PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ସିଏବି ପ୍ରସଙ୍ଗ: ଭର୍ତ୍ତୃହରିଙ୍କ ‘ସୋନିଆ’ ଉଦାହରଣ, ଯେତିକି ହାଲକା ସେତିକି ବିବାଦ!

ନୂଆଦିଲ୍ଲୀ,୧୭।୧୨: କେନ୍ଦ୍ର ସରକାର ଲାଗୁ କରିଥିବା  ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ଦେଖିବାକୁ ମିଳିଛି ଅସନ୍ତୋଷର ବାତାବରଣ। ଏହା ଭିତରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଏ ନେଇ ମତ ରଖିଛନ୍ତି। ସେ କହିଛନ୍ତି, ନାଗରିକତା ସଂଶୋଧନ ଆଇନକୁ ବିରୋଧ କରିବା ଆଳରେ ଦେଶରେ ଏକ ଅସନ୍ତୋଷର ବାତାବରଣ ସୃଷ୍ଟି କରିବା ପାଇଁ କିଛି ଲୋକ ଓ ରାଜନୈତିକ ଦଳ ଚେଷ୍ଟା କରୁଛନ୍ତି ।  ଏପରି ହେବା ଅନୁଚିତ୍ ବୋଲି  ସେ  ରଖିଛନ୍ତି ଯୁକ୍ତି । କେନ୍ଦ୍ର ସରକାର ଏପରି ଅସନ୍ତୋଷକୁ ନିୟନ୍ତ୍ରଣ କରିବା ପାଇଁ ଉଚିତ୍ ପଦକ୍ଷେପ ନେଉଥିବା ମଧ୍ୟ କହିଛନ୍ତି ଭର୍ତ୍ତୃହରି ।

ସେପଟେ ବାହାର ଦେଶରୁ ଆସିଥିବା ମୁସଲିମ୍ ମାନଙ୍କୁ ନାଗରିକତା ନମିଳିବାର ଆଶଙ୍କା ବାବଦରେ ପ୍ରତିକ୍ରିୟା ରଖି ଭର୍ତ୍ତୃହରି କହିଛନ୍ତି, ଯଦି ସୋନିଆ ଗାନ୍ଧିଙ୍କୁ ଭାରତର ଆକୁଆର୍ଡ ସିଟିଜେନସିପ୍ ମିଳିପାରୁଛି, ତେବେ ଯେ କେହି ଭାରତୀୟ ଆଇନ ବ୍ୟବସ୍ଥା ଭିତରେ ଆବେଦନ କରି ନାଗରିକତା ପାଇପାରିବ । ତେବେ ଭର୍ତ୍ତୃହରିଙ୍କ ସୋନିଆ ଉଦାହରଣ କଂଗ୍ରେସ ନେତା ଓ କର୍ମୀଙ୍କୁ ଖଟକା ଦେଇପାରେ ଓ ବିବାଦ ଆଶଙ୍କାକୁ ଏଡାଇ ଦିଆଯାଇନପାରେ ।

କଟକ ସାଂସଦ ଭର୍ତ୍ତୃହରି ମହତାବ ସିଏବି ସଂପର୍କରେ ମତ ରଖି ଆହୁରି କହିଛନ୍ତି ଯେ, ବିଭିନ୍ନ ପର୍ଯ୍ୟାୟରେ ବିଗତ ୭୦ବର୍ଷ ଭିତରେ ଦେଶ ବାହାରୁ ଆସିଥିବା ରିଫ୍ୟୁଜିମାନଙ୍କୁ ଭାରତ ଆଶ୍ରୟ ଦେଇଛି । ସେହି ଅନୁସାରେ ଶ୍ରୀଲଙ୍କାର ତାମିଲମାନଙ୍କୁ ମଧ୍ୟ ଆଶ୍ରୟ ଦେଇଛି । ପୂର୍ବ ପାକିସ୍ତାନ ବାଂଲାଦେଶ ହେବା ପୂର୍ବରୁ ମଧ୍ୟ ଲକ୍ଷ ଲକ୍ଷ ହିନ୍ଦୁଙ୍କୁ ମଧ୍ୟ ଭାରତ ଆଶ୍ରୟ ଦେଇଛି । ଦଣ୍ଡକାରଣ୍ୟ ପ୍ରୋଜେକ୍ଟ ହେଉଛି ତାର ଏକ ପ୍ରକୃଷ୍ଟ ଉଦାହରଣ । ବିଭିନ୍ନ ସମୟରେ ରାୟପୁର, ରାଞ୍ଚି, ଦିଲ୍ଲୀ ଆଦି ସ୍ଥାନରେ ମଧ୍ୟ ସେଟେଲମେଣ୍ଟ କରାଯାଇଛି ।

ଆସାମରେ ଏହାକୁ ନେଇ ବିଶେଷ ଭାବେ ଉତ୍ତେଜନା ପ୍ରକାଶ ପାଇବା ନେଇ ଆଶଙ୍କା ଥିଲା । ତାହାକୁ ନିୟନ୍ତ୍ରଣରେ ଆଣିବା ପାଇଁ କେନ୍ଦ୍ରସରକାର ଉଦ୍ୟମ କରୁଛନ୍ତି । ନାଗରିକତା ସଂଶୋଧନ ଆକ୍ଟ ୬-ଏ ରହିଛି । ତାହା ଆସାମ ଚୁକ୍ତି ସଂପର୍କୀତ । ରାଜୀବ ଗାନ୍ଧିଙ୍କ ସମୟରେ ସେହି ଚୁକ୍ତି ସ୍ବାକ୍ଷର ହୋଇଥିଲା । ଆସାମର ଭାଷା ଓ ସଂସ୍କୃତି ଉପରେ କୌଣସି ଆଞ୍ଚ୍ ଆସିବନାହିଁ ବୋଲି ଦର୍ଶାଯାଇଥିଲା । ସେହି ଭିତ୍ତିରେ ସିଏବିରେ ମଧ୍ୟ ତାହା ସୁରକ୍ଷିତ ଥିବାରୁ ଆଶଙ୍କାକୁ ନାପସନ୍ଦ କରିଛନ୍ତି ବିଜେଡି ସାଂସଦ ।

ଭାରତରେ ନାଗରିକତା ପାଇଁ ଆଇନରେ ବ୍ୟବସ୍ଥା ରହିଛି । ସେହି ସର୍ତ୍ତ ଏବଂ ଯୋଗ୍ୟତା ପୂର୍ଣ୍ଣ କରୁଥିବା ବ୍ୟକ୍ତି ଆବେଦନ କଲେ ଭାରତୀୟ ନାଗରିକତା ପାଇପାରିବ । କିନ୍ତୁ ସେହି ନିୟମ ବାହାରେ ନାଗରିକତା ଦାବିକୁ ଭର୍ତ୍ତୃହରି ନାପସନ୍ଦ କରିଛନ୍ତି ।