PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ମହିଳା, ଚାଷୀ, ଯୁବବର୍ଗଙ୍କୁ ସଶକ୍ତ କରିବୁ

ଭୁବନେଶ୍ୱର,୯ା୪(ବ୍ୟୁରୋ): କଂଗ୍ରେସ ଓ ବିଜେପି ପରେ ୨୦୧୯ ନିର୍ବାଚନ ପାଇଁ ଇସ୍ତାହାର ନେଇ ଆସିଛି ବିଜେଡି । ପ୍ରଥମ ପର୍ଯ୍ୟାୟ ଭୋଟ୍‌ର ୪୮ଘଣ୍ଟା ପୂର୍ବରୁ ତରବରିଆ ଭାବେ ବିଜେଡି ଜାରି କରିଛି ଇସ୍ତାହାର । ଏଥର ଇସ୍ତାହାରରେ ବିଜେଡି ନାରା ଦେଇଛି- ‘ନବୀନ ଓଡ଼ିଶା, ସଶକ୍ତ ଓଡ଼ିଶା’ । ଇସ୍ତାହାରରେ ୪ ଦିଗକୁ ନଜର ରଖାଯାଇଛି । ମହିଳା, ଚାଷୀ, ଯୁବ ବର୍ଗଙ୍କ ପାଇଁ ପୁଞ୍ଜା ପୁଞ୍ଜା ପ୍ରତିଶ୍ରୁତି ଖୁନ୍ଦା ହୋଇଛି । ଆଞ୍ଚଳିକ
ବୈଷମ୍ୟ ଦୂର ପାଇଁ ‘ଜୁହାର’ (ବସତି ଓ ଅଞ୍ଚଳର ମିଳିତ ବିକାଶ) ନାମରେ ନୂଆ ଯୋଜନା ଆଣିବାକୁ ଘୋଷଣା କରିଛି ବିଜେଡି ।

ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଜି ଥିଲା ପ୍ରଚାରର ଶେଷ ଦିନ । ଆଜି ଅପରାହ୍ନରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଦଳର ସଭାପତି ନବୀନ ପଟ୍ଟନାୟକ ୨୦୧୯ ନିର୍ବାଚନ ପାଇଁ ଇସ୍ତାହାର ଉନ୍ମୋଚନ କରିଛନ୍ତି । ଏହି ଅବସରରେ ନବୀନ ଅତି ସଂକ୍ଷିପ୍ତ ଭାଷଣ ରଖିଥିଲେ । କହିିଲେ, ଆମେ ଯାହା ପ୍ରତିଶ୍ରୁତି ଦେଇଛୁ, ତାହା ପାଳନ କରିଛୁ । ଅନ୍ୟ ରାଜନୈତିକ ଦଳ ବିଶେଷ କରି ବିଜେପି ଭଳି କେବେ ଫମ୍ଫା ପ୍ରତିଶ୍ରୁତି ଦେଇନାହୁଁ ।

ବିଜେଡି ଘୋଷଣା କରିଛି, ଏଥର ସରକାରକୁ ଆସିଲା ପରେ ‘କାଳିଆ’ ଯୋଜନା ଜାରି ରହିବ । ସରକାର ଗଠନର ପଥ୍ରମ ଦନିରେ ହିଁ ବାକି ଥିବା ୨୫ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାର ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଦିଆଯିବ । ଜଣେ ବି ଚାଷୀ ଏଥିରୁ ବଞ୍ଚିତ ହେବେ ନାହିଁ । କାଳିଆ ଯୋଜନାକୁ ତଦାରଖ ଓ କାର୍ଯ୍ୟକାରୀ କରିବା ପାଇଁ ଗଠନ ହେବ ‘କାଳିଆ କମିଶନ’ । ଚାଷୀଙ୍କୁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ମିଳିବ । କୃଷି କ୍ଷେତ୍ରରେ ଜଳସେଚନକୁ ଆହୁରି ବ୍ୟାପକ କରିବା ପାଇଁ ୫୦ ହଜାର କୋଟି ଟଙ୍କା ବିନିଯୋଗ କରାଯିବ । ଚାଷୀ ପାଇଁ ୨୪ ଘଣ୍ଟିଆ କଲ୍‌ ସେଣ୍ଟର ଖୋଲାଯିବ । ସବୁ ପଞ୍ଚାୟତରେ ଗୋଦାମ ଘର, ଓେୟାର ହାଉସ ରହିବ । ଧାନ ଏମଏସପି ୨୯୩୦ ଟଙ୍କାକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ପାଖରେ ଦାବି ରଖାଯିବ । ମରୁଡି, ବନ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ପୀଡ଼ିତ ଚାଷୀଙ୍କଠାରୁ ଶସ୍ୟ କିଣିବାବେଳେ ସେମାନଙ୍କୁ ଅତିରିକ୍ତ ପାଉଣା ଦିଆଯିବ ।

ଇସ୍ତାହାରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି ବିଜେଡି । ଘୋଷଣା କରିଛି, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କଠାରୁ ସାମଗ୍ରୀ କିଣିବେ ରାଜ୍ୟ ସରକାର । ୫ ହଜାର କୋଟି ଟଙ୍କାର ବ୍ୟବସାୟ ସେମାନଙ୍କୁ ଯୋଗାଇ ଦେବେ । ଏଥିରୁ ଏସ୍‌ଏଚ୍‌ଜିଗୁଡିକ ୫ ଶହ କୋଟି ଟଙ୍କାର ଲାଭ ପାଇବେ । ସମସ୍ତ ଏସ୍‌ଏଚ୍‌ଜି ସଭ୍ୟଙ୍କୁ ଦୁର୍ଘଟଣାଜନିତ ବୀମାଭୁକ୍ତ କରାଯିବ । ବିଜେଡି ପ୍ରତିଶ୍ରୁତି ଦେଇଛି, ଏଥର ସରକାରକୁ ଆସିଲେ ଝିଅମାନଙ୍କୁ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣାରେ ଶିକ୍ଷା ଯୋଗାଇ ଦିଆଯିବ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କୁ ୭ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସୁବିଧା ମିଳୁଥିବାବେଳେ ଏହାକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ । ଗରିବ ପରିବାରକୁ ଝିଅ ବାହାଘର ପାଇଁ ୨୫ ହଜାର ଟଙ୍କାର ସହାୟତା ଦିଆଯିବ । ମିଶନ ଶକ୍ତି ପାଇଁ ସ୍ୱତନ୍ତ୍ର ବିଭାଗ ଖୋଲିବ । ଏହାବାଦ୍‌ ରାଜ୍ୟସ୍ତରୀୟ ମିଶନ ଶକ୍ତି ଫେଡେରାଲ୍‌ ବି ଗଠନ ହେବ । ସରକାର ଯେଉଁ ପରିବାରକୁ ଜମି କିମ୍ବା ଘର ଯୋଗାଇ ଦେବେ, ତାହା ମହଳିାଙ୍କ ନାମରେ ହିଁ ପ୍ରଦାନ କରାଯିବ ।

ମିଶନ ଶକ୍ତି କର୍ପସ ପାଣ୍ଠି ମଧ୍ୟ ଗଠନ ହେବ । ପ୍ରତି ପଞ୍ଚାୟତରେ ମିଶନ ଶକ୍ତି ବଜାର ଖୋଲିବ । ମହିଳାଙ୍କ ପାଇଁ ବ୍ଲକରେ ସ୍ୱତନ୍ତ୍ର ‘ଆମ ଗାଁ ଆମ ବକିାଶ’ କାର୍ଯ୍ୟକ୍ରମ କରାଯିବ । ଯୁବ ବର୍ଗଙ୍କ ପାଇଁ ବି ଅନେକ ଆଖିଦୃଶିଆ ଘୋଷଣା କରିଛି ବିଜେଡି । ଏଥର ବିଜେଡି ସରକାରକୁ ଆସିଲେ ଶିଳ୍ପ ସଂସ୍ଥାରେ ସ୍ଥାନୀୟ ଅଞ୍ଚଳର ଯୁବକ, ଯୁବତୀଙ୍କ ପାଇଁ ୭୫% ଚାକିରି ସଂରକ୍ଷିତ ରଖାଯିବ । ‘ସ୍କଲି୍‌ଡ ଇନ୍‌ ଓଡିଶା’ ହେବ ବିଶ୍ୱସ୍ତରୀୟ ବ୍ରାଣ୍ଡ । ଆଗାମୀ ୫ ବର୍ଷରେ ଏଥିରୁ ୫ ଲକ୍ଷ ତାଲିମପ୍ରାପ୍ତ ଯୁବକ ବାହାରିବେ । ଯୁବବର୍ଗଙ୍କୁ ବିନା ସୁଧରେ ଶିକ୍ଷା ଋଣ ଯୋଗାଇ ଦିଆଯିବ । ୧୦ ହଜାର ଯୋଗ୍ୟ ଯୁବକ ଯୁବତୀଙ୍କୁ ଷ୍ଟାର୍ଟ ଅପ୍‌ ପ୍ରକଳ୍ପ ପାଇଁ ଏକକାଳୀନ ୧୦ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦିଆଯିବ । ମେକ୍‌ ଇନ୍‌ ଓଡିଶା ମାଧ୍ୟମରେ ୬ଟି କ୍ଷେତ୍ରରେ ୩୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ସବୁ ବୈଷୟିକ ଶିକ୍ଷାନୁଷ୍ଠାନରେ ମାଗଣା ୱାଇଫାଇ ଦେବୁ । କ୍ରୀଡା଼ କ୍ଷେତ୍ରରେ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ରାଜ୍ୟସ୍ତରୀୟ ନିଯୁକ୍ତି କ୍ଷେତ୍ରରେ ଆବେଦନକାରୀଙ୍କୁ କୌଣସି ଫି’ ନିଆଯିବ ନାହିଁ ।

ଯୁବବର୍ଗଙ୍କ ପାଇଁ ଏମିତି ଯୋଜନା ରଖିଥିବା ବିଜେଡି କହିଛି । ଗମନାଗମନ କ୍ଷେତ୍ରରେ ବି ବଡ଼ ଘୋଷଣା କରିଛି ବିଜେଡି । ପ୍ରତିଶୃତି ଦେଇଛି, ଏଥର ଉତ୍ତରରୁ ଦକ୍ଷିଣ ଓ ପୂର୍ବରୁ ପଶ୍ଚିମ ଓଡିଶାକୁ ସଂଯୋଗ କରିବ ବିଜୁ ଏକ୍ସପ୍ରେସ୍‌ ୱେ । ସିଲଭର୍‌ ସିଟି କଟକ-ସ୍ମାର୍ଟ ସିଟି ଭୁବନେଶ୍ୱର ଭିତରେ ଚାଲିବ ମେଟ୍ରୋ ଟ୍ରେନ୍‌ । ଆଞ୍ଚଳିକ ବୈଷମ୍ୟ ଦୂର କରିବା ପାଇଁ ଅନେକ ପ୍ରତିଶ୍ରିୁତ ରହିଛିି ବିଜେଡି ଇସ୍ତାହାରରେ । ବିଜେଡି କହିଛି, ଆଞ୍ଚଳିକ ବୈଷମ୍ୟ ଦୂର ପାଇଁ ‘ଜୁହାର’ ଯୋଜନା ପ୍ରସ୍ତୁତ ହୋଇଛି । ଇସ୍ତାହାରରେ କଥା ଦେଇଛନ୍ତି, ବରଗଡ଼, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ସମ୍ବଲପୁର, ସୋନପୁର ଜିଲ୍ଲା ସମେତ ଆଠମଲ୍ଲିକ, କୁଚିଣ୍ଡା ଓ ନୀଳଗିରି ସବ୍‌ଡିଭିଜନରେ ସ୍ୱତନ୍ତ୍ର ଉନୟ୍ନନ ପରିଷଦ ଗଠନ ହେବ । ପଛୁଆ ଅଞ୍ଚଳରେ ବିଶ୍ୱସ୍ତରୀୟ କମ୍ୟୁନିଟି ସେଣ୍ଟର ପ୍ରତିଷ୍ଠା କରିବୁ । ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ କଲ୍ୟାଣ ବୋର୍ଡ ଗଠନ ହେବ । କୌଳିକ ବୃତ୍ତିଜନିତ ରୋଜଗାର ବୃଦ୍ଧି ପାଇଁ ଏକ କଲ୍ୟାଣ ବୋର୍ଡ ଗଠନ କରାଯିବ ବୋଲି ବିଜେଡି ପ୍ରତିଶ୍ରିୁତ ଦେଇଛି ।

ଏହାବାଦ୍‌ ଦଳ ଇସ୍ତାହାରରେ ନାରା ଦେଇଛି ପରିବର୍ତ୍ତନ ପାଇଁ ଦରକାର, ସ୍ଥିର ସରକାର । ଏହାସହ ଇସ୍ତାହାର ପତ୍ରରେ ବିଜେଡି ୨୦୧୪ରେ ଦେଇଥିବା ପ୍ରତିଶ୍ରୁତିକୁ କିଭଳି ପୂରଣ କରିଛି, ତା’ର ଚିତ୍ର ବି ଉପସ୍ଥାପନ କରାଯାଇଛି । ଖାଲି ସେତିକି ନୁହେଁ, ୨୦୧୪ରେ ବିଜେପି ଦେଇଥିବା ପ୍ରତିଶ୍ରୁତିକୁ କେମିତି ଭୁଲିଯାଇଛି, ତା’ର ବି ତାଲିକା ରଖିଛିି ବିଜେଡି ।