ଅନୁଗୁଳ,୧୩/୦୫: ସୋମବାର ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ (ବବି) ଆଠମଲ୍ଲିକ ଓ ଛେଣ୍ଡିପଦା ବିଧାନସଭା କ୍ଷେତ୍ରରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପୂର୍ବାହ୍ନ ଆଠମଲ୍ଲିକର ବଇଣ୍ଡା ଓ ୧୧ଟା ବେଳେ ଆଠମଲ୍ଲିକରେ ଦଳର ପ୍ରମୁଖ କାର୍ଯ୍ୟକର୍ତାଙ୍କୁ ଭେଟି ଆଲୋଚନାର କରିବେ ।
ସେହିପରି ମଧ୍ୟାହ୍ନ ସାଢ଼େ ୧୨ଟା ବେଳେ ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀର ତୁବେ (ବଅଁରପାଳ ବ୍ଲକ୍) ଏବଂ ଅପରାହ୍ଣ ସାଢ଼େ ୧ଟା ବେଳେ କୋଶଳାଠାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ନିର୍ବାଚନ ରଣନୀତି ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଜଣାଯାଇଛି ।