ବିଜେଡି ଘୋଷଣା କଲା ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଭୁବନେଶ୍ବର,୧।୪: ଆଜି ବିଜେଡ଼ି ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଗୋଟିଏ ଲୋକସଭା ଆସନ ସହିତ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। କଟକ ଲୋକସଭା ଆସନ ପାଇଁ ଦଳ ଭର୍ତ୍ତୃହରି ମହତାବଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ବିଧାନସଭା ଆସନ ପାଇଁ ମୋରଡ଼ାରୁ ରାଜକିଶୋର ଦାଶ, ଜୟଦେବରୁ ଅରବିନ୍ଦ ଢ଼ାଲି, ବେଗୁନିଆରୁ ରାଜେନ୍ଦ୍ର ସାହୁ, ଚିଲିକାରୁ ପ୍ରଶାନ୍ତ ଜଗଦ୍ଦେବ, ଖୋର୍ଦ୍ଧାରୁ ଜିତୁ ମିତ୍ର,ବସ୍ତାରୁ ନିତ୍ୟାନନ୍ଦ ସାହୁ , ବରୀରୁ ସୁନନ୍ଦା ଦାସ, ଦେବଗଡ଼ରୁ ରୋମାଞ୍ଚ ରଞ୍ଜନ ବିଶ୍ଵାଳ, ରାଇରଂଗପୁରରୁ ବାସନ୍ତୀ ମାରାଣ୍ଡିଙ୍କୁ ବିଧାନସଭା ପାଇଁ ପ୍ରାର୍ଥୀ କରିଛି ବିଜେଡ଼ି ।
ଏଥର ଦଳ ଅଧିକାଂଶ ଆସନରେ ନିଜର ପ୍ରାର୍ଥୀ ପରିବର୍ତ୍ତନ କରିଛି। ବେଗୁନିଆ ବିଧାୟକ ଥିବା ପ୍ରଶାନ୍ତ ଜଗଦେବଙ୍କୁ ଚିଲିକା ଆସନରୁ ଦଳ ପ୍ରାର୍ଥୀ କରିଥିବା ବେଳେ ବେଗୁନିଆ ଆସନରେ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ବେଗୁନିଆ ଆସନରେ ଦଳ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ପ୍ରାର୍ଥୀ କରିଛି । ଅର୍ଥମନ୍ତ୍ରୀ ଥିବା ଶଶିଭୂଷଣଙ୍କ ସ୍ଥାନରେ ଜୟଦେବ ଆସନରେ ଅରବିନ୍ଦ ଢାଲିଙ୍କୁ ଟିକେଟ ଦିଆଯାଇଛି। ବରୀ ଆସନରେ ଦେବାଶିଷ ନାୟକଙ୍କ ସ୍ଥାନରେ ସୁନନ୍ଦା ଦାଶଙ୍କୁ ଦଳ କରିଛି ପ୍ରାର୍ଥୀ।