PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ବିଜେଡି ଗଢ଼ିଲା ଇସ୍ତାହାର କମିଟ: କମିଟିର ଅଧ୍ୟକ୍ଷ ବେଦପ୍ରକାଶ, ୫ ଉପାଧ୍ୟକ୍ଷ, ୩୧ ସଦସ୍ୟ

ଭୁବନେଶ୍ୱର,୧୪ା୩(ବ୍ୟୁରୋ): ନିର୍ବାଚନୀ ଇସ୍ତାହାର ପାଇଁ ବିଜେଡି ଗଢ଼ିଛି କମିଟି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୩୭ଜଣିଆ କମିଟି ଘୋଷଣା କରିଛନ୍ତି । ବେଦପ୍ରକାଶ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ସବୁ ବର୍ଗର ପ୍ରତିନିଧିତ୍ୱକୁ ଗୁରୁତ୍ୱ ଦିଆଯାଇଛି । କମିଟିରେ ଛାମୁଆ ସଂଗଠନ ନେତାଙ୍କ ସମେତ କୃଷକ, ମହିଳା, ଚାଷୀ ପ୍ରତିନିଧିତ୍ୱକୁ ସାମିଲ କରାଯାଇଛି ।
ଇସ୍ତାହାର କମିଟିର ଉପାଧ୍ୟକ୍ଷ ଭାବେ ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟ ରଂଜନ ପଟ୍ଟନାୟକ, ମଙ୍ଗଳା କିଷାନ, ପଦ୍ମନାଭ ବେହେରା ଓ କସ୍ତୁରୀ ମହାପାତ୍ର ନିଯୁକ୍ତ ହୋଇଛନ୍ତି । କମିଟିର ସଦସ୍ୟ ଭାବେ ୩୧ଜଣ ନିଯୁକ୍ତ ହୋଇଛନ୍ତି । ଅନଙ୍ଗ ଉଦୟ ସିଂହଦେଓ, ଭର୍ତ୍ତୃହରି ମହତାବ, ଡ. ଅଚ୍ୟୁତ ସାମନ୍ତ, ଅତନୁ ସବ୍ୟସାଚୀ ନାୟକ, ସଂଜୟ ଦାସବର୍ମା, ଡ. ଅରୁଣ କୁମାର ସାହୁ, ସୁଦାମ ମାର୍ଣ୍ଡି, ରମେଶ ଚନ୍ଦ୍ର ମାଝୀ, ସୁବାସ ସିଂହ, ଡ. ମୀନତି ବେହେରା, ଲୋପାମୁଦ୍ରା ବକ୍ସିପାତ୍ର, ନବ କିଶୋର ଦାସ, ଡ. ଦିଲ୍ଲୀପ ତିର୍କୀ, ସାଂସ୍କୃତିକ ସମନ୍ୱୟ ସେଲ୍‌ ଆବାହକ ରବିନାରାୟଣ ନନ୍ଦ, ଇଂ. ନଳିନୀକାନ୍ତ ପ୍ରଧାନ, ଆଇନଜୀବୀ ଅସୀମ ଅମିତାଭ ଦାସ, ମୁନ୍ନା ଖାନ୍‌, ଅନନ୍ତ ନାରାୟଣ ଜେନା, ଡ. ସସ୍ମିତ ପାତ୍ର, ସ୍ୱେତା ସ୍ନିଗ୍ଧା ମିଶ୍ର, ତେଜେଶ୍ୱର ପରିଡ଼ା, ଚିନ୍ମୟ ସାହୁ, ଅମରେଶ ପତ୍ରୀ, ରାଣାପ୍ରତାପ ପାତ୍ର, ଏସ୍‌ଏଚ୍‌ଜି ଫେରେସନ୍‌ ବଲାଙ୍ଗିର ସଭାନେତ୍ରୀ ସୁଜାତା ମିଶ୍ର, ସୁନ୍ଦରଗଡ଼ର ସରସ୍ୱତୀ କିଷାନ, ମୟୂରଭଞ୍ଜର ବିଷ୍ଣୁପ୍ରିୟା ଦାସ, କଳାହାଣ୍ଡିର ପଙ୍କଜିନୀ ମଙ୍ଗରାଜ, କେନ୍ଦୁପତ୍ର ତୋଳାଳି ନେତ୍ରୀ ମାମିନା ନାୟକ, କୃଷକ ନେତା କିଶୋର ଦେବତା ଓ ବିଜେଡି ଆଇଟି ସେଲ୍‌ ମୁଖ୍ୟ ଅମର ପଟ୍ଟନାୟକ ପ୍ରମୁଖଙ୍କୁ କମିଟିର ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି । ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ୍‌ ଇସ୍ତାହାର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ।
ଲୋକଙ୍କ ମତାମତ ଅନୁଯାୟୀ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତି ପାଇଁ ଗତ ୫ ତାରିଖ (ବିଜୁ ଜୟନ୍ତୀରୁ) ବିଜେଡି ଆରମ୍ଭ କରିଛି ‘ଘରେ ଘରେ ଶଙ୍ଖ-ମତାମତ ଅଭିଯାନ’ । ଦଳର ମହିଳା କର୍ମକର୍ତ୍ତାମାନେ ରାଜ୍ୟ ତମାମ ଘର ଘର ବୁଲି ଲୋକଙ୍କ ମତାମତ ସଂଗ୍ରହ କରୁଛନ୍ତି । ଏହି ମତାମତକୁ ଆଧାର କରି ବିଜେଡି ଏଥର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିବ ।

ସମ୍ବନ୍ଧିତ ଖବର