PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : CHSE ଅଫିସରେ ସମ୍ମୁଖରେ ହାତ କାଟିଲେ ଛାତ୍ରୀ, ହସ୍ପିଟାଲରେ ଭର୍ତ୍ତି
  • ||
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ଉତ୍ତରରେ ପ୍ରଚାର ଜୋରଦାର କଲା ବିଜେଡି

ବାରଙ୍ଗ,୭ା୪(ଆ.ପ୍ର.): ଭୁବନେଶ୍ୱର ଉତ୍ତରରେ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରକୁ ଅଧିକ ଜୋରଦାର କରିଛି ବିଜୁ ଜନତା ଦଳ । ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ, ଲୋକସଭା ଆସନ ପାଇଁ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ସପକ୍ଷରେ ଦଳର ନେତୃବୃନ୍ଦ ପ୍ରଚାରକୁ ଅଧିକ ଶାଣିତ କରିଛନ୍ତି । ଆଜି ଉତ୍ତର ନିର୍ବାଚନ ମଣ୍ଡଳୀର ଏକାଧିକ ସ୍ଥାନରେ ବିଜେଡ଼ି ଦଳୀୟ ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ, ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ , ଖୋର୍ଦ୍ଧା ଜିଲା କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ପାତ୍ର, ଭୁବନେଶ୍ୱର ଜିଲା ଉପ ସଭାପତି ମିହିର କୁମାର ରାଉତ, ଜିଲାପରିଷଦ ସଭ୍ୟ କୁନାଲ ରାଉତ, ଏମ. ନରେଶ ରାଓ, ସନ୍ତୋଷ କୁମାର ନାଥ, ଅରୁଣ କୁମାର ସେନାପତିଙ୍କ ସମେତ ହଜାର ହଜାର ଦଳୀୟ କର୍ମୀଙ୍କୁ ନେଇ ପ୍ରଚାର କରିଛନ୍ତି ।

ଏହି ଅବସରରେ ୱାର୍ଡ଼ ନଂ. ୨ର ଶତାଧିକ କର୍ମୀଙ୍କୁ ନେଇ ମା’ଶିଖରଚଣ୍ଡୀଙ୍କ ପ୍ରାଙ୍ଗଣରେ ବୈଠକ ବସିଥିଲା । ଏଥିରେ ବିଧାୟକ ପ୍ରାର୍ଥୀ ଶ୍ରୀ ରାଉତ, ସୁବାସ ପାତ୍ର, ମିହିର ରାଉତ ଉପସ୍ଥିତ ରହି କର୍ମୀ ମାନଙ୍କୁ ଉଦବୋଧନ ଦେଇଥିଲେ । ସେହିପରି ଭୁବନେଶ୍ୱର ବ୍ଲକ ଦାଢା ପଂଚାୟତର ମରିଚିଆ ଗ୍ରାମରେ ରବିବାର ମଧ୍ୟାହ୍ନରେ ମହିଳା ମାନଙ୍କୁ ନେଇ ଏକ ସମାବେଶର ଆୟୋଜନ କରାଯାଇଥିଲା । ଏଥିରେ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ, ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ, ଜିଲାପରିଷଦ କୁନାଲ ରାଉତ୍‌, ନରେଶ ପାତ୍ର, ସନ୍ତୋଷ କୁମାର ନାଥ, ଅରୁଣ ସେନାପତିଙ୍କ ସମେତ ୩ହଜାରରୁ ଊଦ୍ଧ୍ୱର୍ ଦଳୀୟ କର୍ମୀ ଏଥିରେ ଯୋଗ ଦେଇଥିଲେ । ଆଗାମୀ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ମହିଳା ସମ୍ମିଳନୀ ର ଆୟୋଜନ ହୋଇଥିଲା ।

ସମ୍ବନ୍ଧିତ ଖବର