PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : CHSE ଅଫିସରେ ସମ୍ମୁଖରେ ହାତ କାଟିଲେ ଛାତ୍ରୀ, ହସ୍ପିଟାଲରେ ଭର୍ତ୍ତି
  • ||
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ବିଜେଡି ପ୍ରଚାରର ଏକମାତ୍ର ଭରସା ବ୍ରାଣ୍ଡ ନବୀନ

source:www.livemint.com

ଭୁବନେଶ୍ୱର,୩୦ ।୩ (ବ୍ୟୁରୋ): କଥାରେ ନୁହେଁ, ଆମେ କାମରେ ବିଶ୍ୱାସ କରୁ । ଆପଣମାନେ ଖୁସି ତ…? ଏଇ ଦୁଇ ପଦ ଶୁଣିବାକୁ ଅପେକ୍ଷା କରି ରହିଛି ୯ ଲୋକସଭା ଆଉ ୬୩ ବିଧାନସଭା କ୍ଷେତ୍ର । ପ୍ରାର୍ଥୀମାନେ ଚାତକ ଭଳି ଅନାଇ ବସିଛନ୍ତି, କେବେ ଆସିବେ ତାଙ୍କ ଦଳର ଏକମାତ୍ର ଷ୍ଟାର୍‌ ପ୍ରଚାରକ….. । ହସ ହସ ମୁହଁରେ ହାତ ହଲାଇବେ, ଆଉ ଏହି ଦୁଇ ପଦ କହିବେ ।

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇ ସାରିଲାଣି । ଚୂଡ଼ାନ୍ତ ଯୋଦ୍ଧା ତାଲିକା ପ୍ରକାଶ ପାଇ ସାରିଲାଣି । ପ୍ରଚାର ଦୌଡ଼ ବି ଜୋର୍‌ ଧରିଲାଣି । ଜୟପୁରରେ ରଣହୁଙ୍କାର ଦେଇ ସାରିଲେଣି ମୋଦି । ପୁଣି ଆସିବେ ଆସନ୍ତା ମଙ୍ଗଳବାର, ଭବାନପିାଟଣାକୁ । ତା ପୂର୍ବରୁ ସୋମବାର ବିଜେପି ଅଧ୍ୟକ୍ଷ ଅମିତ ଶାହ ଆସେିବ ଗଜପତି ଓ ନବରଙ୍ଗପୁର ଜିଲ୍ଲାକୁ । କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଗତ ୧୫ ତାରିଖରୁ ବରଗଡ଼ରେ ହମ୍‌ଲା ଆରମ୍ଭ କରଛନ୍ତି । ପୁଣି ଆସିବେ ୩ ତାରିଖରେ । ବ୍ରହ୍ମପୁର ଲୋକସଭା କ୍ଷେତ୍ରର ଦିଗପହଣ୍ଡିରେ ପ୍ରଚାର କରିବେ । ତା ପଛକୁ ସୋନିଆ, ପ୍ରିୟଙ୍କାଙ୍କ ପ୍ରଚାର କାର୍ଯ୍ୟକ୍ରମ ବି ସ୍ଥିର ହୋଇଥିବା ସୂଚନା ମିଳିଛି ।

ହେଲେ ଲଗାତାର୍‌ ପଞ୍ଚମ ଥର ଲାଗି ଓଡ଼ିଶା ଦଖଲ ପାଇଁ ଆଶା ବାନ୍ଧିଥିବା ବିଜୁ ଜନତା ଦଳର ପ୍ରଚାର ଏ ଯାଏ ଜୋର୍‌ ଧରି ନାହିଁ । ପ୍ରଚାରକୁ ଓହା୍ଲଇ ନାହାନ୍ତି ବିଜେଡି ମୁଖିଆ ନବୀନ ପଟ୍ଟନାୟକ । ଚାଳିଶ ଷ୍ଟାର୍‌ ପ୍ରଚାରକଙ୍କ ନାମ ଦାଖଲ କରିଛି ଦଳ । ସିନେ ଷ୍ଟାରଙ୍କ୍‌ ଠାରୁ ଆରମ୍ଭ କରି ବରିଷ୍ଠ ନେତା ବୁଲି ପ୍ରଚାର କରିବେ ବୋଲି ଦର୍ଶାଇଛି । କିନ୍ତୁ ସବୁ ପ୍ରାର୍ଥୀ ଅନାଇ ବସିଛନ୍ତି କେବଳ ଜଣଙ୍କୁ । ସେମାନଙ୍କ ମତରେ ବିଜେଡିରେ ଏକମାତ୍ର ଷ୍ଟାର୍‌ ପ୍ରଚାରକ ହେଉଛନ୍ତି ନବୀନ । ପ୍ରଚାରର ସମ୍ପତ୍ତି ହେଉଛି କେବଳ ବ୍ରାଣ୍ଡ ନବୀନ । ଏଣୁ ପ୍ରତି ନିର୍ବାଚନମଣ୍ଡଳୀକୁ ସେ ଯିବା ଜରୁରି ବୋଲି ପ୍ରାର୍ଥୀମାନେ ଜିଦ୍‌ ଧରିଛନ୍ତି । ଟିକେଟ ବଣ୍ଟନ ପୂର୍ବରୁ ବିବୃତ୍ତିରେ ପ୍ରଚାର ଆରମ୍ଭ କରିଛନ୍ତି ନବୀନ । କହିଥିଲେ, ‘୨୧ ଲୋକସଭା ସିଟ୍‌ ପୋଛିନେବୁ । କେନ୍ଦ୍ରରେ ସରକାର ଗଠନରେ ବିଜେଡି ହିଁ ହେବ କିଙ୍ଗ୍‌ ମେକର ।’ ଭୋଟ ପ୍ରଚାର ଆରମ୍ଭ କରି ନିଜ ଆତ୍ମବିଶ୍ୱାସ ଓ ଦମ୍ଭକୁ ବିଶାଳ ଜନ ସମାବେଶରେ ଏମିତି ଜାହିର କରିଛନ୍ତି ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କେବଳ ନିଜ ଆତ୍ମବିଶ୍ୱାସକୁ ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ରଖିନାହାନ୍ତି, କେନ୍ଦ୍ରର ବିଜେପି ସରକାର ଉପରେ ଜୋରଦାର ଆକ୍ରମଣ ମଧ୍ୟ କରିଛନ୍ତି । ଭୋଟ ପ୍ରଚାର ଉଷ୍ମ ଧରିବା ପୂର୍ବରୁ ନବୀନଙ୍କ ଏଭଳି ଆତ୍ମବିଶ୍ୱାସ ଓ ଆକ୍ରମଣ ବିଜେଡି କ୍ୟାମ୍ପରେ କରେଣ୍ଟ ଆଣିଛି । ଦଳୀୟ ନେତାଙ୍କ ମତରେ ବିଜେପି ଓ କଂଗ୍ରେସର ତାରକା ପ୍ରଚାରକଙ୍କ ଅପେକ୍ଷା ନବୀନଙ୍କ କ୍ରେଜ୍‌ ଅଧିକ କାଟୁ କରିବ । ନିର୍ବାଚନ ଘୋଷଣା ପୂର୍ବରୁ ବିଭିନ୍ନ ଯୋଜନା ଓ ପ୍ରକଳ୍ପ ମାଧ୍ୟମରେ ମତଦାତାଙ୍କ ମନ କିଣିବାକୁ ନବୀନ ୩୦ଟି ଯାକ ଜିଲ୍ଲା ଗସ୍ତ କରିଥିଲେ । ଭୋଟ ଘୋଷଣା ପରେ କେବଳ ଗୋଟିଏ ସଭା ନୟାଗଡ଼ ଯାଇଥିଲେ ।

ବିଜେଡି ଇତିମଧ୍ୟରେ ୧୮ ଲୋକସଭା ଓ ୧୧୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ‘ନୂଆମୁହଁ’କୁ ଦଳ ଫୋକସ୍‌ ମଧ୍ୟ କରିଛି । ଯେଉଁଠି ବିଧାୟକଙ୍କ ବିରୋଧରେ ଅସନ୍ତୋଷ ଅଧିକ, ସେଠି ନବୀନ ଟିକେଟରେ କଇଁଚି ମାରିଛନ୍ତି । ଏହାକୁ ନେଇ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଦଳରେ ବିଦ୍ରୋହ ଏବଂ ଅସନ୍ତୋଷ ମୁଣ୍ଡ ଟେକିଲାଣି । ଥରେ ନବୀନ ବୁଲି ଆସିଲେ ସବୁ ବିଦ୍ରୋହ ଥମିଯିବ ଅଥବା ଫିକା ପଡ଼ିଯିବ ବୋଲି ପ୍ରାର୍ଥୀମାନେ ନିଶ୍ଚିତ ହୋଇ ଯାଇଛନ୍ତି ।

ଏକାଧିକ ସ୍ଥାନରେ ଲୋକଙ୍କ ନିକଟରେ ନବୀନଙ୍କୁ ପହଞ୍ଚାଇବାକୁ ବିଜେଡି ପ୍ରଥମଥର ପାଇଁ ଆଧୁନିକ ଜ୍ଞାନ କୌଶଳର ‘ହୋଲୋଗ୍ରାମ’ ପ୍ରଚାର ଅଭିଯାନ ଆରମ୍ଭ କରିବ । ଏହାଦ୍ୱାରା ନବୀନଙ୍କୁ ଦଳ ରାଜ୍ୟର ସାଢ଼େ ୪ କୋଟି ଲୋକଙ୍କ ନିକଟରେ ପହଞ୍ଚାଇପାରିବ ବୋଲି ବିଜେଡି ଆଶା ବାନ୍ଧିଛି । ଏହି ପ୍ରଚାର ସୋ ରେ ସଂଗୀତ ଓ ନୃତ୍ୟ ମାଧ୍ୟମରେ ‘କାଳିଆ’, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମମତା, ଆମ ଗାଁ ଆମ ବିକାଶ ଆଦି ଜନକଲ୍ୟାଣ ଯୋଜନାର ଜୋରଦାର ପ୍ରଚାର ହେବ । ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ଏଲଇଡି ସ୍କ୍ରିନ୍‌ ମାଧ୍ୟମରେ ନବୀନଙ୍କ ବାର୍ତ୍ତା ପ୍ରଚାର ଆରମ୍ଭ ହୋଇଛି ।

ପ୍ରଚାରରେ ନବୀନ କେବେ କୁଆଡ଼େ ଯିବେ ସେ ନେଇ ଦଳ ପକ୍ଷରୁ ଏ ଯାଏ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇନାହିଁ । ଆସନ୍ତା ୫ ତାରିଖରେ ସେ ରାୟଗଡ଼ା ଯିବାର କାର୍ଯ୍ୟକ୍ରମ ରହିଛି । କିନ୍ତୁ ଯଥାସମ୍ଭବ ସମସ୍ତ ନିର୍ବାଚନମଣ୍ଡଳୀ ସେ ଯେପରି ବୁଲିପାରିବେ ସେ ଯୋଜନା କରାଯାଉଛି ।

ସମ୍ବନ୍ଧିତ ଖବର