PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୦ ଜିଲ୍ଲାରେ ପ୍ରବଳ ବର୍ଷିଲା, ଆଜିଠୁ ବଢ଼ିବ ତାପମାତ୍ରା
  • ||
  • ଭଞ୍ଜନଗର : ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍, ୬ ମୃତ ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରାଇରଙ୍ଗପୁର : ସାପ୍ତାହିକ ହାଟରେ ଗୁଳିକାଣ୍ଡ, ଗୋରୁ ବେପାରୀଙ୍କୁ ଗୁଳି କରି ୨୦ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||

ବିଜେପି ବିରୋଧରେ ଥାନାରେ ଏତଲା ଦେଲା ବିଜେଡି

source;http://www.pragativadi.com

ଭୁବନେଶ୍ୱର ୮/୪: ଗତକାଲି ଓଡିଶା ପାଇଁ ନିର୍ବାଚନୀ ଇସ୍ତାହାର ଘୋଷଣା କରିଥିଲା ବିଜେପି । ନୂଆ ଓଡିଶା ଗଢିବା ପାଇଁ ୯ ସଙ୍କଳ୍ପ ଥିଲା ସଙ୍କଳ୍ପ ପତ୍ରରେ । ତେବେ ଏହି ଇସ୍ତାହାର ପତ୍ରରେ ଓଡିଶାକୁ ପ୍ରତାରଣା କରାଯାଇଛି ବୋଲି ଦର୍ଶାଇ ବିଜେଡି ପକ୍ଷରୁ ବିଜେପି ବିରୋଧରେ  ଖାରବେଳନଗର ଥାନାରେ ମାମଲା ରୁଜୁ କରାଯାଇଛି । ଅଭିଯୋଗ ପତ୍ରରେ କୁହାଯାଇଛି ଯେ ୨୦୧୪ ମସିହାରେ ବିଜେପି ଯେଉଁ ଇସ୍ତାହାର ଘୋଷଣା କରିଥିଲା ସେଥିରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ଯପାହ୍ୟାର ମାନ୍ଯତା ଦିଆଯିବ ବୋଲି ଉଲ୍ଲେଖ ଥିଲା ।

୨୦୧୪ରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ କରିବେ ବୋଲି ସଂକଳ୍ପ ନେଇଥିଲେ । କେନ୍ଦ୍ରରେ ସରକାର ରହିବା ପରେ ମଧ୍ୟ ଏ ମାନ୍ୟତା ଦେଲନି । ଏବେ ୨୦୧୯ରେ ଆଣିଥିବା ସଂକଳ୍ପରେ ଏକଥା ବି ଭୁଲିଗଲେ । ଏହା ସାଢ଼େ ଚାରି କୋଟି ଓଡିଆଙ୍କୁ ପ୍ରତାରଣା ବୋଲି ବିଜେଡ଼ି ଅଭିଯୋଗ କରିଛି। ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର,ସୁଲତା ଦେଓ ଏବଂ ଲେନିନ ମହାନ୍ତି ପ୍ରମୁଖ ମାମଲା ଦାୟର କରିବା ପାଇଁ ଖାରବେଳ ନଗର ଥାନାକୁ ଯାଇଥିଲେ। ଗତକାଲି ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସମାନ ଅଭିଯୋଗ କରିଥିଲେ । ବିଜେପି ହେଉଛି ଅଭ୍ୟାସଗତ ମିଛୁଆ । ୨୦୧୪ ଭଳି ଏଥର ନିର୍ବାଚନ ପାଇଁ ଇସ୍ତାହାର ଜରିଆରେ ମିଛ କହିଛି । ଏବେ ପୁଣି ଲୋକଙ୍କୁ ଭୂଆଁ ବୁଲାଇବାକୁ ମିଛ ପ୍ରତିଶ୍ରୁତି ଦେଇଛି ବୋଲି କହି ସେ ବିଜେପିକୁ ସମାଲୋଚନା କରିଥିଲେ ।