PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ବିଜେପି ଓ ମୋଦିଙ୍କୁ ଜବାବ ମାଗିଲା ବିଜେଡ଼ି; ଓଡ଼ିଶା ପାଇଁ କ’ଣ କରିଛ, ଜଣାଅ

source:www.oneindia.com

ଭୁବନେଶ୍ୱର, ୨୯ ।୩ (ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟପୁର ସମାବେଶରେ ରାଜ୍ୟ ସରକାରଙ୍କୁ ଜୋରଦାର ଆକ୍ରମଣ କରିଥିବାବେଳେ ପାଲଟା ଆକ୍ରମଣ କରିଛି ବିଜୁ ଜନତା ଦଳ (ବିଜେଡି) । ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି, ବିଜେଡିକୁ ସମାଲୋଚନା କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ଜବାବ ଦିଅନ୍ତୁ ଓଡ଼ିଶା ପାଇଁ ବିଜେପି ସରକାର କ’ଣ କରିଛି?

ସସ୍ମିତ କହିଛନ୍ତି, ବିଜେଡି ସହ ବିଜେପି ରାଜ୍ୟରେ ୯ ବର୍ଷ କାଳ ମେଣ୍ଟ ଶାସନ କରୁଥିଲା । ବିଗତ ୫ ବର୍ଷ ହେବ କେନ୍ଦ୍ରରେ ବିଜେପି ଶାସନ କରୁଛି । ଏଭଳି ଗତ ୧୯ ବର୍ଷ ଭିତରେ ବିଜେପି ୧୪ ବର୍ଷ କାଳ ଶାସନ କ୍ଷମତାରେ ରହିଛି । ଏହି ସମୟରେ ଓଡ଼ିଶା ପାଇଁ ବିଜେପି କ’ଣ କରିଛି? ପ୍ରଧାନମନ୍ତ୍ରୀ ଏହାର ଜବାବ ରଖନ୍ତୁ ବୋଲି ସେ ଆହ୍ୱାନ କରିଛନ୍ତି ।

ସସ୍ମିତ କହିଛନ୍ତି, ଗତ ୫ ବର୍ଷରେ ବିଜେପି ଅନେକ ପ୍ରତିଶ୍ରୁତି ଦେଇ ପରେ ସବୁ ଭୁଲିଯାଇଛି । କୋଷ୍ଟାଲ୍‌ ହାଇୱେ ନିର୍ମାଣ କାହିଁକି ହୋଇପାରିନାହିଁ? ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଓ ଇସ୍ପାତ ମେଡ଼ିକାଲ୍‌ କଲେଜର ପ୍ରତିଶ୍ରୁତି କୁଆଡେ ଗଲା? ୨୦୧୪ ଇସ୍ତାହାରରେ ଥିବା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରତିଶ୍ରୁତି କାହିଁକି ପାଳନ କରାଗଲାନି? ଏ ସବୁ ବିଷୟରେ ରାଜ୍ୟବାସୀ ଶୁଣିବାକୁ ଚାହୁଁଥିଲେ । ଏ ସବୁ ପ୍ରତିଶ୍ରୁତି ପାଳନ ହୋଇନଥିବା କଥା ପ୍ରଧାନମନ୍ତ୍ରୀ ତ କହିଲେନି । କେବେ ସୁଦ୍ଧା ଏହି ପ୍ରତିଶ୍ରୁତି ପୂରଣ ହେବ, ସେ କଥା ବି ଜଣାଇଲେନି । ସସ୍ମିତ କହିଛନ୍ତି, ମହାନଦୀ ଓ ପୋଲାଭରମ୍‌ ପ୍ରସଙ୍ଗରେ କେନ୍ଦ୍ର ସରକାର ଓଡ଼ିଶାକୁ ସମର୍ଥନ କରିନାହାନ୍ତି । ୩୩ଟି ଯୋଜନାରେ ଅର୍ଥ କାଟ୍‌ କରାଯାଇଛି । ବିଆରଜିଏଫ୍‌, ଆଇଏପି ଏବଂ କେବିକେ ଭଳି ୮ ଟି ଯୋଜନାକୁ ବନ୍ଦ କରି ଦିଆଯାଇଛି । ଓଡ଼ିଶାବାସୀ ବିଜେପିକୁ ଏଥି ପାଇଁ କ୍ଷମା ଦେବେ ନାହିଁ । ଆୟୁଷ୍ମାନ ଯୋଜନା ନେଇ ପ୍ରଧାନମନ୍ତ୍ରୀ ଯାହା କହୁଛନ୍ତି, ତାହା କେତେ ସଫଳ ତାହା ବିଜେପି ଶାସିତ ରାଜ୍ୟଙ୍କଠାରୁ ବୁଝିନେବା ଉଚିତ । ବିଜେପି ଶାସିତ ରାଜ୍ୟମାନଙ୍କରେ ଆୟୁଷ୍ମାନ ଯୋଜନା ସମ୍ପୂର୍ଣ୍ଣ ଫେଲ୍‌ ହୋଇଛି । ଓଡ଼ିଶାରେ ରାଜ୍ୟ ସରକାରଙ୍କ ନିଜସ୍ୱ “ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ କାର୍ଯ୍ୟକାରୀ କରିଛି । ଏଥିରେ ମହିଳାମାନଙ୍କୁ ୭ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ମିଳୁଛି ।

ଏହି ଯୋଜନା ଅନ୍ତର୍ଜାତୀୟସ୍ତରରେ ଆଦୃତ ଲାଭ କରିଛି । ସେହିପରି “କାଳିଆ’ ଯୋଜନାକୁ ଦେଶ ବିଦେଶର ବିଶିଷ୍ଟ ଅର୍ଥନୀତିଜ୍ଞ ଓ କୃଷି ବିଶାରଦମାନେ ଉଚ୍ଚ ପ୍ରଶଂସା କରି ରୋଲ୍‌ ମଡ଼େଲ ଭାବେ ଗ୍ରହଣ କରିଛନ୍ତି । ଦୁର୍ଭାଗ୍ୟର କଥା ହେଲା, ବିଜେପି ଚାପରେ ଏହି ଯୋଜନା ଏବେ ବନ୍ଦ କରାଯାଇଛି । ଏଥିଯୋଗୁଁ ୨୦ ଲକ୍ଷ ଚାଷୀ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି । ବିଜେପି ଦଳ ସବୁବେଳେ ପାର୍ଟିରେ ବିଶ୍ୱାସ କରେ, ମାଟିରେ ନୁହେଁ । ମାତ୍ର ବିଜୁ ଜନତା ଦଳ ମାଟିରେ ବିଶ୍ୱାସ କରେ, ପାର୍ଟିରେ ନୁହେଁ ବୋଲି ସସ୍ମିତ କହିଛନ୍ତି ।