PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : CHSE ଅଫିସରେ ସମ୍ମୁଖରେ ହାତ କାଟିଲେ ଛାତ୍ରୀ, ହସ୍ପିଟାଲରେ ଭର୍ତ୍ତି
  • ||
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

କେନ୍ଦ୍ରାପଡାରେ ତୁଟିଲା ବିଜେଡିର କନ୍ଦଳ, ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ରାଜି ହେଲେ ସିପ୍ରା

ଭୁବନେଶ୍ୱର ୧୦/୪:  ଅନେକ ଟ୍ୱିଷ୍ଟ ପରେ ଶେଷରେ ବିଜେଡିର କେନ୍ଦ୍ରାପଡା କନ୍ଦଳରେ ପୂର୍ଣ୍ଣଛେଦ ପଡିଛି । ପ୍ରାର୍ଥୀପତ୍ର ପ୍ରତ୍ଯାହାର ନେଇ ଘୋଷଣା କରିଛନ୍ତି ସିପ୍ରା ମଲ୍ଲିକ୍ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ସିପ୍ରା କହିଛନ୍ତି ଯେ ସବୁ ଅସନ୍ତୋଷ ଭୁଲି ଏକାଠି କାମ କରିବୁ । ସିପ୍ରାଙ୍କ ସହିତ ବିଧାୟକ କିଶୋର ଚନ୍ଦ୍ର ତରାଇ ମଧ୍ଯ ଟିକେଟ ନପାଇବାରୁ ଅସନ୍ତୁଷ୍ଟ ଥିଲେ । ତେବେ ଆଜି ନବୀନ ନିବାସରେ ତାଙ୍କର ମଧ୍ଯ ମାନ ଭଞ୍ଜନ ହୋଇଥିଲା । ସମସ୍ତେ ଅସନ୍ତୋଷ ଭୁଲି ଦଳ ପାଇଁ କାମ କରିବୁ ବୋଲି କହିଥିଲେ ।

ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି ସିପ୍ରା ମଲ୍ଲିକ୍ । କେନ୍ଦ୍ରାପଡା ବିଧାନସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କରିଥିଲେ ସିପ୍ରା । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ସିପ୍ରା ପ୍ରତିକ୍ରିୟା ଦେଇଛନ୍ତି । ତାଙ୍କର ନିର୍ବାଚନ ଲଢିବାକୁ ଇଛା ଥିଲା ତେବେ ଦଳ ସୁପ୍ରିମୋଙ୍କ ନିର୍ଦ୍ଦେଶ ମାନି ସିଃସର୍ତ୍ତ ପ୍ରତ୍ୟାହାର କରୁଛନ୍ତି ବୋଲି ସୂଚନା ଦେଇଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଯେ ଆଗକୁ ଶଶିଭୂଷଣ ବିଧାୟକ ରହିଲେ ବି ସେ ଲୋକଙ୍କ ସହ ରହିବେ ଏବଂ ବିଧାୟକ ନରହିଲେ ବି ବିଧାୟକ ଭଳି ଦାୟିତ୍ୱ ତୁଲାଇବେ ।  ଶଶି ଭୂଷଣଙ୍କୁ ଟିକେଟ ମିଳିବା ପରେ ସେ କେନ୍ଦ୍ରାପଡା ବିଧାନସଭାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ । ଗତକାଲି ସେ ନାମାଙ୍କନ କରିବା ସହିତ ଦଳ ତାଙ୍କୁ ଉପେକ୍ଷା କରିଛି କହି ଦଳ ଉପରେ ବର୍ଷିଥିଲେ ।

ସମ୍ବନ୍ଧିତ ଖବର