀ

ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା