ବୈଜୟନ୍ତଙ୍କ ନାମାଙ୍କନ ନାକଚ ଦାବି ନେଇ ସିଇଓଙ୍କୁ ଭେଟିଲା ବିଜେଡି

ଭୁବନେଶ୍ୱର ୨୪/୪: ବୈଜୟନ୍ତଙ୍କ ନାମାଙ୍କନ ନାକଚ ଦାବି କଲା ବିଜେଡି । କେନ୍ଦ୍ରାପଡା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ପ୍ରାର୍ଥୀପତ୍ର ରଦ୍ଦ କରିବା ଦାବି ନେଇ ଆଜି ସିଇଓଙ୍କୁ ଭେଟିଛି ବିଜେଡିର ଏକ ଟିମ୍ । ବିଜେଡି ଫେରାଦ ହୋଇଛି ଯେ ୨୦୧୪ରେ ବୈଜୟନ୍ତ ମିଥ୍ଯା ସତ୍ୟପାଠ ଦାଖଲ କରିଥିଲେ ।

ବିଜେଡି ଅଭିଯୋଗ କରିଛି ଯେ ବୈଜୟନ୍ତ ୨୦୧୪ରେ ସତ୍ଯପାଠରେ ଭୁଲ୍ ତଥ୍ଯ ଦେଇଥିଲେ । ଇମ୍ଫାର ଉପସଭାପତି ଭାବେ ବାର୍ଷିକ ୨ କୋଟିରୁ ଅଧିକ ଦରମା ନେଉଥିଲେ ମଧ୍ଯ ସତ୍ଯପାଠରେ ଏହାକୁ ଲୁଚାଇଥିଲେ ବୈଜୟନ୍ତ । ପରେ ଏହା ସାମ୍ନାକୁ ଆସିବା ପରେ କେନ୍ଦ୍ରାପଡାବାସୀ ବୈଜୟନ୍ତଙ୍କ ନାଁରେ ଅପରାଧିକ ମାମଲା  ରୁଜୁ କରିଥିଲେ । ଏହି ମାମଲା ଚାଲିଥିବା ବେଳେ ୨୦୧୯ରେ ପୁଣିଥରେ କେନ୍ଦ୍ରାପଡାରୁ ପ୍ରାର୍ଥୀ ହୋଇଛନ୍ତି ବୈଜୟନ୍ତ । ୨୦୧୯ରେ ବୈଜୟନ୍ତ ଯେଉଁ ସତ୍ୟପାଠ ଦେଇଛନ୍ତି ସେଥିରୁ ଜଣା ପଡୁଛି ଯେ ସେ  ୨୦୧୪ରେ ମିଥ୍ୟା ସତ୍ୟପାଠ ଦେଇଥିଲେ । ଏଭଳି ମିଥ୍ୟା ସତ୍ୟପାଠ ଦେଇ ବୈଜୟନ୍ତ ବାରମ୍ବାର କେନ୍ଦ୍ରାପଡାବାସୀଙ୍କୁ ଠକିଛନ୍ତି  ବୋଲି ଅଭିଯୋଗ କରିବା ସହ ନିର୍ବାଚନ କମିଶନ ବୈଜୟନ୍ତଙ୍କ ପ୍ରାର୍ଥୀପତ୍ର ରଦ୍ଦ କରିବାକୁ ଦାବି କରିଛି ବିଜେଡି ।

   ସମ୍ବନ୍ଧିତ ଖବର


ଏହି ରାଜ୍ୟରେ ଜୁନ୍ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ

ରାଜ୍ୟର ପ୍ରମୁଖ ୬ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତ

ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର,ଗସ୍ତ କାର୍ଯ୍ୟକ୍ରମ ରଦ୍ଦ କରି ଗୌହାଟି ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ

ପୁଣି ଚର୍ଚ୍ଚାରେ କୋଲୟାମ ହାଇଓ୍ବେ: ରାସ୍ତା ସାରା ପଡିଛି ମଣିଷର ହାଡ ଓ ଖପୁରି,୧୦ ଲକ୍ଷ ଲୋକଙ୍କୁ ମାରି ପୋତି ଦିଆଯାଇଥିଲା

ISL-7: ଆଜି ହାଇଦ୍ରାବାଦକୁ ଭେଟିବ ଓଡ଼ିଶା ଏଫ୍‌ସି

ଡ୍ରଗ୍ସ ମାମଲା: କମେଡିଆନ୍ ଭାରତୀ ସିଂ ଓ ତାଙ୍କ ସ୍ବାମୀ ହର୍ଷଙ୍କୁ ମିଳିଲା ଜାମିନ୍