ବିଜେପିରେ ମିଶିଲେ ବାବୁ ସିଂ, ବିଜେଡିରୁ ଦେଇଥିଲେ ଇସ୍ତଫା

ଭୁବନେଶ୍ୱର ୧୨/୩: ବିଜେପିରେ ମିଶିଲେ ବାବୁ ସିଂ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି ବାବୁ । ୨ ଦିନ ତଳେ ସେ ବିଜେଡିର କାର୍ଯ୍ୟକାରୀ ସଭାପତି ସହ ଦଳର ପ୍ରାଥମିକ ସଦସ୍ଯ ପଦରୁ ଇସ୍ତଫା ଦେଇଥିଲେ । ଦଳରେ ତାଙ୍କ ପ୍ରତି ଅବହେଳା କରାଯାଉଥିବାରୁ ସେ ଇସ୍ତଫା ଦେଇଥିବା କହିଥିଲେ ।

ଦୀର୍ଘ ୨୦ ବର୍ଷ ଧରି ବିଜେଡିରେ କାମ କରିଆସିଥିଲେ ବାବୁ । ଭୁବନେଶ୍ୱର ଏକାମ୍ର ନିର୍ବାଚନୀ କ୍ଷେତ୍ରରେ ସେ ଜଣେ ଭଲ ସଙ୍ଗଠକ ଥିଲେ । ଆଜି ବିଜେପି ରାଜ୍ଯ କାର୍ଯ୍ୟାଳୟଠାରେ ଆୟୋଜିତ ମିଶ୍ରଣ ପର୍ବରେ ସେ ବିଜେପିରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ଯ ସଭାପତି ବସନ୍ତ ପଣ୍ଡା, ଉପସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ମୁଖପାତ୍ର ବୈଜୟନ୍ତ ପଣ୍ଡା, ନେତ୍ରୀ ଅପରାଜିତା ଷଡଙ୍ଗୀ, ଅଭିନେତ୍ରୀ ଅପରାଜିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।