ବିଜେଡିର ପରିବର୍ଦ୍ଧିତ କାର୍ଯ୍ଯକାରିଣୀ ବୈଠକ: ସଭ୍ଯ ସଂଗ୍ରହ ଅଭିଯାନର ରୋଡମ୍ୟାପ୍ ପ୍ରସ୍ତୁତ କଲା ଦଳ, ସବୁ ସଦସ୍ୟଙ୍କ ଆଧାର ଲିଙ୍କ ହେବ

ଭୁବନେଶ୍ୱର  ୧/୯:  ବିଜେଡିର ପରିବର୍ଦ୍ଧିତ କାର୍ଯ୍ଯକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଭୁବନେଶ୍ୱରର ଇଡକଲ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି ବିଜେଡିର ପରିବର୍ଦ୍ଧିତ କାର୍ଯ୍ଯକାରିଣୀ ବୈଠକ । ବୈଠକରେ ସଦସ୍ଯତା ସଂଗ୍ରହ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି ।

ସଭ୍ଯ ସଂଗ୍ରହ ଅଭିଯାନର ରୋଡମ୍ୟାପ୍ ପ୍ରସ୍ତୁତ କଲା ବିଜେଡି । ଏଣିକି ପଞ୍ଚାୟତସ୍ତରରେ ପ୍ରତି ୱାର୍ଡରେ ୪ ଜଣ ଲେଖାଏଁ ସଦସ୍ୟ ରହିବେ । ସେହିଭଳି ଏନଏସିରୁ ୫ ଜଣ ସଦସ୍ଯ ଏବଂ ପୌର ପରିଷଦରେ ୧୫ ଜଣ ସଦସ୍ଯ ରହିବେ । ମହାନଗର ନିଗମରେ ରହିବେ ୪୦ ଜଣ ସକ୍ରିୟ ସଦସ୍ୟ । ଜଣେ ସକ୍ରିୟ ସଦସ୍ଯ ଆଉ ୨୪ ଜଣଙ୍କୁ ସଦସ୍ୟ କରିପାରିବ । ଏଣିକି ସଦସ୍ଯ ସଂଗ୍ରହ ବେଳେ ଆଧାର କାର୍ଡକୁ ଲିଙ୍କ୍ କରାଯିବ ।

ଏହା ସହିତ ସଂସଦ ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ନିମନ୍ତେ ତାଙ୍କ ସରକାର ଆରମ୍ଭ କରିଥିବା ପ୍ରୟାସକୁ ରାଜନୀତିକସ୍ତରରେ ସମର୍ଥନ ଦେବା ପାଇଁ ନବୀନ ନିଜର ଦଳୀୟ ପଦାଧିକାରୀମାନଙ୍କୁ ଅନୁରୋଧ କରିଛନ୍ତି। ୫-ଟିକୁ ଗୁରୁତ୍ୱ ଦେଇ ସରକାରୀ ଯୋଜନାର ସଫଳ ରୂପାୟନ ହେବ ବୋଲି ସେ କହିଛନ୍ତି । ଲୋକେ କିପରି ସରକାରୀ ଯୋଜନାରୁ ଲାଭ ପାଇପାରିବେ  ଏହା ସୁନିଶ୍ଚିତ କରାଯିବ ବୋଲି ସୁପ୍ରିମୋ କହିଛନ୍ତି  । ତେବେ ଏଣିକି ପ୍ରଥମ ଥର ପାଇଁ ସବୁ ସଦସ୍ୟଙ୍କ ଆଧାର ଲିଙ୍କ କରାଯିବା ନେଇ ଦଳ ଯୋଜନା କରିଛି ।

   ସମ୍ବନ୍ଧିତ ଖବର


ବାଡିରୁ ଫୁଲ ତୋଳିଦେଲା ବୋଲି, ଦିବ୍ୟାଙ୍ଗ ନାବାଳିକାକୁ ନିସ୍ତୁକ ମାଡ ମାରିଲେ ପଡୋଶୀ…

ଓକିଲଗୁଡା ପଥର ଖାଦାନ ବିସ୍ଫୋରଣ ଘଟଣା : ତହସିଲଦାର ଲକ୍ଷ୍ମୀ ନାରାୟଣ ସାବତ ସସ୍‌ପେଣ୍ଡ

ସାବଧାନ ! ପାର୍ବଣରେ ମାତିଛନ୍ତି ଲୁଟେରା, ଜୋର୍ ଜବରଦସ୍ତ ମହିଳାଙ୍କ ଠାରୁ ଝାମ୍ପିନେଲେ କାନଫୁଲ…

ନିବେଶକଙ୍କ ପ୍ରଥମ ପସନ୍ଦ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ସିଏମ୍‌ଆଇଇ ରିପୋର୍ଟ: ଗାଁ ତୁଳନାରେ ସହରରେ ବେକାରି ହାର ଅଧିକ…

ସ୍ବାମୀଙ୍କ ପାଇଁ ମାନସିକ ରଖିଥିଲେ, ପୂରଣ ହେବାରୁ ନିଜର ଜିଭ କାଟି ମା’କାଳୀଙ୍କ ପାଦ ତଳେ ଅର୍ପଣ କଲେ ମହିଳା