ସିଇଓଙ୍କୁ ଭେଟି ଧର୍ମେନ୍ଦ୍ରଙ୍କ ଗିରଫ ଦାବି କଲା ବିଜେଡି

ଭୁବନେଶ୍ୱର ୨୨/୪: ଧର୍ମେନ୍ଦ୍ରଙ୍କ ଗିରଫ ଦାବି କଲା ବିଜେଡି । ଆଜି ସିଇଓଙ୍କୁ ଭେଟି ଫେରାଦ ହୋଇଛି ବିଜେଡି । ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ଦାବି କରିଛି ଟିମ୍। ସରକାରୀ ଅଧିକାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଧର୍ମେନ୍ଦ୍ରଙ୍କ ଗିରଫ ଦାବି କଲା ବିଜୁ ଜନତା ଦଳ ।

ଆଜି ଅପରାହ୍ନ ସାଢେ ୩ଟା ସମୟରେ ସିଇଓଙ୍କୁ ଭେଟି ଫେରାଦ ହୋଇଛି ବିଜେଡି । ପ୍ରଦୀପ ମହାରଥୀଙ୍କ ଗିରଫ ପରେ ଧର୍ମେନ୍ଦ୍ରଙ୍କ ଗିରଫ ଦାବି କରିଛି ଟିମ୍ । ଟିମ୍ କହିଛି ଯେ ପ୍ରଦୀପ ମହାରଥି ଯେଉଁ ଭୁଲ୍ କରିଛନ୍ତି ଧର୍ମେନ୍ଦ୍ର ମଧ୍ଯ ସେହି ଭୁଲ୍ କରିଛନ୍ତି । ଧର୍ମେନ୍ଦ୍ର ମଧ୍ଯ ଫ୍ଲାଇଁ ସ୍କ୍ୱାର୍ଡ ଅଧିକାରୀଙ୍କୁ ଦୁର୍ବ୍ଯବହାର କରିଥିଲେ । ତେଣୁ ତାଙ୍କୁ ମଧ୍ଯ ଗିରଫ କରିବା ପାଇଁ ଦାବି କରିଛି ବିଜେଡି । ଏହା ସହ ଅନ୍ଯ କିଛି ପ୍ରସଙ୍ଗ ନେଇ ମଧ୍ଯ ସିଇଓଙ୍କୁ ଫେରାଦ ହୋଇଛି ବିଜେଡି । ମଧ୍ଯ ଭୁବନେଶ୍ୱର ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ଆକ୍ରମଣ ଏବଂ ବ୍ରହ୍ମଗିରିରେ ବିଜେପି ନେତାଙ୍କଠାରୁ ୧୫ ଲକ୍ଷ ଟଙ୍କା ଜବତ ନେଇ ମଧ୍ୟ ଫେରାଦ ହୋଇଛି ବିଜେଡି ।

   ସମ୍ବନ୍ଧିତ ଖବର


ସୁଶୀଲ ମୋଦିଙ୍କ ଅଭିଯୋଗ; ଜେଲରେ ଥାଇ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରୁଛନ୍ତି ଲାଲୁ, ବିଧାୟକଙ୍କୁ କରୁଛନ୍ତି ଫୋନ୍…

କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଉପରେ କଟକଣା

ଲଭ୍ ଜିହାଦ ଉପରେ ଯୋଗୀ ସରକାରଙ୍କ ବଡ ଫୈସଲା, ଧୋକାଦେଇ ଧର୍ମ ବଦଳାଇଲେ ୧୦ବର୍ଷ ପର୍ଯ୍ୟନ୍ତ ମିଳିବ ଜେଲଦଣ୍ଡ…

କରୋନା ସହ ସତର୍କ ରହିବାକୁ ମୋଦି ଦେଲେ ପରାମର୍ଶ, ଏମିତି ଢଙ୍ଗରେ କହିଲେ ଅଜୟ ଦେବଗନ୍‌ଙ୍କ ଦିଲଓ୍ବାଲେ ଫିଲ୍ମର ଡାଇଲଗ୍‌…

ହେ ଭଗବାନ ! ଭାରତକୁ ଆସି ନାକେଦମ ହେଲେଣି ଏହି ବିଦେଶୀ; ପ୍ରଥମେ ମ୍ୟାଲେରିଆ, ପରେ ଡେଙ୍ଗୁ, ତା’ପରେ କରୋନା, ଆଉ ଶେଷରେ ଏବେ କାମୁଡିଲା ନାଗ…

ସାଧାରଣ ଲୋକଙ୍କୁ ୨ ହଜାର ଜରିମାନା, ଆଉ ନିଜେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ବୁଲୁଛନ୍ତି ବିନା ମାସ୍କରେ !