PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

୨୬ରେ ବିଜେଡି ପ୍ରତିଷ୍ଠା ଦିବସ : ସବୁ ନିର୍ବାଚନମଣ୍ଡଳୀରେ ହେବ ପାଳନ

ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ଆସନ୍ତା ୨୬ରେ ବିଜେଡି ପାଳନ କରିବ ଦଳର ୨୩ତମ ପ୍ରତିଷ୍ଠା ଦିବସ । ଚଳିତ ବର୍ଷ ସବୁ ନିର୍ବାଚନମଣ୍ଡଳୱାରୀ ଦଳ ଏ ପ୍ରତିଷ୍ଠା ଦିବସ ପାଳନ କରିବ । ନିର୍ବାଚନମଣ୍ଡଳୀର କର୍ମକର୍ତ୍ତା, ଛାମୁଆ ସଂଗଠନର ସକ୍ରିୟ ସଦସ୍ୟମାନଙ୍କୁ ନେଇ ପାଳନ କରାଯିବ । ଏ ନେଇ ସଭାପତି ନବୀନ ପଟ୍ଟନାୟକ ସମସ୍ତ ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା ପର୍ଯ୍ୟବେକ୍ଷକ, ସାଂସଦ, ବିଧାୟକ ଓ ଜିଲ୍ଲା ସଭାପତିମାନଙ୍କୁ ଚିଠି ଲେଖିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସୂଚନା ଦେଇଛନ୍ତି ଦଳର ଉପସଭାପତି ଦେବୀପ୍ରସାଦ ମିଶ୍ର ।

ଶ୍ରୀ ମିଶ୍ର କହିଲେ, ଦଳର ସଭାପତିଙ୍କ ଚିଠିରେ ଦର୍ଶାଯାଇଛି ଯେ ଓଡ଼ିଶାର ଅଗଣିତ ଜନସାଧାରଣଙ୍କ ସଦିଛାରେ ବିଜୁବାବୁଙ୍କ ଆବର୍ତ୍ତମାନରେ ଗଠିତ ଏହି ଆଞ୍ଚଳିକ ଦଳ ରାଜ୍ୟବାସୀଙ୍କ ଆଶା ଓ ଆକଂକ୍ଷାକୁ ପୂରଣ କରିବାକୁ ନିଷ୍ଠାପର ଉଦ୍ୟମ ଜାରି ରଖିଛି । ବିଜେଡିର କର୍ମୀ ଓ କର୍ମକର୍ତ୍ତାଙ୍କ ପରିଶ୍ରମ ଓ ନିଷ୍ଠାରୁ ବିଜେଡି ଜନସାଧାରଣଙ୍କ ଅଧିକ ନିକଟତର ହୋଇଛି । ଏଥିପାଇଁ ଲଗାତର ୫ମ ପାଳିରେ ଓଡ଼ିଶାବାସୀ ଦଳକୁ ଆଶୀର୍ବାଦ ଦେଇଛନ୍ତି । ପ୍ରାକୃତିକ ଦୁର୍ବିପାକର ମୁକାବିଲା, ବସ୍ତି ବାସିନ୍ଦାଙ୍କ ଅଧିକାର ପାଇଁ କାର୍ଯର୍୍ୟକ୍ରମ ଆନ୍ତର୍ଜାତିକ ପ୍ରଶଂସା ଓ ସ୍ୱୀକୃତି ଆଣି ଦେଇଛି ।

ଆମର ଦାରିଦ୍ର‌୍ୟ ଦୂରୀକରଣ, ମହିଳା ଓ ଯୁବକଙ୍କୁ ସଶକ୍ତିକରଣ ସହ ଭିତ୍ତିଭୂମି ବିକାଶ, ଖାଦ୍ୟ ନିରାପତ୍ତା ଓ ସାମାଜିକ ନିରାପତ୍ତା ଭଳି କାର୍ଯ୍ୟକ୍ରମ ସର୍ବଭାରତୀୟସ୍ତରରେ ପ୍ରଶଂସିତ ହୋଇଛି । ମହାନଦୀ ଓ ପୋଲାଭରମ୍‌ ପାଇଁ ଆମ ନ୍ୟାୟିକ ଲଢ଼େଇ ଜାରି ରହିଛି । ନିକଟରେ ‘୫ଟି’ ଓ ‘ମୋ ସରକାର’ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବିଜେଡି ଏକମାତ୍ର ଦଳ ଭାବେ ‘ଜୀବନ ବିନ୍ଦୁ’ ଏବଂ ‘ଓଡ଼ିଶା- ମୋ ପରିବାର’ କାର୍ଯ୍ୟକ୍ରମ ହାତକୁ ନେଇଛି । ତେଣୁ ସାମାଜିକ କାର୍ଯ୍ୟକ୍ରମ ଜାରି ରଖିବା ସହ ସାଂଗଠନିକ କାର୍ଯ୍ୟକ୍ରମ ଜାରି ରଖିବାକୁ ପ୍ରତିଷ୍ଠା ଦିବସରେ ସଂକଳ୍ପ ନେବାକୁ ସଭାପତି ଚିଠିରେ ପରାମର୍ଶ ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ପ୍ରତାପ କେଶରୀ ଦେବ ଓ ସାଧାରଣ ସଂପାଦକ ବିଜୟ କୁମାର ନାୟକ ଉପସ୍ଥିତ ଥିଲେ ।